ସାମ୍ନାକୁ ଆସିଲା ଡୋମିନିକାର ଜେଲରେ ବନ୍ଦଥିବା ମେହୁଲ ଚୋକସିଙ୍କ ପ୍ରଥମ ଫଟୋ Pranjna Parimita

ନୂଆଦିଲ୍ଲୀ : ଡୋମିନିକା ଜେଲରେ ବନ୍ଦ ପିଏନବି ଘୋଟାର ଅନ୍ୟତମ ଅଭିଯୁକ୍ତ ତଥା ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକସିଙ୍କ ପ୍ରଥମ ଫଟୋ ସାମ୍ନାକୁ ଆସିଛି । ମେହୁଲ ଚୋକିସି ଏବେ ଡୋମିନିକା ପୋଲିସ ହାଜତରେ ଅଛନ୍ତି । ଫଟୋରେ ସ୍ପଷ୍ଟ ଦେଖିବାକୁ ମିଳୁଛି ମେହୁଲ ଚୋକସି ଜେଲରେ ବନ୍ଦ ଥିବା ବେଳେ ତାଙ୍କ ହାତରେ କ୍ଷତ ଚିହ୍ନ ରହିଛି । ଆଖି ଲାଲ ଲାଲ ଦେଖାଯାଉଥିବା ବେଳେ ଶରୀରର ସମ୍ପୂର୍ଣ୍ଣ ଦୁର୍ବଳ ଦେଖାଯାଉଛି । କ୍ଷତ ହୋଇଥିବା ସ୍ଥାନ କଳା ପଡ଼ି ଯାଇଛି, ହାତରେ କ୍ଷତ ଚିହ୍ନ ଦେଖିବାକୁ ମିଳୁଛି ।

ସେପେଟ ମେହୁଲ ଚୋକସିଙ୍କୁ ବଳପୂର୍ବକ ଭାବେ ଅପହରଣ କରାଯାଇଥିବା ଅଭିଯୋଗ କରିଛନ୍ତି ତାଙ୍କ ଓକିଲ । ନିଜେ ଫେରାର ହୋଇନଥିଲେ, ତାଙ୍କୁ ମାଡ଼ ମାରି ଡୋମିନିକା ନିଆଯାଇଥିଲା । ମେହୁଲ ଚୋକସିଙ୍କୁ କଥିତ ଭାବେ ନିର୍ଯାତନା ଦିଆଯାଇଥିବା କଥା ମଧ୍ୟ ଅଭିଯୋଗ କରିଛନ୍ତି ବିଜୟ ଅଗ୍ରୱାଲ । ମେହୁଲ ଚୋକସି କିପରି ଡୋମିନିକା ପହଞ୍ଚିଥିଲେ ସେ ସମ୍ପର୍କରେ ସ୍ପଷ୍ଟ ଚିତ୍ର ନଆସିଲେ କିଛି କହିହେବ ନାହିଁ । ଘଟଣା ପଛରେ ଗଭୀର ଷଡ଼ଯନ୍ତ୍ର ରଚାଯାଇଛି । ମେହୁଲ ନିଜେ କଦାପି ଡୋମିନକା ପହଞ୍ଚି ନାହାନ୍ତି ବୋଲି କହି ସନ୍ଦେହ ପ୍ରକାଶ କରିଛନ୍ତି ଓକିଲ ବିଜୟ ଅଗ୍ରୱାଲ ।

ମେ ୨୩ ରବିବାର ଦିନ ମେହୁଲ ଚୋକସି ଅପରାହ୍ନ ୫.୩୦ ରେ କୁଆଡ଼େ ଫେରାର ହୋଇଯାଇଥିଲେ । ଆଖାପାଖ ଅଞ୍ଚଳରେ ଖୋଜାଖୋଜି କଲାପରେ ବି ତାଙ୍କର ପତ୍ତା ମିଳିନଥିଲା । ଏହାପରେ ତାଙ୍କ ପରିବାର ସଦସ୍ୟ ତଥା ଭାରତରେ ରହୁଥିବା ମେହୁଲ ଚୋକସିଙ୍କ ଓକିଲ ବିଜୟ ଅଗ୍ରୱାଲ କହିଥିଲେ ଆଣ୍ଟିଗୁଆରୁ ନିଖୋଜ ହୋଇଯାଇଛନ୍ତି ମେହୁଲ ଚୋକସି । ତେବେ ଏହି ଘଟଣା ପରେ ରୟାଲ ପୋଲିସ ଫୋର୍ସ ତାଙ୍କୁ ଖୋଜିବା ଆରମ୍ଭ କରିଥିଲା। ସେ ଯାଇଥିବା ରେଷ୍ଟୁରାଣ୍ଟ ବାହାରେ ତାଙ୍କର ଗାଡ଼ି ମିଳିଥିବା, ଆଉ ସେ କ୍ୟୁବା ପଳାୟନ କରିଥିବା ସନ୍ଦେହ କରାଯାଉଥିଲା । ତେବେ ଅନେକ ଖୋଜାଖୋଜି ପରେ ଡୋମିନିକାରେ ଧରାପଡ଼ିଥିଲେ ମେହୁଲ ଚୋକସି ।

ଭାରତର ପଳାତକ ବ୍ୟବସାୟୀ ଚୋକସି ଚୋକସି ଦୀର୍ଘ ଦିନ ଧରି ଆଣ୍ଟିଗୁଆର ଜଲି ହାରବର୍ ଅଞ୍ଚଳରେ ରହୁଥିଲେ । ଚୋକସିଙ୍କ ବିରୋଧରେ ପଞ୍ଜାବ ନାସନାଲ ବ୍ୟାଙ୍କରୁ ୧୩, ୫୦୦ କୋଟି ଟଙ୍କା ଠକି ନେଇଥିବା ଅଭିଯୋଗ ଲାଗିଛି ।  ୨୦୧୮ ମସିହାରେ ମେହୁଲ ଚୋକସି ଗୁପ୍ତରେ ଭାରତ ଛାଡି ପଳାଇ ଯାଇଥିଲେ। ସେବେଠାରୁ ଦେଶର ଯାଂଚ ଏଜେନ୍ସି ସିବିଆଇ ଏବଂ ଇଡି ଟିମ୍ ତାଙ୍କୁ ଭାରତକୁ ଫେରାଇ ଆଣିବାକୁ ଚେଷ୍ଟା କରୁଛି ।

The post ସାମ୍ନାକୁ ଆସିଲା ଡୋମିନିକାର ଜେଲରେ ବନ୍ଦଥିବା ମେହୁଲ ଚୋକସିଙ୍କ ପ୍ରଥମ ଫଟୋ appeared first on OTV Khabar..



from OTV Khabar. https://ift.tt/3uzcn8C
ସାମ୍ନାକୁ ଆସିଲା ଡୋମିନିକାର ଜେଲରେ ବନ୍ଦଥିବା ମେହୁଲ ଚୋକସିଙ୍କ ପ୍ରଥମ ଫଟୋ Pranjna Parimita ସାମ୍ନାକୁ ଆସିଲା ଡୋମିନିକାର ଜେଲରେ ବନ୍ଦଥିବା ମେହୁଲ ଚୋକସିଙ୍କ ପ୍ରଥମ ଫଟୋ Pranjna Parimita Reviewed by SUBHENDU BARAL on May 29, 2021 Rating: 5

No comments:

Powered by Blogger.