TAC ର ଚେତାବନୀ: ଭ୍ୟାକ୍ସିନ୍ ନେବା ପରେ ମଦ ପିଇଲେ ଖରାପ ହେଉଛି ଲିଭର୍

ନୂଆଦିଲ୍ଲୀ ୦୨/୦୪: ଦେଶରେ କରୋନା ବିରୋଧରେ ଟୀକାକରଣ ଅଭିଯାନ ଆରମ୍ଭ ହୋଇଯାଇଛି । କରୋନା ଭ୍ୟାକ୍ସିନ୍ ଲଗାଇବା ଯେତିକି ଜରୁରୀ ଏହା ପରେ କିଛି ଜିନିଷକୁ ଧ୍ୟାନରେ ରଖିବା ମଧ୍ୟ ସେତିକି ଜରୁରୀ । ନିକଟରେ TAC ଏକ ଚେତାବନୀ ଦେଇ କହିଛି, ଭ୍ୟାକ୍ସିନ୍ ନେବା ପୂର୍ବରୁ ଏବଂ ପରେ କିଛି ବିଶେଷ କଥାର ଧ୍ୟାନ ଦେବା ଆବଶ୍ୟକ, ନଚେତ୍ ଏହାର ସାଇଡ୍ ଇଫେକ୍ଟ ହୋଇପାରେ ।  

PunjabKesari

TAC ଗାଇଡଲାଇନ ଅନୁଯାୟୀ, ଭ୍ୟାକ୍ସିନ୍ ନେବା ପୂର୍ବରୁ ଏବଂ ପରେ ଅତି କମରେ ୪୫ ଦିନ ପର୍ଯ୍ୟନ୍ତ ମଦ୍ୟପାନ, ଡ୍ରଗ୍ସ, ତମାଖୁ, ସିଗାରେଟ୍ ଇତ୍ୟାଦିରୁ ଦୂରେଇ ରହିବା ଭଲ । ନଚେତ୍  ଏହାର ପ୍ରଭାବ ଇମ୍ୟୁନ୍ ସିଷ୍ଟମ୍ ଉପରେ ପଡିଥାଏ ଯାହା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ବିପଜ୍ଜନକ ହୋଇପାରେ । ବିଶେଷଜ୍ଞମାନେ କହିଛନ୍ତି ଯେ ଟୀକାକରଣ ପରେ ମଦ୍ୟପାନ କରିବା ଲିଭର ଫଙ୍କସନ୍ କୁ  ଖରାପ କରିପାରେ । ଏହି କାରଣରୁ, ବ୍ୟକ୍ତିର ଇମ୍ୟୁନ୍ ସିଷ୍ଟମ୍ ଭଲ ଭାବରେ ରେସପନ୍ସ କରିବ ନାହିଁ ।  ଏଥି ସହିତ, ଶରୀରରେ ଭ୍ୟାକ୍ସିନ୍ ର ମଧ୍ୟ କୌଣସି ପ୍ରଭାବ ପଡିବ ନାହିଁ । ତେଣୁ ମଦ୍ୟପାନ ଠାରୁ ଦୂରେଇ ରହିବା ଆପଣଙ୍କ ପାଇଁ ଭଲ ହେବ ।  

PunjabKesari

ସ୍ପୁଟନିକ୍-ଭି ଭ୍ୟାକ୍ସିନ୍ ପାଇଁ ଜାରୀ କରାଯାଇଥିବା ଗାଇଡଲାଇନ୍ ରେ ମଧ୍ୟ ଏହି କଥା କୁହାଯାଇଛି ଯେ ଭ୍ୟାକ୍ସିନ୍ ନେବା ପୂର୍ବରୁ ଏବଂ ପରେ ମଦ୍ୟପାନ କରନ୍ତୁ ନାହିଁ । ଅତି କମରେ ୪୨ ଦିନର ବ୍ୟବଧାନରେ ଜଣେ ବ୍ୟକ୍ତିଙ୍କୁ ୨ଟି ଇଞ୍ଜେକ୍ସନ୍ ଦିଆଯିବ । ତେଣୁ ଭ୍ୟାକିସିନ୍ ନେଉଥିବା ଲୋକଙ୍କୁ ଏତେ ଦିନ ପର୍ଯ୍ୟନ୍ତ ମଦ୍ୟପାନରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି ।



from Prameya News7 https://ift.tt/39Sf1in
TAC ର ଚେତାବନୀ: ଭ୍ୟାକ୍ସିନ୍ ନେବା ପରେ ମଦ ପିଇଲେ ଖରାପ ହେଉଛି ଲିଭର୍ TAC ର ଚେତାବନୀ: ଭ୍ୟାକ୍ସିନ୍ ନେବା ପରେ ମଦ ପିଇଲେ ଖରାପ ହେଉଛି ଲିଭର୍ Reviewed by SUBHENDU BARAL on April 01, 2021 Rating: 5

No comments:

Powered by Blogger.