ନୀଳଗିରି,୨୫/୩ : ସହର ମୁହାଁ ହେଉଛନ୍ତି ଜଙ୍ଗଲୀ ଭାଲୁ। ଏଭଳି ଘଟଣା ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳରେ ଦେଖିବାକୁ ମିଳିଛି। ସହର ପାଖ ସ୍ୱର୍ଣ୍ଣଚୂଡା ସଂରକ୍ଷିତ ଜଙ୍ଗଲରୁ ଭାଲୁ ସହରକୁ ଚାଲି ଆସୁଛନ୍ତି ।
ଭାଲୁମାନେ ଦୈନନ୍ଦିନ ରାତିରେ ଖାଦ୍ୟ ଅନ୍ୱେଷଣରେ ଗାଁ ମୁହାଁ ହୋଇଥାନ୍ତି।କିନ୍ତୁ କିଛିଦିନ ହେବ ନୀଳଗିରି ସହରରେ ଭାଲୁ ଆସି ଉପଦ୍ରବ କରୁଥିବା ଦେଖିବାକୁ ମିଳିଛି । ଫଳରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳି ଯାଇଛି।
ବୁଧବାର ବିଳମ୍ବିତ ରାତ୍ରରେ ଗୋଟିଏ ଭାଲୁ ନୀଳଗିରି ସହର ରାସ୍ତାରେ ଘୁରି ବୁଲୁଥିବା ଦେଖିବାକୁ ମିଳିଛି।ଜଣେ ବାଇକ ଅରୋହୀ ସମ୍ନାସାମ୍ନି ହେବା ପୂର୍ବରୁ କିଛି ବୁଲାକୁକୁର ଭାଲୁଗୁଡିକ ଘଉଡାଉଥିବା ଦେଖାଦେଇଛି।ରାତିରେ ଭାଲୁ ଏଭଳି ଘୁରିବୁଲିବା ନେଇ ଅଞ୍ଚଳରେ ଆତଙ୍କ ଖେଳି ଯାଇଛି।
from Prameya News7 https://ift.tt/3vWI7WW
ସହରରେ ବୁଲୁଛି ଭାଲୁ, ବାଇକ୍ ଚାଳକଙ୍କୁ ରକ୍ଷାକଲେ ବୁଲା କୁକୁର
Reviewed by SUBHENDU BARAL
on
March 24, 2021
Rating:
No comments: