ନେପାଳରେ ଲଗାଣ ବର୍ଷା ଫଳରେ ଭାରତରେ ବନ୍ୟା ପରିସ୍ଥିତି, ଉତ୍ତରପ୍ରଦେଶ ଓ ବିହାରର ଅନେକ ଅଞ୍ଚଳ ପାଣି ଘେରରେ…

ନୂଆଦିଲ୍ଲୀ, ୦୬|୦୭:  ଉପର ମୁଣ୍ଡରେ ବର୍ଷା ଫଳରେ ତଳମୁଣ୍ଡରେ ବନ୍ୟା। ନେପାଳରେ ଗତ କିଛିଦିନ ଧରି ଲାଗି ରହିଥିବା ବର୍ଷା ଫଳରେ ଭାରତର ଅନେକ ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ନେପାଳର ବନ୍ୟା ଜଳରେ ବିହାର, ଉତରପ୍ରଦେଶର ଅନେକ ସ୍ଥାନ ଏବେ ଜଳବନ୍ଦୀ।

ପଡୋଶୀ ଦେଶ ନେପାଳରେ ଲାଗି ରହିଥିବା ବର୍ଷା ପାଇଁ ଭାରତରେ ବନ୍ୟା। ଲଗାଣ ବର୍ଷା ପାଇଁ ନେପାଳର ଅନେକ ସ୍ଥାନରେ ବନ୍ୟା ପରିସ୍ଥିତି ଦେଖା ଦେଇଛି। ରାସ୍ତା ଘାଟ ପାଣିରେ ବୁଡି ରହିଥିବାବେଳେ, ଅନେକ ସ୍ଥାନରେ ଘର ଭିତରେ ବନ୍ୟାପାଣି ପସି ଯାଇଥିବା ଦେଖିବାକୁ ମିଳିଛି। ସେଠାରେ ପ୍ରଶାସନ ତରଫରୁ ଉଦ୍ଧାର କାର୍ଯ୍ୟ କରାଯାଉଛି । ବର୍ଷା ଓ ବନ୍ୟା କାରଣରୁ ନେପାଳରେ ୩୦ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ସେପଟେ ନେପାଳ ନଦୀ ଗୁଡିକରେ ବନ୍ୟା ଆସିବା ଫଳରେ ବିହାରରେ ବନ୍ୟା। ବିହାରର ପଶ୍ଚିମ ଚମ୍ପାରଣ ଅଂଚଳ ଏବେ ବନ୍ୟା ଜଳରେ ବୁଡି ରହିଛି। ସେହିପରି ଉତ୍ତରପ୍ରଦେଶରେ ବନ୍ୟା ଦେଖିବାକୁ ମିଳିଛି। ରୋହିଣୀ ନଦୀ ବିପଦ ସଂକେତ ଉପରେ ବହୁଛି। ସେହିପରି ସରଦା, ଘାଗରା ଏବଂ ରାପ୍ତି ନଦୀରେ ବନ୍ୟା ଆସିବା ନେଇ ସତର୍କ କରାଇଛନ୍ତି ସରକାର। ସେପଟେ ଲଗାଣ ବର୍ଷା ପାଇଁ ଉତରାଖଣ୍ଡର ଅନେକ ସ୍ଥାନରେ ବନ୍ୟା ସୃଷ୍ଟି ହୋଇଛି। ହୃଷିକେଶରେ ଗଙ୍ଗା ଘାଟ ବନ୍ୟା ଜଳରେ ବୁଡି ଯାଇଥିବା ସୂଚନା ମିଳିଛି ।



from Prameya News7 https://ift.tt/3jZxcsj
ନେପାଳରେ ଲଗାଣ ବର୍ଷା ଫଳରେ ଭାରତରେ ବନ୍ୟା ପରିସ୍ଥିତି, ଉତ୍ତରପ୍ରଦେଶ ଓ ବିହାରର ଅନେକ ଅଞ୍ଚଳ ପାଣି ଘେରରେ… ନେପାଳରେ ଲଗାଣ ବର୍ଷା ଫଳରେ ଭାରତରେ ବନ୍ୟା ପରିସ୍ଥିତି, ଉତ୍ତରପ୍ରଦେଶ ଓ ବିହାରର ଅନେକ ଅଞ୍ଚଳ ପାଣି ଘେରରେ… Reviewed by SUBHENDU BARAL on July 05, 2021 Rating: 5

No comments:

Powered by Blogger.