ନୂଆଦିଲ୍ଲୀ, ୦୨|୦୪ : ଦେଶରେ ରାଜପଥ ନିର୍ମାଣ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି । ମାର୍ଚ୍ଚ ୩୧, ୨୦୨୧ ସୁଦ୍ଧା ୯,୨୨,୪୦୪ କୋଟି ଟଙ୍କାର ରାସ୍ତାକାମ ହୋଇଛି । ଏହି ଅର୍ଥରେ ୧୩୨୯୮ କିମିର ରାସ୍ତା ତିଆରି ହୋଇଛି । ଏହା ୨୦୨୦-୨୧ ଆର୍ଥିକ ବର୍ଷରେ ଦୈନିକ ହାରାହାରି ୩୬ କିମି ବୋଲି କହିଛନ୍ତି କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡକରୀ । ୨୦୨୧-୨୨ ଆର୍ଥିକ ବର୍ଷରେ ଦୈନିକ ରାସ୍ତା ନିର୍ମାଣକୁ ୪୦ କିମି ଯାଏଁ ବୃଦ୍ଧି କରାଯିବ ବୋଲି ସେ କହିଛନ୍ତି ।
ନୀତିନ ଗଡକରୀ କହିଛନ୍ତି ଯେ, ୨୦୨୦-୨୧ରେ ଅଧିକ ବେଗରେ ରାସ୍ତାକାମ ହୋଇଛି । କରୋନା ମହାମାରୀ ସତ୍ତ୍ୱେ ଦୈନିକ ରେକର୍ଡ ସ୍ତରରେ ୩୭ କିମି ରାସ୍ତା ହୋଇଛି । ଏହାକୁ ୪୦ କିମି ଯାଏଁ ବୃଦ୍ଧି କରାଯିବା ନେଇ ଲକ୍ଷ୍ୟ ରହିଛି । ରାସ୍ତା ତିଆରି ପାଇଁ ସରକାର ବର୍ଷକୁ ପ୍ରାୟ ୨,୫୦,୦୦୦ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ଏବେ ୬ ଲକ୍ଷ କୋଟି ଟଙ୍କାର କାମ ଚାଲିଛି । ଗତ ୭ ବର୍ଷରେ ୩୦୦୦୦୦ କୋଟିର ଷ୍ଟଲ୍ ହାଇଓ୍ୱେ ପ୍ରୋଜେକ୍ଟ କାମ ହୋଇଛି ।
କେନ୍ଦ୍ରମନ୍ତ୍ରୀ ଆହୁରି କହିଛନ୍ତି ଯେ, ପରିବହନ ବିଭାଗ ଓ ଅନେକ ଏଜେନ୍ସି କୋଭିଡ୍ ସମୟରେ ଅନେକ ଆଖିଦୃଶିଆ କାମ କରିଛନ୍ତି । ଯାହା ଉଲ୍ଲେଖନୀୟ । ଠିକାଦାରଙ୍କ ପାଇଁ ରିଲିଫ୍ ପ୍ୟାକେଜ ଘୋଷଣା ହୋଇଛି । ନଗଦ କ୍ୟାସ୍ ସଙ୍କଟ ବେଳେ ମଧ୍ୟ କାମ ବନ୍ଦ ହୋଇନାହିଁ । ତେବେ ନିବେଶକଙ୍କ ପାଇଁ ରାସ୍ତା ସେକ୍ଟରରେ ନିବେଶ ପାଇଁ ଅପୂର୍ବ ସୁଯୋଗ ରହିଥିବା କହିଛନ୍ତି ଡେଲୋଏଟ୍ ଇଣ୍ଡିଆର ଅଧିକାରୀ କୁଶାଲ ସିଂ ।
from Prameya News7 https://ift.tt/3fzgmhv
No comments: