ବୈଶାଖ ଆସିନି ସ୍ଥିତି ଅସମ୍ଭାଳ : ୪୮ ଘଣ୍ଟା ପାଇଁ ୬ ଜିଲ୍ଲାକୁ ହିଟ୍ ୱେଭ୍ ଜାରି

 ଭୁବନେଶ୍ୱର ୩୦।୦୩: ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଖରା ସାଙ୍ଗକୁ ଗୁଳୁଗୁଳି ଜନଜୀବନ ଅସ୍ତବ୍ୟସ୍ତ କରିଦେଉଛି । ରାଜ୍ୟରେ ୧୫ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ଛୁଇଁଛି। କିଛି ସ୍ଥାନରେ ପାରଦ ୪୧ ଡିଗ୍ରୀ ଟପିଛି । ଟିଟିଲାଗଡ଼ ୪୨ ଦଶମିକ ୨ ଡିଗ୍ରୀ ତାପମାତ୍ରା ସହ ପୁଣି ତତଲାଗଡ଼ରେ ପରିଣତ ହୋଇଛି। ବାରିପଦାରେ ତାପମାତ୍ରା ରହିଛି ୪୨ ଡିଗ୍ରୀ। କଟକ ଓ ଭୁବନେଶ୍ବରରେ ମଧ୍ୟ ତାପମାତ୍ରା ୪୦ ଛୁଇଁଛି ପାରଦ।

ସେହିପରି ଅନୁଗୁଳ, ଝାରସୁଗୁଡ଼ା ସମ୍ବଲପୁର, ତାଳଚେର ଭବନୀପାଟଣା, ବଲାଙ୍ଗିର, ମାଲକାନଗିରି, ନୟାଗଡ଼ ଓ ବୌଦରେ ତାପମାତ୍ରା ୪୦ଡିଗ୍ରୀ ଉପରେ ରହିଛି। ସେହିପରି ୭ଟି ସହରରେ ତାପମାତ୍ରା ୩୫ ଡିଗ୍ରୀ ଉପରେ ରହିଛି। ଆଗାମୀ ୪ ଦିନରେ ତାପମାତ୍ରା ଆହୁରି ବଢିବା ସହ ପାଖାପାଖି ୪୩ ଡିଗ୍ରୀ ଛୁଇଁବା ନେଇ ଆଶଙ୍କା ରହିଛି। ତେଣୁ ଆସନ୍ତା ୪୮ ଘଣ୍ଟା ପାଇଁ ୬ ଜିଲ୍ଲାକୁ ହିଟ୍ ୱେଭ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ବଲାଙ୍ଗିର ଓ ସୋନପୁର ଜିଲ୍ଲା ପାଇଁ ପାଣିପାଗ ବିଜ୍ଞାନକେନ୍ଦ୍ର ୟେଲୋ ୱାର୍ଣ୍ଣିଂ ଜାରି କରିଛି। ଏହି ଦୁଇ ସହରରେ ଗୋଟିଏ ବା ଦୁଇଟି ସ୍ଥାନରେ ଅତ୍ୟଧିକ ଗରମ ହେବ ବୋଲି ପୂର୍ବାନୁମାନ କରାଯାଇଛି। ସେହିପରି ୩୧ ଓ ୧ ତାରିଖରେ ସୋନପୁର, ବଲାଙ୍ଗୀର, ବୌଦ୍ଧ,ସମଲପୁର, କଳାହାଣ୍ଡି ଅନୁଗୋଳକୁ ହିଟ୍ ୱେଭ ନେଇ ସତର୍କ ସୂଚନା ଜାରି କରାଯାଇଛି ।

ପଶ୍ଚିମ ଦିଗରୁ ପବନ ବହୁଥିବାରୁ ଗରମ ଅନୁଭୂତ ହେଉଛି। ଏପ୍ରିଲ ୨ ତାରିଖ ପରେ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ସମ୍ଭାବନା ରହିଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ମୟୁରଭଞ୍ଜ, ବାଲେଶ୍ଵରରେ ଘଡଘଡି ପବନ ସହିତ ବର୍ଷାର ସମ୍ଭାବନା ରହିଛି । ଏପରିକି ପବନର ବେଗ ୪୦ରୁ ୫୦କିଲୋମିଟର ପର୍ଯ୍ୟନ ରହିବାର ସମ୍ଭାବନା ରହିଛି । ତେଣୁ ମତ୍ସ୍ୟଜୀବୀମାନଙ୍କୁ ୪୮ଘଣ୍ଟା ପର୍ଯ୍ୟନ୍ତ ସମୁଦ୍ରକୁ ନଯିବା ପାଇଁ ବାରଣ କରାଯାଇଛି।



from Prameya News7 https://ift.tt/39nQTUw
ବୈଶାଖ ଆସିନି ସ୍ଥିତି ଅସମ୍ଭାଳ : ୪୮ ଘଣ୍ଟା ପାଇଁ ୬ ଜିଲ୍ଲାକୁ ହିଟ୍ ୱେଭ୍ ଜାରି ବୈଶାଖ ଆସିନି ସ୍ଥିତି ଅସମ୍ଭାଳ : ୪୮ ଘଣ୍ଟା ପାଇଁ ୬ ଜିଲ୍ଲାକୁ ହିଟ୍ ୱେଭ୍ ଜାରି Reviewed by SUBHENDU BARAL on March 29, 2021 Rating: 5

No comments:

Powered by Blogger.