କ୍ରିକେଟର ଇରଫାନ ପଠାନ୍ କରୋନା ପଜିଟିଭ ଚିହ୍ନଟ : କରୋନାରେ ସଂକ୍ରମିତ ନେଇ ସୋସିଆଲ ମିଡିଆରେ ଦେଲେ ସୂଚନା Kanak News
କନକ ବ୍ୟୁରୋ : ଭାରତୀୟ କ୍ରିକେଟ୍ ଦଳର ଅନେକ ପୂର୍ବତନ କ୍ରିକେଟର ଏବେ କରୋନା ପଜିଟିଭ ହୋଇଥିବାର ଖବର ସାମ୍ନାକୁ ଆସିଛି। ନିକଟରେ ଭାରତରେ ଖେଳାଯାଇଥିବା ୱାର୍ଲଡ ରୋଡ଼ ସେଫଟି ସିରିଜରେ ଖେଳିଥିବା ଚାରିଜଣ ଭାରତୀୟ ଖେଳାଳି କରୋନା ପଜିଟିଭ୍ ବୋଲି ଜଣାପଡିଛି । ପ୍ରଥମେ ସଚିନ ତେନ୍ଦୁଲକର କରୋନା ସଂକ୍ରମିତ ହେବାର ଖବର ସାମ୍ନାକୁ ଆସିଥିଲା । ଏହା ପରେ ଅନ୍ୟ ତିନି ଖେଳାଳି ମଧ୍ୟ ପଜିଟିଭ ହୋଇଥିବାର ଜଣାପଡିଛି ।
— Irfan Pathan (@IrfanPathan) March 29, 2021
ଏହି ସବୁ ଖେଳାଳିମାନେ ହେଉଛନ୍ତି ଏସ ବଦ୍ରୀନାଥ, ୟୁସୁଫ ପଠାନ ଓ ଇରଫାନ ପଠାନ । ଶନିବାର ଦିନ ସଚିନ ଟ୍ୱିଟରରେ କରୋନା ପଜିଟିଭ ବିଷୟରେ ଜଣାଇଥିଲେ। ଏହା ପରେ ନିକଟରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିବା ୟୁସୁଫ ପଠାନ ମଧ୍ୟ କରୋନା ପଜିଟିଭ ବିଷୟରେ ସୂଚନା ଦେଇଥିଲେ । ଗତ ରବିବାର ଦିନ ପୂର୍ବତନ ବ୍ୟାଟ୍ସମ୍ୟାନ୍ ଏସ୍ ବଦ୍ରିନାଥ କରୋନା ପଜିଟିଭ ବାବଦରେ ଜଣାଇଥିବାବେଳେ ବର୍ତ୍ତମାନ ପୂର୍ବତନ ଅଲରାଉଣ୍ଡର ଇରଫାନ୍ ପଠାନ ମଧ୍ୟ କରୋନା ପଜିଟିଭ୍ ବୋଲି ଜଣାପଡ଼ିଛନ୍ତି ।
ଇରଫାନଙ୍କର ନମୁନା ପରୀକ୍ଷାକୁ ଅପେକ୍ଷା କରାଯାଇଥିଲା । ସୋମବାର ରାତିରେ ଇରଫାନ୍ ଟ୍ୱିଟ୍ କରି ସେ ମଧ୍ୟ କରୋନା ସଂକ୍ରମିତ ହୋଇଥିବା ବିଷୟରେ ସୂଚନା ଦେଇଛନ୍ତି । ସୂଚନା ଥାଉ କି ନିକଟରେ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଶେଷ ହୋଇଥିବା ୱାର୍ଲଡ ରୋଡ଼ ସେଫଟି ସିରିଜରେ ଭାରତ ଟାଇଟଲ୍ ଜିତିଥିଲା । ସଚିନ ଭାରତୀୟ ଦଳର ଅଧିନାୟକ ଥିଲେ ଏବଂ ବୀରେନ୍ଦ୍ର ସେହୱାଗ, ଯୁବରାଜ ସିଂଙ୍କ ଭଳି ବଡ ଖେଳାଳି ତାଙ୍କ ସହ ଖେଳୁଥିଲେ ।
from Kanak News https://ift.tt/39q6Ido https://ift.tt/3u4jzcX
No comments: