ଉଜ୍ଜୟନ୍, ୦୩/୦୪: ମଧ୍ୟପ୍ରଦେଶ ଉଜ୍ଜୟନର ବଡ଼ନଗରରେ ଏକ ଦୁଷ୍କର୍ମ ମାମଲା ଚର୍ଚ୍ଚାର ପରିସରକୁ ଆସିଛି । ସେହି ଅଞ୍ଚଳ ବିଧାନସଭା ମଣ୍ଡଳୀର କଂଗ୍ରେସ ବିଧାୟକ ମୁରଲୀ ମୋରୱାଲଙ୍କ ପୁଅ କରଣ ମୋରୱାଲଙ୍କ ଉପରେ ଦୁଷ୍କର୍ମ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି । ଏନେଇ ଜଣେ ଯୁବତୀ ଇନ୍ଦୋରର ଏକ ମହିଳା ଥାନାରେ ଏଫ୍ଆଇଆର୍ ଦାଏର କରିଛନ୍ତି ।
ସୂଚନା ଅନୁସାରେ, ବିଧାୟକଙ୍କ ପୁଅ ବିରୋଧରେ ଶୁକ୍ରବାର ସନ୍ଧ୍ୟା ସମୟରେ ଦୁଷ୍କର୍ମ ମାମଲା ଆଣିଥିଲେ । ପୂର୍ବରୁ ପୀଡ଼ିତା ପୋଲିସ୍ ଡିଆଇଜିଙ୍କ ପାଖରେ ଅଭିଯୋଗ କରିଥିଲେ । ଏହାକୁ ନେଇ ମହିଳା ଥାନା ଅଧିକାରୀ ଧାରା ୩୭୬ରେ ଦୁଷ୍କର୍ମ ମାମଲା ରୁଜୁ କରିଥିଲେ ।
ପୀଡ଼ିତା ପୋଲିସ୍କୁ ଦେଇଥିବା ବୟାନରେ କହିଛନ୍ତି ଯେ, କରଣ ତାଙ୍କୁ ଭବରକୁଆଁ ଅଞ୍ଚଳରେ ଥିବା ଏକ ହୋଟେଲ୍କୁ କିଛିଦିନ ତଳେ ନେଇଥିଲେ । ସେଠାରେ ତାଙ୍କୁ ବାରମ୍ବାର ଦୁଷ୍କର୍ମ କରିଥିଲେ । ଏହି ବିଷୟରେ ପୋଲିସ୍ରେ ଜଣାଇଲେ ଜୀବନରୁ ମାରିଦେବାକୁ ଧମକ ମଧ୍ୟ ଦେଇଥିଲେ ।
ତେବେ ମହିଳା ଜଣକ କଂଗ୍ରେସର ଜଣେ କର୍ମକର୍ତ୍ତା ଏବଂ ପଦାଧିକରୀ ହୋଇଥିବା ଜଣାପଡ଼ିଛି । ସେ କରଣଙ୍କ ସଂପର୍କରେ କଂଗ୍ରେସ୍ର ଏକ କାର୍ଯ୍ୟକ୍ରମରେ ଆସିଥିବା କହିଛନ୍ତି । ପୋଲିସ୍ ଏନେଇ ଅଧିକ ତଦନ୍ତ କରୁଛି ।
from Prameya News7 https://ift.tt/3rJVl6k
No comments: