ଭୁବନେଶ୍ୱର ୩୧।୦୩: ଆସୁଛି ଲଘୁଚାପ । ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ସାଇକ୍ଲୋନିକ ସର୍କୁଲେସନ ସୃଷ୍ଟି ହୋଇଛି । ଯାହାକି ଆସନ୍ତା ୨୪ ଘଣ୍ଟାରେ ଲଘୁଚାପ କ୍ଷେତ୍ରରେ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି । ତେବେ ଏହା କେଉଁ ଦିଗକୁ ଗତିକରିବ , ତାହା ଆଗାମୀ ଦିନରେ ଜଣାପଡିବ ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି ।
ଭାରତୀୟ ପାଣିପାଗ ବିଭାଗ ଜାରି କରିଥିବା ବୁଲେଟିନ ଅନୁଯାୟୀ, ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ସାଇକ୍ଲୋନିକ ସର୍କୁଲେସନ ସୃଷ୍ଟି ହୋଇଛି । ଏହା ଦକ୍ଷିଣ ଆଣ୍ଡାମାନ ସାଗର ପାଖରେ ରହିଛି । ଆସନ୍ତା ୨୪ ଘଣ୍ଟାରେ ଏହା ଏକ ଲଘୁଚାପ କ୍ଷେତ୍ରରେ ପରିବର୍ତ୍ତନ ହେବା ସହ , ୪୮ ଘଣ୍ଟା ଭିତରେ ଅଧିକ ଘନୀଭୂତ ହୋଇ ଉତ୍ତର ଆଣ୍ଡାମାନ ସାଗର ଆଡ଼କୁ ଗତି କରିବାର ସମ୍ଭାବନା ରହିଛି । ତେବେ ସ୍ଥଳ ଭାଗ ଉପରେ ଏହାର କଣ ପ୍ରଭାବ ରହିବ ସେ ସମ୍ପର୍କରେ ପାଣିପାଗ ବିଭାଗ ପକ୍ଷରୁ କିଛି ସ୍ପଷ୍ଟ କରାଯାଇନାହିଁ । ଅନ୍ୟପକ୍ଷରେ ବିଷୁବ ମଣ୍ଡଳୀୟ ଭାରତ ମହାସାଗର ଓ ଦକ୍ଷିଣ-ପୂର୍ବ ଆରବ ସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି ।
ସେହିପରି ଏକ ଆକଳନରୁ ଜଣାପଡିଛି ଯେ, ଚଳିଚ ବର୍ଷ ବଙ୍ଗୋପସାଗରେ ବିରଳ ସ୍ଥିତି ଦେଖିବାକୁ ମିଳିବ । ବଙ୍ଗୋପସାଗରରେ ଘନ ଘନ ଲଘୁଚାପ ଆସିବାର ସମ୍ଭାବନା ରହିଛି । ସାଧାରଣତଃ ଏବେ ପ୍ରବଳ ଖରା ହୋଇଥିବା । କିନ୍ତୁ ଏହି ସମୟରେ ଲଘୁଚାପ ଆସିବା ଏକ ବିରଳ ଘଟଣା ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି ।
ସୂଚନାଯୋଗ୍ୟ ଯେ, ବାରିପଦା ପାଲଟିଛି ବିଶ୍ବର ସବୁଠୁ ଉତ୍ତପ୍ତ ସହର । ଓଜିମେଟ୍ ଅନୁଯାୟୀ ବାରିପଦାରେ ସର୍ବାଧିକ ୪୪.୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ବିଶ୍ବର ପ୍ରଥମ ୧୨ଟି ଉତ୍ତପ୍ତ ସହର ଭାରତର ଥିବା ବେଳେ ବାରିପଦା ସବୁଠୁ ଆଗରେ ରହିଛି । ସେହିପରି ରାଜ୍ୟର ୧୬ଟି ସ୍ଥାନରେ ଦିନର ତାପମାତ୍ରା ୪୦ଡିଗ୍ରୀ ଉପରେ ରହିଥିଲା ।
ବାଲେଶ୍ବର, କଟକ, ଅନୁଗୁଳ, ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ହୀରାକୁଦ, ତାଳଚେର, ଭବାନୀପାଟଣା, ବଲାଙ୍ଗିର, ଟିଟିଲାଗଡ଼, ମାଲକାନଗିରି, ସୋନପୁର, ନୟାଗଡ଼ ଏବଂ ବୌଦ୍ଧରେ ତାପମାତ୍ରା ୪୦ ଡିଗ୍ରୀ ଟପିଛି । ସେପଟେ ୨୦ ଜିଲ୍ଲା ପାଇଁ ହିଟ୍ ଓ୍ବେଭ୍ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ଆସନ୍ତା ୨ଦିନ ପର୍ଯ୍ୟନ୍ତ ତାପମାତ୍ରାର ପ୍ରକୋପ ଜାରି ରହିବ। ଏନେଇ ପାଣିପାଗ କେନ୍ଦ୍ର ହିଟଓ୍ବେଭ୍ ଓ୍ବାର୍ଣ୍ଣିଂ ଜାରି କରିଛି।
from Prameya News7 https://ift.tt/3u0BJMK
No comments: