ଥମୁନି ହାତୀ ଉପଦ୍ରବ : ଭାଙ୍ଗିଲେ ଘର, ନଷ୍ଟ କଲେ ଧାନ ଚାଉଳ

ତେଲକୋଇ, ୦୫/୦୭: କେନ୍ଦୁଝର ଜିଲ୍ଲା ତେଲକୋଇ ବନାଞ୍ଚଳ ଅଧିନ ବିମଳା ଫରେଷ୍ଟ ବିଟ୍ ଅଞ୍ଚଳରେ ହାତୀ ଆତଙ୍କ । ପ୍ରତିଦିନ କୌଣସି ନା କୌଣସି ଗାଁରେ ହାତୀପଲ ପଶି ଉପଦ୍ରବ କରୁଛନ୍ତି । ରବିବାର ବିଳମ୍ବିତ ରାତିରେ ବିମଳା ପଞ୍ଚାୟତର ବଳଭଦ୍ର ପୁର ଗାଁରେ ପଶି ହାତୀପଲ ଘର ଭାଙ୍ଗିବା ସହ ଧାନଚାଉଳ ଖାଇ ନଷ୍ଟ କରିଛନ୍ତି । ଏହା ସହିତ ଏକର ଏକର ଧାନ ଫସଲକୁ ଦଳିମକଚି ନଷ୍ଟ କରିଦେଇଛନ୍ତି ।

ସୂଚନାନୁଯାୟୀ, ରବିବାର ବିଳମ୍ବିତ ରାତିରେ ବଳଭଦ୍ର ପୁର ଗାଁରେ ହାତୀପଲ ପଶି ସନାତନ ମହାନ୍ତଙ୍କ ଘରର କାନ୍ଥକୁ ଭାଙ୍ଗି ଧାନଚାଉଳ ଖାଇବା ସହ ଘରେ ଥିବା ଶୋଇବା ପଲଙ୍କ ମଧ୍ୟ ଭାଙ୍ଗି ଦେଇଛନ୍ତି । ହାତୀପଲକୁ ସନାତନ ହାତୀପଲଙ୍କୁ ଦେଖି ସ୍ତ୍ରୀ ଓ ଦୁଇ ଛୋଟ ପିଲାଙ୍କୁ ଧରି ଘରୁ ବାହାରକୁ ଚାଲିଯାଇଥିଲେ । ସନାତନଙ୍କ ପାଟି ଶୁଣି ଗାଁ ଲୋକେ ପହଞ୍ଚି ହାତୀପଲଙ୍କୁ ବାଜା ବଜାଇ ଘଉଡାଇଥିଲେ ।

ତେବେ ଗାଁର ଦୋଳ ସାହୁ, ମାୟାଧର ଖଣ୍ଡା, କିର୍ତ୍ତନ ଖଣ୍ଡା, ବାଙ୍କନିଧି ଖଣ୍ଡା, ହରିଆ ସାହୁଙ୍କର ୧୦ ଜଣଙ୍କ ୧୫ ଏକରରୁ ଅଧିକ ଧାନ ଫସଲକୁ ହାତୀ ପଲ ଦଳିମକଚି ନଷ୍ଟ କରି ଦେଇଛନ୍ତି । ସେପଟେ ବିମଳା ଗାଁର ଟିକାୟତ ନାୟକଙ୍କ ଗୁହାଳ ଘରକୁ ମଧ୍ୟ ହାତୀପଲ ଭାଙ୍ଗି ଦେଇଛନ୍ତି। ସୋମବାର ସକାଳୁ ବନବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି କ୍ଷୟକ୍ଷତିର ଆକଳନ କରିଛନ୍ତି।



from Prameya News7 https://ift.tt/2V2umbf
ଥମୁନି ହାତୀ ଉପଦ୍ରବ : ଭାଙ୍ଗିଲେ ଘର, ନଷ୍ଟ କଲେ ଧାନ ଚାଉଳ ଥମୁନି ହାତୀ ଉପଦ୍ରବ : ଭାଙ୍ଗିଲେ ଘର, ନଷ୍ଟ କଲେ ଧାନ ଚାଉଳ Reviewed by SUBHENDU BARAL on July 04, 2021 Rating: 5

No comments:

Powered by Blogger.