ପାଣିପାଗ ବିଭାଗର ପୂର୍ବାନୁମାନ, ଆଜିଠାରୁ କମିପାରେ ତାତି । ଗୋଟିଏ ଦିନରେ ଭୁବନେଶ୍ୱରରେ କମିଲା ୪ ଡିଗ୍ରୀ Kanak News
ଗତକାଲି ରାଜ୍ୟ ଅତ୍ୟଧିକ ଉତ୍ତପ୍ତ ଖଣ୍ଡରେ ପରିଣତ ହୋଇଥିବା ବେଳେ ଆଜି ତାତିରୁ ଟିକେ ଆଶ୍ବସ୍ତି ମିଳିଛି। ଉପକୂଳ ଓଡ଼ିଶାର ତାପମାତ୍ରା ଅପେକ୍ଷାକୃତ କମିଥିବା ବେଳେ ଆଭ୍ୟନ୍ତରୀଣ ଓଡ଼ିଶାରେ ସେମିତି ତାତି ଜାରି ରହିଛି। ରାଜ୍ୟର ୧୫ ସହର ତାପମାତ୍ରା ଆଜି ୪୦ ଡିଗ୍ରି ଉପରେ ରହିଥିବା ବେଳେ ୪୧ ଡିଗ୍ରି ଉପରକୁ ଏଥିମଧ୍ୟରୁ ୧୧ଟି ସହରର ପାରଦ ଡେଇଁଛି। ଆସନ୍ତାକାଲିଠାରୁ ରାଜ୍ୟର ତାପମାତ୍ରାରେ ହ୍ରାସ ଘଟିବ। ବାୟୁର ଦିଗ ପରିବର୍ତ୍ତନ ଯୋଗୁ ରାଜ୍ୟର ପାରଦ ନିମ୍ନଗାମୀ ହେବ। ୨ରୁ ୬ ତାରିଖ ପର୍ଯ୍ୟନ୍ତ ରାଜ୍ୟର ତାପମାତ୍ରାରେ ହ୍ରାସ ଘଟିବ। ଏଥିସହ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷାର ସମ୍ଭାବନା ଯୋଗୁ ତାପମାତ୍ରା ନିୟନ୍ତ୍ରଣରେ ରହିବ ବୋଲି ପାଣିପାଗ ବିଜ୍ଞାନୀମାନେ ପୂର୍ବାନୁମାନ କରିଛନ୍ତି।
ଭାରତୀୟ ପାଣିପାଗ ବିଭାଗ ମହାନିର୍ଦ୍ଦେଶକ ଡ. ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ସାରା ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଥିବା ବେଳେ ଆଜିଠାରୁ ତାତି କମିପାରେ। ଡ. ମହାପାତ୍ରଙ୍କ କହିବା ଅନୁସାରେ ଆଜିଠାରୁ ଓଡ଼ିଶାରେ କାଳବୈଶାଖୀ ବର୍ଷା ହେବାର ଅନୁମାନ କରାଯାଉଛି। ଯାହାଦ୍ବାରା ତାପମାତ୍ରା ହ୍ରାସ ପାଇବ। ସମୁଦ୍ରରୁ ଯଥେଷ୍ଟ ପରିମାଣର ବାୟୁ ଆସୁନଥିବାରୁ ତାତି ବଢ଼ୁଥିଲା। ପ୍ରତିବର୍ଷ ହିଟ୍ ୱେଭ୍ ଯେତିକି ପରିମାଣରେ ଏପ୍ରିଲ ଓ ଜୁନ୍ ମଧ୍ୟରେ ହୁଏ ତାହାଠାରୁ ଅଧିକ ଚଳିତ ବର୍ଷ ହୋଇପାରେ। ସାଧାରଣତଃ ୫ରୁ ୭ ଦିନ ପର୍ଯ୍ୟନ୍ତ ଓଡ଼ିଶାରେ ପ୍ରତିବର୍ଷ ହିଟ୍ ୱେଭ୍ ପରିଲକ୍ଷିତ ହୋଇଥାଏ। ଯେହେତୁ ଏଥର ହାରାହାରି ତାପମାତ୍ରା ପୂର୍ବାପେକ୍ଷା ଅଧିକ ରହିବ; ତେଣୁ ସାବଧାନତା ସହ ସତର୍କମୂଳକ ପଦକ୍ଷେପ ନେବାର ଆବଶ୍ୟକତା ରହିଥିବାର ସେ କହିଛନ୍ତି।
ବିଶିଷ୍ଟ ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ର ନାଥ ପଶୁପାଳକ କହିଛନ୍ତି, ପୂର୍ବ ଆକଳନ ଅନୁଯାୟୀ ମାର୍ଚ୍ଚ ୩୦ରୁ ଏପ୍ରିଲ ପହିଲା ଯାଏଁ ରାଜ୍ୟର ପାରଦ ଊର୍ଧ୍ବମୁଖୀ ହୋଇଥିଲା। ଭୁବନେଶ୍ବର ସବୁଠୁ ଅଧିକ ଉତ୍ତପ୍ତ ସହର ଭାବେ ରେକର୍ଡ କରିଛି। କିନ୍ତୁ ଆଗକୁ ଏହି ତାପମାତ୍ରା କମିବ ବୋଲି ଆଶା କରାଯାଉଛି।
from Kanak News https://ift.tt/31GrvVK https://ift.tt/39t6d1X
No comments: