ହୋଲି ଖେଳରୁ ତୁମୁଳକାଣ୍ଡ : ପୋଲିସ-ଜନତା ଖଣ୍ଡଯୁଦ୍ଧ, ୪ ପୋଲିସ ଆହତ

ମୁମ୍ବାଇ ୩୦/୦୩: ମହାରାଷ୍ଟ୍ର ନାନ୍ଦେଡ଼ରେ ହୋଲା ମୋହଲ୍ଲା ରୋକିବା ବେଳେ ହିଂସାକାଣ୍ଡ । ଏହି ଆକ୍ରମଣରେ ୪ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ସେମାନଙ୍କୁ ହସ୍ପିଟାଲରେ ଚିକିତ୍ସା କରାଯାଇଛି । ଏଥି ସହିତ ଉତ୍ତେଜିତ ଲୋକେ ପୋଲିସର ବାହନ ଉପରେ ମଧ୍ୟ ଆକ୍ରମଣ କରିଛନ୍ତି ।

ସୂଚନା ଅନୁଯାୟୀ , ନାନ୍ଦେଡ଼ରେ ସଚଖଣ୍ଡ ହଜୁର ସାହିବ ଗୁରୁଦ୍ୱାରରେ ହୋଲି ଅବସରରେ ପ୍ରଶାସନ ପକ୍ଷରୁ ଏକ ବୈଠକର ଆୟୋଜନ କରାଯାଇଥିଲା । ଏହି ବୈଠକରେ ହୋଲି ମୋହଲ୍ଲାର ଆୟୋଜନ କରୋନା ଗାଇଡ୍ ଲାଇନ୍ ହିସାବରେ କରିବାକୁ ପରାମର୍ଶ ଦିଆଯାଯାଇଥିଲା । ସେଠାରେ ଅତ୍ୟଧିକ ଭିଡ଼ ହୋଇଥିଲା । ଏଥିପାଇଁ ଗୁରୁଦ୍ୱାର ଗେଟରେ ତାଲା ପକାଯାଇଥିଲା, କିନ୍ତୁ କିଛି ଲୋକଙ୍କୁ ଏହାକୁ ଉଚିତ୍ ମନେକରି ନଥିଲେ । ଖବର ପାଇ ପୋଲିସ୍ ବହୁ ସଂଖ୍ୟାରେ ଫୋର୍ସ ଧରି ଘଟଣା ସ୍ଥଳରେ ପହଞ୍ଚିଥିଲେ । ଫଳରେ ସେଠାରେ ପୁଲିସ୍ ଓ ଲୋକଙ୍କ ଖଣ୍ଡଯୁଦ୍ଧ ହୋଇଥିଲା । ଜନତାଙ୍କ ଆକ୍ରମଣରେ ୪ ପୋଲିସ୍ କର୍ମୀ ଆହତ ହୋଇଥିଲେ । ଏବେ ସେଠାରେ ଅଧିକ ସଂଖ୍ୟାରେ ପୋଲିସ ମୁତୟନ ପରେ ସ୍ଥିତି ସ୍ୱଭାବିକ ରହିଛି।

ତେବେ ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଗତକାଲି ଅପରାହ୍ଣ ପର୍ଯ୍ୟନ୍ତ ଗୁରୁଦ୍ୱାର ଓ ଅନ୍ୟ ଧାର୍ମିକ ଅନୁଷ୍ଠାନରେ ଶାନ୍ତିପୂର୍ଣ୍ଣ ଭାବେ ହୋଲି ଖେଳାଯାଇଥିଲା । କିନ୍ତୁ ପରେ ବହୁ ସଂଖ୍ୟାରେ ଲୋକ ଏକତ୍ର ହେବା ପରେ ହିଂସା ସୃଷ୍ଟି ହୋଇଥିଲା । କିଛି ଲୋକ ଗୁରୁଦ୍ୱାରରେ ତାଲା ପକାଇ ଶୋଭାଯାତ୍ରା କରିଥିଲେ । ଖବର ପାଇ ସେଠାରେ ପୋଲିସ ପହଂଚି ବିରୋଧ କରିଥିଲା । ଲୋକେ ଉତ୍ତେଜିତ ହୋଇ ପୋଲିସ ଓ ପୋଲିସର ବାହାନ ଉପରେ ଆକ୍ରମଣ କରିଥିଲେ ।



from Prameya News7 https://ift.tt/3sMMOk4
ହୋଲି ଖେଳରୁ ତୁମୁଳକାଣ୍ଡ : ପୋଲିସ-ଜନତା ଖଣ୍ଡଯୁଦ୍ଧ, ୪ ପୋଲିସ ଆହତ ହୋଲି ଖେଳରୁ ତୁମୁଳକାଣ୍ଡ : ପୋଲିସ-ଜନତା ଖଣ୍ଡଯୁଦ୍ଧ, ୪ ପୋଲିସ ଆହତ Reviewed by SUBHENDU BARAL on March 29, 2021 Rating: 5

No comments:

Powered by Blogger.