ପିପିଲି ୩୧।୦୩: ପ୍ରାର୍ଥୀପତ୍ର ଦାଖଲ ସରିଲା । ଏବେ ଜୋରଦାର ହେବ ନିର୍ବାଚନ ପ୍ରଚାର । ନିଜ ନିଜ ଦମ୍ ଦେଖାଇବେ ତିନି ପ୍ରମୁଖ ଦଳ । ଆଜିଠୁ ମୈଦାନରେ ହେବ ଅସଲ ଲଢେଇ । ଭୋଟରଙ୍କୁ ନିଜ ଆଡକୁ ଆକର୍ଷିତ କରାଇବା ପାଇଁ ପ୍ରାର୍ଥୀମାନେ ନିଜ ନିଜର ରଣନୀତି ଆପଣାଇବେ ।
ପିପିଲିରେ ଆଜିଠୁ ଜମିବ ପ୍ରଚାର । ଉପନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ଶେଷ ହୋଇଥିବା ବେଳେ ଆଜିଠୁ ମୈଦାନକୁ ଓହ୍ଲାଇବେ ପ୍ରାର୍ଥୀ । ପୂର୍ବରୁ ନାମାଙ୍କନ ପତ୍ର ଦାଖଲ କରିଥିବା ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ପିପିଲି ଏନ.ଏ.ସି.ରେ ତାଙ୍କ ପ୍ରଚାରକୁ ଜୋରଦାର କରିଥିବା ବେଳେ, ୩୦ ଜଣିଆ ଷ୍ଟାର୍ ପ୍ରଚାରକ ତାଲିକା ଘୋଷଣା କରିଛି ବିଜେପି ।
ଅନ୍ୟପଟେ ଗତକାଲି ଶେଷ ଦିନରେ ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ, କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଆଜିଠୁ ମୈଦାନରେ ଅସଲ ଲଢେଇ ହେବ । ଭୋଟରଙ୍କୁ ନିଜ ଆଡକୁ ଆକର୍ଷିତ କରାଇବା ପାଇଁ ପ୍ରାର୍ଥୀମାନେ ନିଜ ନିଜର ରଣନୀତି ଆପଣାଇବେ। ଦଳୀୟ ଏଜେଣ୍ଡା ସହ ପିପିଲିର ବିଭିନ୍ନ ପ୍ରସଙ୍ଗ ନେଇ ଭୋଟରଙ୍କ ପାଖକୁ ଯିବେ । ପିପିଲି ଉପନିର୍ବାଚନ ପାଇଁ ଏପ୍ରିଲ ୧୭ରେ ଭୋଟ ହେବ ।
from Prameya News7 https://ift.tt/3cE9ihT
No comments: