ନବରଙ୍ଗପୁରରେ ରାଜନୈତିକ ରାଲି, ସମାବେଶ ଉପରେ କଟକଣା : ପିପିଲି ଉପନିର୍ବାଚନରେ ନବରଙ୍ଗପୁର ଜିଲ୍ଲା ପ୍ରଶାସନର ରାସ୍ତାକୁ ଆପଣେଇବ କି ପୁରୀ ପ୍ରଶାସନ ? Kanak News
କନକ ବ୍ୟୁରୋ : ନବରଙ୍ଗପୁରରେ ରାଜନୈତକ ରାଲି ଓ ସମାବେଶ ଉପରେ ପ୍ରତିବନ୍ଧକ ଲଗାଯିବା ପରେ ଏବେ ପିପିଲି ଉପରେ ସମସ୍ତଙ୍କ ନଜର ରହିଛି । ପିପିଲିରେ ଉପନିର୍ବାଚନ ହେବାକୁ ଥିବାବେଳେ ପୁରୀ ଜିଲ୍ଲା ପ୍ରଶାସନ ନବରଙ୍ଗପୁର ଜିଲ୍ଲା ପ୍ରଶାସନର ରାସ୍ତା ଆପଣାଇବ କି ? କାରଣ, ଗତ ୨୪ ଘଂଟା ଭିତରେ ଜଣେ ହେଲେ ବି କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ନଥିବାବେଳେ ପୁରୀରେ ୨୪ ଘଂଟାରେ ୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଏପଟେ ନବରଙ୍ଗପୁରରେ ବର୍ତମାନ ସୁଦ୍ଧା ୧୧ ଆକ୍ଟିଭ ମାମଲା ରହିଛି । ପୁରୀରେ କିନ୍ତୁ ଆକ୍ଟିଭ ମାମଲା ସଂଖ୍ୟା ହେଉଛି ୨୬ । ପିପିଲି ଉପନିର୍ବାଚନ ପାଇଁ ପୁରୀ ଜିଲ୍ଲାରେ ରାଜନୈତିକ ରାଲି ଓ ସମାବେଶ ବଢିବାର ସମ୍ଭାବନା ଥିବାରୁ କରୋନା ସଂକ୍ରମଣ ବି ବଢିପାରେ । ଏଠାରେ ପ୍ରଶ୍ନ , କରୋନାର ଦ୍ୱିତୀୟ ଲହର ଆଶଙ୍କା ଭିତରେ ପୁରୀ ପାଇଁ କ’ଣ ନୀତି ଆପଣାଉଛି ପ୍ରଶାସନ ।
from Kanak News https://ift.tt/3ch6hnp https://ift.tt/3sjB3l2
ନବରଙ୍ଗପୁରରେ ରାଜନୈତିକ ରାଲି, ସମାବେଶ ଉପରେ କଟକଣା : ପିପିଲି ଉପନିର୍ବାଚନରେ ନବରଙ୍ଗପୁର ଜିଲ୍ଲା ପ୍ରଶାସନର ରାସ୍ତାକୁ ଆପଣେଇବ କି ପୁରୀ ପ୍ରଶାସନ ? Kanak News
Reviewed by SUBHENDU BARAL
on
March 24, 2021
Rating:
No comments: