ଅଲିମ୍ପିକ୍ସ ଟିକେଟ ପାଇବା ପରେ ଓଡିଶା ଫେରିଲେ ଦୂତୀ । ମହିଳା ୧୦୦ ଓ ୨୦୦ ମିଟର ଦୌଡରେ ଯୋଗ୍ୟତା ଅର୍ଜନ । Kanak News

କନକ ବ୍ୟୁରୋ: ଅଲିମ୍ପିକ୍ସ ଟିକେଟ୍ ପାଇବା ପରେ ଓଡ଼ିଶା ଫେରିଛନ୍ତି ଓଡିଆ ଆଥଲେଟ୍ ଦୂତୀ ଚାନ୍ଦ । ପଟିଆଲାରେ ଅନୁଷ୍ଠିତ ନାସନାଲ ଆଥଲେଟିକ୍ ଚାମ୍ପିଅନସିପରେ ଭାଗ ନେଇ ଗତରାତିରେ ଭୁବନେଶ୍ୱରରେ ପହଂଚିଛନ୍ତି । ଆଜି କିଟ୍ ବିଶ୍ୱ ବିଦ୍ୟାଳୟ ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧିତ କରିବାର କାର୍ଯ୍ୟକ୍ରମ ରହିଛି ।

୧୦୦ ଓ ୨୦୦ ମିଟର ମହିଳା ବର୍ଗ ଦୌଡ଼ରେ ଅଲିମ୍ପିକ୍ସ ଯୋଗ୍ୟତା ଅର୍ଜନ କରିଛନ୍ତି ଦୂତୀ । ଅଲିମ୍ପିକ୍ସ ଯୋଗ୍ୟତାର ୧୦୦ ମିଟର ଦୌଡରେ ଦୂତୀଙ୍କ ର୍ୟାଙ୍କ ବିଶ୍ୱରେ ୪୪ ଓ ୨୦୦ ମିଟର ଦୌଡରେ ୫୧ ରହିଛି । ଏହାକୁ ଆଧାର କରି ତାଙ୍କୁ ଟୋକିଓ ଟିକେଟ ମିଳିଛି । ୨୦୧୬ ରିଓ ଅଲିମ୍ପିକ୍ସ ପାଇଁ ପ୍ରଥମେ ଯୋଗ୍ୟତା ଅର୍ଜନ କରି ଦେଶରେ ଚର୍ଚାକୁ ଆସିଥିଲେ ଦୂତୀ । ସେତେବେଳେ କେବଳ ହିଟସରେ ହିଁ ସୀମିତ ରହିଯାଇଥିଲେ । କିନ୍ତୁ ଏଥର ଅଧିକ ଭଲ ପ୍ରଦର୍ଶନ ସହିତ ଦୂତୀ ଅଲିମ୍ପିକରେ ଦେଶ ପାଇଁ ଗୌରବ ଆଣିବେ ବୋଲି ଆଶା କରାଯାଉଛି ।



from Kanak News https://ift.tt/3xfJtfK https://ift.tt/3ApB5MO
ଅଲିମ୍ପିକ୍ସ ଟିକେଟ ପାଇବା ପରେ ଓଡିଶା ଫେରିଲେ ଦୂତୀ । ମହିଳା ୧୦୦ ଓ ୨୦୦ ମିଟର ଦୌଡରେ ଯୋଗ୍ୟତା ଅର୍ଜନ । Kanak News ଅଲିମ୍ପିକ୍ସ ଟିକେଟ ପାଇବା ପରେ ଓଡିଶା ଫେରିଲେ ଦୂତୀ । ମହିଳା ୧୦୦ ଓ ୨୦୦ ମିଟର ଦୌଡରେ ଯୋଗ୍ୟତା ଅର୍ଜନ । Kanak News Reviewed by SUBHENDU BARAL on July 03, 2021 Rating: 5

No comments:

Powered by Blogger.