ଟିଏମସି ବିଜୟ ପରେ ବାବୁଲ ସୁପ୍ରିୟୋଙ୍କ ପୋଷ୍ଟ: କହିଲେ ନିଷ୍ଠୁର ମହିଳାଙ୍କୁ ଜିତାଇଲେ ବଙ୍ଗବାସୀ

ପଶ୍ଚିମବଙ୍ଗ ୩/୫ : ପଶ୍ଚିମବଙ୍ଗରେ ଦିଦିଙ୍କ ହ୍ୟାଟ୍ରିକ ବିଜୟ ପରେ ଆରମ୍ଭ ହୋଇଛି ମାନସମନ୍ଥନ । ତୃତୀୟ ଥର ପାଇଁ ଏଠାରେ ସରକାର ଗଢିବ ଟିଏମସି । ଆଉ ମମତାଙ୍କ ଏଇ ଐତିହାସକି ବିଜୟ ପରେ ଚାରିଆଡୁ ଛୁଟିଛି ଶୁଭେଚ୍ଛାର ସୁଅ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଅନେକ ମନ୍ତ୍ରୀ, ନେତା ଏଥିପାଇଁ ଶୁଭେଚ୍ଛା ଜଣାଇଛନ୍ତି । ହେଲେ ଏହାକୁ ସହଜରେ ଗ୍ରହଣ କରିପାରିନାହାନ୍ତି କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋ ।

ସେ କହିଛନ୍ତି ବଙ୍ଗବାସୀ ଭୁଲ କରିଛନ୍ତି । ଜଣେ ନିଷ୍ଠୁର ମହିଳାଙ୍କୁ ଭୋଟ ଦେଇ ଜିତାଇଛନ୍ତି ଲୋକେ । ସେ ଫେସବୁକରେ ପୋଷ୍ଟ କରି କହିଛନ୍ତି ବଙ୍ଗର ଲୋକେ ଐତିହାସିକ ଭୁଲ କରିଛନ୍ତି । ପୋଷ୍ଟରେ ସେ ଆହୁରି କହିଛନ୍ତି ମମତା ବାନାର୍ଜୀ ଜଣେ ନିଷ୍ଠୁର ହୃଦୟହୀନ ମହିଳା । ତାଙ୍କ ବିଜୟ ପାଇଁ ମୁଁ ଅଭିନନ୍ଦନ ଜଣାଇବି ନାହିଁ କି ସମ୍ମାନ ମଧ୍ୟ ଦେବି ନାହିଁ । ଏଠାକାର ଲେକେ ବିଜେପିକୁ ସୁଯୋଗ ଦେଇନାହାଁନ୍ତି । ଯେଉଁଥିପାଇଁ ଆଗକୁ ଯାଇ ସେମାନେ ଅସୁବିଧାର ସମ୍ମୁଖୀନ ହେବେ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।



from Prameya News7 https://ift.tt/3xHuQ5C
ଟିଏମସି ବିଜୟ ପରେ ବାବୁଲ ସୁପ୍ରିୟୋଙ୍କ ପୋଷ୍ଟ: କହିଲେ ନିଷ୍ଠୁର ମହିଳାଙ୍କୁ ଜିତାଇଲେ ବଙ୍ଗବାସୀ ଟିଏମସି ବିଜୟ ପରେ ବାବୁଲ ସୁପ୍ରିୟୋଙ୍କ ପୋଷ୍ଟ: କହିଲେ ନିଷ୍ଠୁର ମହିଳାଙ୍କୁ ଜିତାଇଲେ ବଙ୍ଗବାସୀ Reviewed by SUBHENDU BARAL on May 02, 2021 Rating: 5

No comments:

Powered by Blogger.