ରିଲିଜ୍ ହେଲା ଆର ମାଧବନଙ୍କ ଫିଲ୍ମ ‘ରକେଟ୍ରି: ଦି ନମ୍ବି ଇଫେକ୍ଟ’ ର ଟ୍ରେଲର୍, ଶାହାରୁଖ ଖାନ ମଧ୍ୟ ନଜର ଆସିଲେ

ମୁମ୍ବାଇ ୦୨/୦୪: ଅଭିନେତା ଆର ମାଧବନଙ୍କ ଆଗାମୀ ଫିଲ୍ମ ‘ରକେଟ୍ରି: ଦି ନମ୍ବି ଇଫେକ୍ଟ’ ର ଟ୍ରେଲର୍ ଗୁରୁବାର ଦିନ ରିଲିଜ୍ ହୋଇଛି । ଗୋଟିଏ ପଟେ ଆର ମାଧବନଙ୍କ ଫ୍ୟାନ୍ସମାନେ ବହୁତ ଖୁସି ଥିବା ବେଳେ ଅନ୍ୟ ପଟେ ଏହି ଫିଲ୍ମର ଟ୍ରେଲର ଶାହରୁଖ ଖାନଙ୍କ ଫ୍ୟାନ୍ସମାନଙ୍କୁ ଖୁବ୍ ପସନ୍ଦ ଆସିଛି ।  

'ରକେଟ୍ରି: ନମ୍ବି ଇଫେକ୍ଟ' ଫିଲ୍ମରେ ଆର ମାଧବନ୍ ବୈଜ୍ଞାନିକ ନମ୍ବି ନାରାୟଣନ ଭୂମିକାରେ ଅଭିନୟ କରିଛନ୍ତି । ବିଶେଷ କଥା ହେଉଛି ଏହି ଫିଲ୍ମରେ ମାଧବନଙ୍କୁ କେବଳ ଜଣେ ଅଭିନେତା ଭାବରେ ଦେଖିବାକୁ ମିଳିବ ନାହିଁ  ବରଂ ସେ ଏହି ଫିଲ୍ମରେ ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି । ପ୍ରାୟ ତିନି ମିନିଟର ଏହି ଟ୍ରେଲରକୁ ଦର୍ଶକ ଖୁବ୍ ପସନ୍ଦ କରୁଛନ୍ତି । ମାଧବନ୍ ସବୁଥର ପରି ତାଙ୍କ ଚରିତ୍ରକୁ ନେଇ ଚର୍ଚ୍ଚାରେ ରହିଛନ୍ତି ଏବଂ ଆଶା କରାଯାଉଛି ଯେ ଏହା ମାଧବନଙ୍କ ଫିଲ୍ମ କ୍ୟାରିୟରରେ ଏକ ଗୁରୁତ୍ୱପୂର୍ଣ୍ଣ ଫିଲ୍ମ ହେବ । ଟ୍ରେଲରରେ ଥିବା କିଛି ଡାଏଲଗ୍ସ ମଧ୍ୟ ଖୁବ୍ ଚମତ୍କାର ହୋଇଛି ।

ଏହି ଫିଲ୍ମର ଟ୍ରେଲରକୁ ଶାହରୁଖ ଖାନଙ୍କ ଫ୍ୟାନ୍ସମାନେ ମଧ୍ୟ ବହୁତ ପସନ୍ଦ କରୁଛନ୍ତି । ଟ୍ରେଲର ଆରମ୍ଭରେ ଦେଖାଯାଇଛି ଆର ମାଧବନଙ୍କ ଏକ ସୋ ସମୟରେ ଶାହରୁଖ ଖାନ କିଛି ପ୍ରଶ୍ନ ପଚାରୁ ଥିବାର ନଜର ଆସିଛନ୍ତି । ଏହି କ୍ଲିପରୁ ଏହା ସ୍ପଷ୍ଟ ହୋଇଛି ଯେ ଶାହରୁଖ ଖାନ ଏହି ଫିଲ୍ମରେ ସାମ୍ବାଦିକ ଭାବରେ ନଜର ଆସିବେ । ୨୦୧୮ ରେ ଜିରୋ ରିଲିଜ୍ ହେବା ପରେ ଶାହରୁଖ ଖାନ ଏପର୍ଯ୍ୟନ୍ତ ବଡ ପରଦାରେ ନଜର ଆସିନଥିଲେ, ତେଣୁ ଏହା ତାଙ୍କ ଫ୍ୟାନ୍ସମାନଙ୍କ ପାଇଁ କୌଣସି ଉପହାରଠାରୁ କମ୍ ନୁହେଁ ।

'ରକେଟ୍ରି: ଦି ନମ୍ବି ଇଫେକ୍ଟ'ର ଟ୍ରେଲରକୁ ଫ୍ୟାନ୍ସମାନଙ୍କ ସହିତ ଷ୍ଟାରମାନେ ମଧ୍ୟ ବେଶ ପସନ୍ଦ କରୁଛନ୍ତି । ମହେଶ ବାବୁଙ୍କ ଠାରୁ କଙ୍ଗନା ରାଣାୱତ୍ ପର୍ଯ୍ୟନ୍ତ ଫିଲ୍ମର ଟ୍ରେଲରକୁ ପ୍ରଶଂସା କରିଛନ୍ତି । ଆର ମାଧବନ୍ ଏହି ଫିଲ୍ମଟିକୁ ଲେଖିଛନ୍ତି ଏବଂ ପ୍ରସ୍ତୁତ ମଧ୍ୟ କରିଛନ୍ତି । ଏହି ଫିଲ୍ମ ଏକାସାଙ୍ଗରେ ୬ଟି ଭାଷାରେ (ଇଂରାଜୀ, ତାମିଲ, ତେଲୁଗୁ, ହିନ୍ଦୀ, ମାଲାୟାଲମ୍ ଏବଂ କନ୍ନଡ) ରିଲିଜ୍ ହେବ ।



from Prameya News7 https://ift.tt/39wP5II
ରିଲିଜ୍ ହେଲା ଆର ମାଧବନଙ୍କ ଫିଲ୍ମ ‘ରକେଟ୍ରି: ଦି ନମ୍ବି ଇଫେକ୍ଟ’ ର ଟ୍ରେଲର୍, ଶାହାରୁଖ ଖାନ ମଧ୍ୟ ନଜର ଆସିଲେ ରିଲିଜ୍ ହେଲା ଆର ମାଧବନଙ୍କ ଫିଲ୍ମ ‘ରକେଟ୍ରି: ଦି ନମ୍ବି ଇଫେକ୍ଟ’ ର ଟ୍ରେଲର୍, ଶାହାରୁଖ ଖାନ ମଧ୍ୟ ନଜର ଆସିଲେ Reviewed by SUBHENDU BARAL on April 01, 2021 Rating: 5

No comments:

Powered by Blogger.