ନୂଆଦିଲ୍ଲୀ ୩୦/୫ : ଡୋମିନିକାରୁ ଜେଲରୁ ଆସିଲା ଭାରତର ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକସିଙ୍କ ପ୍ରଥମ ଫଟୋ । ଫଟୋରେ ଦେଖିବାକୁ ମିଳିଛି ଯେଉଁଥିରେ ସେ ହାଜତରେ କଏଦୀ ହୋଇ ରହୁଛନ୍ତି । ଜେଲ ଅନ୍ୟ କେତେକ ଚିତ୍ରରେ ମେହୁଲ ଚୋକସି ଜେଲରୁ ହାତ ଦେଖାଉଥିବା ଦେଖିବାକୁ ମିଳିଛି । ଚିତ୍ରଗୁଡ଼ିକରେ ଦେଖାଯାଏ ଯେ ତାଙ୍କ ହାତରେ ଆଘାତ ଲାଗିଛି ।
ମେହୁଲ ଚୋକସିଙ୍କ ଏହି ଚିତ୍ରଗୁଡ଼ିକ ଆଣ୍ଟିଗୁଆ ନ୍ୟୁଜ୍ ରୁମ୍ ସେୟାର କରିଛି । ମେହୁଲ ଚୋକସିଙ୍କ ତରଫରୁ ତାଙ୍କୁ ଡୋମିନିକା ଜେଲରେ ମାଡ ଦିଆଯାଇଥିବା ଅଭିଯୋଗ ହୋଇଛି । ମେହୁଲ ଚୋକସି ଡୋମିନିକାର କ୍ରାଇମବ୍ରାଞ୍ଚ ତଦନ୍ତ ବିଭାଗ (ସିଆଇଡି)ଙ୍କ ଅଧୀନରେ ଅଛନ୍ତି । ଚାରି ଦିନ ପୂର୍ବରୁ ତାଙ୍କୁ ଗିରଫ କରାଯାଇଥିଲା । ସୂଚନାଥାଉକି, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନବି) ସହ ୧୩,୫୦୦ କୋଟି ଟଙ୍କା ଠକେଇ ମାମଲା ରହିଥିଲା ।
More photos of fugitive diamantaire Mehul Choksi in police custody in Dominica.
— ANI (@ANI) May 29, 2021
(Photo credit – Antigua News Room) pic.twitter.com/w4ivFxL3ms
ତଦନ୍ତ କରୁଥିବା ଅଧିକାରୀମାନେ କହିଛନ୍ତି ଯେ ଚୋକସିଙ୍କ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ କରୁଥିବା ସିବିଆଇ ଏହି ରିପୋର୍ଟଗୁଡିକ “ଆନୁଷ୍ଠାନିକ ଏବଂ ଅନୌପଚାରିକ” ଫୋରମ୍ ମାଧ୍ୟମରେ ଯାଞ୍ଚ କରୁଛି । ଏଜେନ୍ସିର ଅନୁରୋଧ କ୍ରମେ ଇଣ୍ଟରପୋଲ ତାଙ୍କ ବିରୋଧରେ ‘ରେଡ କର୍ଣ୍ଣର ନୋଟିସ’ ଜାରି କରିଛି।
from Prameya News7 https://ift.tt/34sqAtt
No comments: