ଭାରତରୁ ଯାଉଛି ପଥର, ମୁସଲିମବହୁଳ ଦେଶରେ ନିର୍ମାଣ ହେଉଛି ମନ୍ଦିର । ଖର୍ଚ୍ଚ ହେବ ପାଖାପାଖି ୯୦୦ କୋଟି । Kanak News

କନକ ବ୍ୟୁରୋ: ଭାରତରୁ ପଥର ଯାଇ ବିଦେଶରେ ନିର୍ମାଣ ହେଉଛି ଭବ୍ୟ ମନ୍ଦିର । ଅକ୍ଷର ପୁରୁଷୋତ୍ତମ ସ୍ଵାମୀନାରାୟଣ ସଂସ୍ଥା ପକ୍ଷରୁ ଆବୁଧାବିରେ ଏହି ମନ୍ଦିରର ନିର୍ମାଣ ଚାଲିଛି । ତେବେ ଏହି ମନ୍ଦିର ପାଇଁ ପାଖାପାଖି ୪୫ କୋଟି ଦୀରହମ ବା ୮୮୮ କୋଟି ଟଙ୍କା ଖର୍ଚ୍ଚ ଅଟକଳ କରାଯାଇଛି । ଆବୁଧାବିର ମୁରେଇଖାହରେ ୨୭ ଏକର ଜମିରେ ଏହି ମନ୍ଦିରର ନିର୍ମାଣ ଚାଲିଛି ।

ପ୍ରୋଜେକ୍ଟ ଇଂଜିନିୟରଙ୍କ କହିବା ମୁତାବକ ବର୍ତ୍ତମାନ ମନ୍ଦିରର ମୂଳଦୁଆ ନିର୍ମାଣ ଚାଲିଥିବାବେଳେ ଆସନ୍ତା ଏପ୍ରିଲ ସୁଦ୍ଧା ଏହା ସରିଯିବ । ତେବେ ମୂଳଦୁଆ ନିର୍ମାଣ ପାଇଁ ଭାରତରୁ ଯାଇଥିବା ପଥର ହିଁ ବ୍ୟବହାର କରାଯାଉଛି । ବଡ କଥା ଯେ ମନ୍ଦିର ନିର୍ମାଣ ପାଇଁ ବ୍ୟବହାର ହେବାକୁ ଥିବା ସମସ୍ତ ପଥର ଭାରତରୁ ଜାହାଜ ଯୋଗେ ଯିବ । ଏଥିପାଇଁ ରାଜସ୍ଥାନ ଓ ଗୁଜୁରାଟରେ ଉପଯୁକ୍ତ ପଥରର ସନ୍ଧାନ କରାଯାଉଛି।

ପ୍ରାଚୀନ ହିନ୍ଦୁ ଶିଳ୍ପ ଶାସ୍ତ୍ର ଅନୁଯାୟୀ ମନ୍ଦିରର ନିର୍ମାଣ ଚାଲିଛି । ମନ୍ଦିର ପାଇଁ ଗୋଲାପୀ ରଙ୍ଗର ପଥର ରାଜସ୍ଥାନରୁ ଆସିଥିବାବେଳେ ମାର୍ବଲ ଇଟାଲୀରୁ ଆସିଛି । ୨୦୨୩ ସୁଦ୍ଧା ମନ୍ଦିର ସମ୍ପୂର୍ଣ୍ଣ ଭାବେ ନିର୍ମାଣ ହୋଇଯିବ ବୋଲି ସମ୍ଭାବନା ରହିଛି । ମନ୍ଦିରରେ ମୁଖ୍ୟ ମନ୍ଦିର ବ୍ୟତୀତ ଲାଇବ୍ରେରୀ, କମ୍ୟୁନିଟି ସେଣ୍ଟର, ବଗିଚା ଆଦି ରହିବ ।



from Kanak News https://ift.tt/3fxP8rA https://ift.tt/3cCqR1J

ଭାରତରୁ ଯାଉଛି ପଥର, ମୁସଲିମବହୁଳ ଦେଶରେ ନିର୍ମାଣ ହେଉଛି ମନ୍ଦିର । ଖର୍ଚ୍ଚ ହେବ ପାଖାପାଖି ୯୦୦ କୋଟି । Kanak News ଭାରତରୁ ଯାଉଛି ପଥର, ମୁସଲିମବହୁଳ ଦେଶରେ ନିର୍ମାଣ ହେଉଛି ମନ୍ଦିର । ଖର୍ଚ୍ଚ ହେବ ପାଖାପାଖି ୯୦୦ କୋଟି । Kanak News Reviewed by SUBHENDU BARAL on March 31, 2021 Rating: 5

No comments:

Powered by Blogger.