କୋଭାକ୍ସିନ ସଫଳତା ହାରକୁ ନେଇ ଚୂଡାନ୍ତ ପରୀକ୍ଷା ପରେ ଭାରତ ବାୟୋଟେକର ସୂଚନା। ଟିକାର ସଫଳତା ହାର ୭୭.୮ ପ୍ରତିଶତ, ଡେଲଟା ଭାରିଆଣ୍ଟ ବିରୋଧରେ ୬୫.୨ ପ୍ରତିଶତ ସଫଳ ରହିଛି କୋଭାକ୍ସିନ । Kanak News
କନକ ବ୍ୟୁରୋ : ଦେଶୀ ଟିକାର ସଫଳତା ହାରକୁ ନେଇ ଆସିଲା ନୂଆ ତଥ୍ୟ । ୭୭ ପ୍ରତିଶତରୁ ଅଧିକ ସଫଳ କୋଭାକ୍ସିନ ଟିକା । ଏହାରି ଭିତରେ ତୃତୀୟ ପର୍ଯ୍ୟାୟ ପରୀକ୍ଷଣର ଫଳାଫଳ ଆସିଛି ଏବଂ ଏହା କରୋନା ବିରୋଧରେ ୭୭ ଦଶମିକ ୮ ପ୍ରତିଶତ ସଫଳ ବୋଲି ଦାବି କରିଛି ଟିକା ନିର୍ମାତା ଭାରତ ବାୟୋଟେକ୍ ।
କରୋନା ସଂକ୍ରମଣର ବିଭିନ୍ନ ସ୍ତର ବିରୋଧରେ ଏହା କେତେ ଫଳପ୍ରଦ ସେନେଇ ମଧ୍ୟ ବିସ୍ତୃତ ତଥ୍ୟ ରଖିଛି ଭାରତ ବାୟୋଟେକ୍ । ଲକ୍ଷଣ ଥିବା କରୋନା ଆକ୍ରାନ୍ତଙ୍କ ବିରୋଧରେ ଏହି ଟିକା ୭୭ ଦଶମିକ ୮ ପ୍ରତିଶତ ପ୍ରଭାବୀ । କିନ୍ତୁ ଗୁରୁତର ଆକ୍ରାନ୍ତଙ୍କ ବିରୋଧରେ ଏହାର ପ୍ରଭାବ ୯୩ ଦଶମିକ ୪ ପ୍ରତିଶତ । ସେହିପରି ଡେଲ୍ଟା ଷ୍ଟ୍ରେନ ବିରୋଧରେ କୋଭାକ୍ସିନ ଟିକା ୬୫ ଦଶମିକ ୨ ପ୍ରତିଶତ ପ୍ରଭାବୀ ବୋଲି ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣରୁ ମିଲିଥିବା ତଥ୍ୟରୁ ଜଣାପଡିଛି । ସେହିପରି ଲକ୍ଷଣ ଦେଖାଯାଉନଥିବା କରୋନା ଆକ୍ରାନ୍ତଙ୍କ ବିରୋଧରେ ଟିକା ୬୩ ଦଶମିକ ୬ ପ୍ରତିଶତ ପ୍ରଭାବୀ ।
from Kanak News https://ift.tt/2TwUJFR https://ift.tt/3yiOc0u
କୋଭାକ୍ସିନ ସଫଳତା ହାରକୁ ନେଇ ଚୂଡାନ୍ତ ପରୀକ୍ଷା ପରେ ଭାରତ ବାୟୋଟେକର ସୂଚନା। ଟିକାର ସଫଳତା ହାର ୭୭.୮ ପ୍ରତିଶତ, ଡେଲଟା ଭାରିଆଣ୍ଟ ବିରୋଧରେ ୬୫.୨ ପ୍ରତିଶତ ସଫଳ ରହିଛି କୋଭାକ୍ସିନ । Kanak News
Reviewed by SUBHENDU BARAL
on
July 02, 2021
Rating:
No comments: