ଭୁବନେଶ୍ୱର, ୦୫|୦୭: ରାଜଧାନୀରେ ଡେଙ୍ଗୁ ଆତଙ୍କ। ଭୁବନେଶ୍ବରରେ ୫୦ରୁ ଅଧିକ ଡେଙ୍ଗୁରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ତେବେ ବର୍ଷା ଆରମ୍ଭ ହୋଇଥିଲେ ସୁଦ୍ଧା ମାଶା ମାରିବା ପାଇଁ ବିଏମସି ଆବଶ୍ୟକ ପଦକ୍ଷେପ ନେଉନଥିବା ଅଭିଯୋଗ ହୋଇଛି। ଅନ୍ୟପଟେ ଡେଙ୍ଗୁ ନିୟନ୍ତ୍ରଣ ପାଇଁ ସଚେତନ ଓ ସଫେଇ କାର୍ଯ୍ୟକ୍ରମ ଆରମ୍ଭ କରିଛି ବିଏମସି।
ରାଜଧାନୀରେ ବ୍ୟାପିଲ ଡେଙ୍ଗୁ।କୋଭିଡ ସଙ୍କଟ ଟଳିନଥିବା ବେଳେ ଭୁବନେଶ୍ବରରେ ଏବେ ଡେଙ୍ଗୁ ଭୟ। ବିଏମସିର ବିଭିନ୍ନ ୱାର୍ଡରେ ୫୦ରୁ ଅଧିକ ଡେଙ୍ଗୁରେ ଆକ୍ରାନ୍ତ ହେଲଣି ।ନିଳାଦ୍ରୀ ବିହାର ଓ ଶୈଳଶ୍ରୀ ବିହାରରେ ଅଧିକାଂଶ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବର୍ଷା ଆରମ୍ଭରୁ ଗୋଟିଏ ପରେ ଗୋଟିଏ ୱାର୍ଡରେ ଡେଙ୍ଗୁ ବ୍ୟାପୁଥିବାରୁ ରାଜଧାନୀବାସିନ୍ଦାଙ୍କ ଚିନ୍ତା ବଢିଯାଇଛି । ବର୍ଷା ଆରମ୍ଭ ହୋଇଥିଲେ ସୁଦ୍ଧା ମଶା ମାରିବା ପାଇଁ ବିଏମସି ଆବଶ୍ୟକ ପଦକ୍ଷେପ ନେଉନଥିବା ଅଭିଯୋଗ ହୋଇଛି। ଡ୍ରେନ ଗୁଡିକରେ ମଶାତେଲ, ବ୍ଲିଚିଂ ପଡୁନଥିବାରୁ ମଶା ବଂଶବୃଦ୍ଧି କରୁଛନ୍ତି। ଯାହାଫଳରେ ଡେଙ୍ଗୁ କାୟା ବିସ୍ତାର କରୁଥିବା ରାଜଧାନୀବାସୀ କହିଛନ୍ତି ।
ଡେଙ୍ଗୁକୁ ନେଇ ବସ୍ତି ଅଂଚଳରେ ମଧ୍ୟ ଚିନ୍ତା ବଢିଛି। ବିଭିନ୍ନ ଜାଗାରେ ପାଣି ଜମିଥିବା ଦେଖିବାକୁ ମିଲିଛି। ବସ୍ତି ଅଂଚଳରେ ମଶା ତେଲ ପଡୁନଥିବା ଡେଙ୍ଗୁ ବ୍ୟାପିବା ଆଶଙ୍କା ରହିଛି । ସେପଟେ ଡେଙ୍ଗୁ ନିୟନ୍ତ୍ରଣ ପାଇଁ ବିଏମ୍ସି ପକ୍ଷରୁ ସ୍ବତନ୍ତ୍ର ପଦକ୍ଷେପ ନିଆଯାଇଛି। ବିଏମସିର ଏକ ସ୍ବତନ୍ତ୍ର ଟିମ୍ ନର୍ଥ ଜୋନ ପରିଦର୍ଶନ କରିବା ସହ ଲୋକଙ୍କୁ ସଚେତନ କରୁଛନ୍ତି । ୱାର୍ଡ ନମ୍ବର ୭ ଓ ୧୪ରେ ବ୍ୟାପକ ଡ୍ରାଇଭ ଆରମ୍ଭ ହୋଇଛି। ଏଥି ସହ ବିଭିନ୍ନ ମଶା ନାଳ ନର୍ଦ୍ଦମାରେ ତେଲ ପକେଇବା ଅଭିଯାନ ଆରମ୍ଭ ହୋଇଛି । ଆଗକୁ ଡେଙ୍ଗୁ ଓ ମ୍ୟାଲେରିଆକୁ ନେଇ ସଚେତନତା ରଥ ଗଢ଼ିବ ବୋଲି ବିଏମ୍ସି ଉତ୍ତର ଜୋନ ZDC କହିଛନ୍ତି। ଏବେଠୁ ଡେଙ୍ଗୁ ନିୟନ୍ତ୍ରଣ କରାନଗଲେ, ଆଗଗୁ ସ୍ଥିତି ଭୟଙ୍କର ହେବା ଆଶଙ୍କା କରାଯାଉଛି ।
from Prameya News7 https://ift.tt/36egjli
No comments: