ମହାମାରୀ ସମୟରେ କାନ୍ଦୁଛି କଳାକାର : କ୍ୟାନସରରେ ପୀଡ଼ିତ ମୃତ୍ୟୁଞ୍ଜୟଙ୍କ ଚିକିତ୍ସା ପାଇଁ ଅର୍ଥର ଅଭାବ Pranjna Parimita
ଭୁବନେଶ୍ୱର (ବଳରାମ ମହାନ୍ତି) : ଲକଡାଉନରେ ଜୀବିକା ଗଲା ପରେ ଏବେ ଜୀବନ ସହିତ ଲଢେଇ କରୁଛନ୍ତି ଜଣେ କଳାକାର l ଓଲିଉଡ଼ର ଅନେକ ଫିଲ୍ମ, ସିରିଏଲ ଓ ଆଲବମରେ ଅଭିନୟ କରିଥିବା କଳାକାର ମୃତ୍ୟୁଞ୍ଜୟ ମହାପାତ୍ର ଏବେ ଶଯ୍ୟାଶାୟୀ । ନିଜେ ଛିଡା ହେବାକୁ ମଧ୍ୟ ଶକ୍ତି ନାହିଁ l ସାମାନ୍ୟ ଅବହେଳା ପାଇଁ ଏବେ କ୍ୟାନସରରେ ପୀଡିତ ଏହି କଳାକାର ।
ଦିନେ ଅଭିନୟ କରି ଅନ୍ୟକୁ ହସାଉଥିଲେ, ଆଜି ହସିବାର ଅଭିନୟ କରିବାକୁ ପଡୁଛି । ଦିନେ ଲୋକଙ୍କ ମନୋରଞ୍ଜନ କରୁଥିଲେ, ଆଉ ଆଜି ସେଇ ଲୋକଙ୍କ ସହାୟତା ଅପେକ୍ଷାରେ । ଅଧା ଭଙ୍ଗା କାନ୍ଥ ପାଖରେ ପଡ଼ି ରହିଛନ୍ତି କଳାକାଳ ମୃତ୍ୟୁଞ୍ଜୟ ମହାପାତ୍ର । ଦୀର୍ଘ ୨୭ ବର୍ଷ ଧରି ଓଲିଉଡରେ ଅଭିନୟ କରି ଆସୁଛନ୍ତି । ବନ୍ଦେ ଉତ୍କଳ ଜନନୀ, ଆ ଜହ୍ନରେ ଲେଖିବା ନାଁ, ପ୍ରେମ୍ ରୋଗୀ ଭଳି ଅନେକ ଚଳଚ୍ଚିତ୍ର ସହ ତରଙ୍ଗ ଚ୍ୟାନେଲର ଧାରାବାହିକରେ ମଧ୍ୟ ସେ ଅଭିନୟ କରିଛନ୍ତି । କିନ୍ତୁ ଏବେ ଲକଡାଉନରେ ଜୀବିକା ହରାଇଛନ୍ତି, ଆଉ ଜୀବନ ସହ ଲଢେଇ କରୁଛନ୍ତି ।
ଅଭିନୟ ସମୟରେ ଏକ ଛୋଟିଆ ଆଘାତ ମୃତ୍ୟୁଞ୍ଜୟଙ୍କ ଜୀବନକୁ ଏବେ ଅଚଳ କରିଦେଇଛି । ଛୋଟିଆ ଆଘାତକୁ ହେୟଜ୍ଞାନ କରିବାରୁ ଘା ଏବେ କ୍ୟାନସରରେ ପରିଣତ ହେଲାଣି । ଏହି ଘାକୁ ଭଲ କରିବା ପାଇଁ ମୃତ୍ୟୁଞ୍ଜୟ ଏପଯର୍ଯ୍ୟନ୍ତ ୭ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ କରିସାରିଲେଣି, ଆଗକୁ ଆହୁରି ଅର୍ଥ ଆବଶ୍ୟକ । ରୋଜଗାର ହରାଇଥିବାରୁ ପରିବାର ପୋଷିବା କଷ୍ଟ ଥିବାବେଳେ ଏହି ସମୟରେ କେମିତି ନିଜ ଚିକିତ୍ସା କରିବେ ଏବେ ସେହି ଚିନ୍ତାରେ ।
ଭୁବନେଶ୍ୱର ୟୁନିଟ-୯ର ସୁଧାନିଧିଶ୍ୱର ବସ୍ତିରେ ରୁହନ୍ତି ମୃତ୍ୟୁଞ୍ଜୟ l ପରିବାରରେ ପତ୍ନୀଙ୍କ ସହିତ ଗୋଟିଏ ପୁଅ ଓ ଝିଅ l ଜୀବିକା ଚାଲିଯିବା ପରେ ପରିବାର ଚଳାଇବା ପାଇଁ SHGରୁ ଋଣ ଆଣି ଘର ସାମ୍ନାରେ ଏକ ଦୋକାନ କରିଥିଲେ ମୃତ୍ୟୁଞ୍ଜୟ କିନ୍ତୁ ଲକଡାଉନ୍ ପାଇଁ ଦୋକାନ ବନ୍ଦ । ବାହାରେ ଯାଇ ପତ୍ନୀ କାମ କରୁଥିଲେ । କୋଭିଡ୍ ପାଇଁ ସେ ମଧ୍ୟ ଚାକିରି ହରାଇଛନ୍ତି । ପୁଅ ଏବେ ମାଟ୍ରିକ ପାସ କରିଥିବା ବେଳେ ନିଜ ପଢା ଖର୍ଚ୍ଚ ପାଇଁ ଗୋଟେ ଦୋକାନରେ ହାଉସ କିପିଙ୍ଗ କାମ କରୁଛି l ଏବେ ପରିବାର ଚଳାଇବା, ମୃତ୍ୟୁଞ୍ଜୟଙ୍କ ଚିକିତ୍ସା ଓ ପୁଅର ପାଠପଢା ସବୁ ବୋଝ ପତ୍ନୀ ଗୀତାଞ୍ଜଳିଙ୍କ ଉପରେ l ଅନ୍ୟ ଉପାୟ ନପାଇ ସ୍ୱାମୀଙ୍କ ଚିକିତ୍ସା ପାଇଁ ସରକାର ତଥା ଅନ୍ୟ ଉପରେ ଭରସା କରିଛନ୍ତି ଗୀତାଞ୍ଜଳି ।
ଯଦି କୌଣସି ବ୍ୟକ୍ତି ଆର୍ଥିକ ସହାୟତା କରିବା ପାଇଁ ଚାହାଁନ୍ତି ତେବେ ଏହି ଆକାଉଣ୍ଟ ନମ୍ବରରେ ପଠାଇବା ପାଇଁ ଅନୁରୋଧ କରିଛନ୍ତି ମୃତ୍ୟୁଞ୍ଜୟଙ୍କ ପରିବାର ଲୋକେ ।
ମୃତ୍ୟୁଞ୍ଜୟ ମହାପାତ୍ର, ଆକାଉଣ୍ଟ ନମ୍ବର – 725802120001049,,,, IFSC CODE –UBIN 0572586
The post ମହାମାରୀ ସମୟରେ କାନ୍ଦୁଛି କଳାକାର : କ୍ୟାନସରରେ ପୀଡ଼ିତ ମୃତ୍ୟୁଞ୍ଜୟଙ୍କ ଚିକିତ୍ସା ପାଇଁ ଅର୍ଥର ଅଭାବ appeared first on OTV Khabar..
from OTV Khabar. https://ift.tt/3hkTZwV
No comments: