ଚିନ୍ତା ବଢାଉଛି କରୋନା : ଯୋଗୀ ସରକାରଙ୍କ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି, ମାର୍ଚ୍ଚ ୩୧ ଯାଏଁ ପ୍ରଥମରୁ ୮ମ ଛାତ୍ରଛାତ୍ରୀଙ୍କୁ ସ୍କୁଲ ମନା
ଲକ୍ଷ୍ନୌ ୨୩/୦୩ : ଦେଶରେ ହୁ ହୁ ହୋଇ ବଢିବାରେ ଲାଗିଛି କରୋନା ସଂକ୍ରମଣ । କିଛି ଦିନ ବ୍ୟବଧାନରେ ଦେଶର ପ୍ରମୁଖ ରାଜ୍ୟମାନଙ୍କରେ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ପଞ୍ଜାବ, ମଧ୍ୟ ପ୍ରଦେଶ ଭଳି ରାଜ୍ୟମାନଙ୍କରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଶିକ୍ଷାନୁଷ୍ଠାନଗୁଡିକୁ ବନ୍ଦ କରିଦିଆଯାଇଛି । ସେହିଭଳି ଉତ୍ତର ପ୍ରଦେଶଷର ସଂକ୍ରମଣ ବୃଦ୍ଧିପାଉଥିବାରୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ କରିଛନ୍ତି ।
ଉତ୍ତର ପ୍ରଦେଶରେ ସଂକ୍ରମଣ ବୃଦ୍ଧିକୁ ରୋକିବା ଦିଗରେ ଯୋଗୀ ସରକାର, ହୋଲି ସମେତ ଅନ୍ୟାନ୍ୟ କାର୍ଯ୍ୟକମ୍ର ଯେପରିକି ପର୍ବପର୍ବାଣୀ, ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ସତର୍କତା ଅବଲମ୍ବନ କରିବାକୁ ନିର୍ଦେଶ ଦେଇଛନ୍ତି । ଏହା ସହିତ ଉତ୍ତର ପ୍ରଦେଶରେ ପ୍ରଥମରୁ ୮ମ ସମସ୍ତ ସ୍କୁଲ ଏବଂ ଘରୋଇ ବିଦ୍ୟାଳୟଗୁଡିକୁ ମାର୍ଚ୍ଚ ୨୪ ରୁ ୩୧ ଯାଏଁ ବନ୍ଦ ରଖିବାକୁ ନିର୍ଦେଶ ଦିଆଯାଇଛି । ଏହା ସହି ଯେଉଁ ଶିକ୍ଷାନୁଷ୍ଠାନଗୁଡିକରେ ନରୀକ୍ଷା ହେଉନାହିଁ ସେଗୁଡିକୁ ମଧ୍ୟ ମାର୍ଚ୍ଚ ୩୧ ଯାଏଁ ବନ୍ଦ ରଖିବାକୁ ନିର୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ।
ଶିକ୍ଷାନୁଷ୍ଠାନ ସମେତ ଅନ୍ୟ ସ୍ଥାନମାନଙ୍କ ପାଇଁ ମଧ୍ୟ ନୂଆ ଗାଇଡ୍ଲାଇନ୍ ଜାରି କରାଯାଇଛି । ରେଲଓ୍ବେ ଷ୍ଟେସନ ଏବଂ ବିମାନରେ ଆସୁଥିବା ଯାତ୍ରୀମାନଙ୍କର ଆଣ୍ଟିଜେନ୍ ଟେଷ୍ଟ କରାଯାଉ ଏବଂ ଅଧିକ ଲକ୍ଷଣ ଦେଖାଯାଉଥିଲେ RTPCR ଟେଷ୍ଟ କରାଯିବାକୁ ବୈଠକରେ ଉତ୍ତର ପ୍ରଦେଶ ମୁଖ୍ୟ ସଚିବ ପରାମର୍ଶ ଦେଇଛନ୍ତି ।
ଉତ୍ତର ପ୍ରଦେଶ ସ୍ବାସ୍ଥ୍ୟ ନିର୍ଦେଶକ ଜି. ଏସ୍. ନେଗୀ କହିଛନ୍ତି, ଅନ୍ୟ ରାଜ୍ୟମାନଙ୍କରେ କରୋନା ସଂକ୍ରମଣ ବୃଦ୍ଧି ମାମଲାକୁ ଦୃଷ୍ଟିରେ ରଖି ଉତ୍ତର ପ୍ରଦେଶ ସରକାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ବିଶେଷ କରି ରେଲଓ୍ବେ ଷ୍ଟେସନ୍, ଏୟାରପୋର୍ଟ ଆସୁଥିବା ଯାତ୍ରୀମାନଙ୍କ ଉପରେ ସ୍ବତନ୍ତ୍ର ନଜର ରଖାଯାଇଛି । ସେମାନଙ୍କ କରୋନା ପରୀକ୍ଷା ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇଛି ।
from Prameya News7 https://ift.tt/3tQgCN9
No comments: