ନୂଆଦିଲ୍ଲୀ,୨୨/୦୩ : ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋସିଆଲ ମିଡିଆକୁ ପୁଣି ଫେରିବେ । ଏପରିକି ସେ ନିଜର ସୋସିଆଲ ମିଡିଆରେ ନିଜର କମ୍ପାନୀ ଲଞ୍ଚ୍ କରିବେ । ଏବେ ସେ କୌଣସି ସୋସିଆଲ ମିଡିଆ ପ୍ଲାଟଫର୍ମରେ ନାହାଁନ୍ତି । କାରଣ ଜାନୁଆରୀ ୬ ତାରିଖରେ କ୍ୟାପିଟଲ ବିଲ୍ଡିଂରେ ଘଟିଥିବା ହିଂସା ପଛରେ ତାଙ୍କୁ ଦାୟୀ କରାଯାଇ ଅନେକ ସୋସିଆଲ ମିଡିଆ ପ୍ଲାଟଫର୍ମ ତାଙ୍କୁ ବ୍ଲାକଲିଷ୍ଟେଡ୍ କରିଥିଲେ । ଏହାପରେ ଟ୍ରମ୍ପଙ୍କ ବିରୋଧରେ ଆମେରିକା ସିନେଟରେ ମହାଭିଯୋଗ ପ୍ରସ୍ତାବ ଆସିଥିଲା ।
ସୋସିଆଲ ମିଡିଆକୁ ଟ୍ରମ୍ପ୍ ପୁଣିଥରେ ଫେରିବେ ବୋଲି ତାଙ୍କର ପୂର୍ବତନ ପରାମର୍ଶଦାତା କହିଛନ୍ତି । ପୂର୍ବତନ ପରାମର୍ଶଦାତା ମିଲର୍ କହିଛନ୍ତି ଯେ, ଟ୍ରମ୍ପ ୨ରୁ ୩ ମାସ ପରେ ସୋସିଆଲ ମିଡିଆରେ ପୁଣି ଆକ୍ଟିଭ୍ ହେବାକୁ ଯାଉଛନ୍ତି । ସେ ନିଜର ସୋସିଆଲ ମିଡିଆ ପ୍ଲାଟଫର୍ମ ତିଆରି କରିବେ । ଏହି ସୋସିଆଲ ମିଡିଆ ପ୍ଲାଟଫର୍ମ ସାମ୍ନାକୁ ଆସିବା ପରେ ଏହା ଗେମ୍ ଚେଞ୍ଜର ସାବ୍ୟସ୍ତ ହେବ । ଏଥିରେ କୋଟି କୋଟି ଲୋକ ସାମିଲ ହେବେ ।
ଜାନୁଆରୀ ଟ୍ୱିଟର ପ୍ରଥମେ ଟ୍ରମ୍ପଙ୍କ ଆକାଉଣ୍ଟକୁ ୧୨ ଘଣ୍ଟା ପାଇଁ ବ୍ଲକ୍ କରିଥିଲା । ଏପରିକି ତାଙ୍କର ଗୋଟିଏ ଭିଡିଓ ଓ ଟ୍ୱିଟ୍ ହଟାଇ ଦିଆଯାଇଥିଲା । ପରେ ଆକାଉଣ୍ଟକୁ ସବୁଦିନ ପାଇଁ ସସପେଣ୍ଡ୍ କରିଥିବା ଟ୍ୱିଟର୍ ।
ଟ୍ରମ୍ପଙ୍କ ସମର୍ଥକଙ୍କ କହିବାନୁସାରେ, ଆକାଉଣ୍ଟକୁ ସବୁଦିନ ପାଇଁ ସସପେଣ୍ଡ ଆମେରିକା ସମ୍ବିଧାନ ଓ ବାକ୍ ସ୍ୱାଧିନତା ପ୍ରତି କୁଠାରଘାତ ଅଟେ । ତେବେ ଏପରି ନିୟମ ଆମେରିକାର ସମ୍ବିଧାନରେ ଥିବା କିଛି ବିଶେଷଜ୍ଞ କହିଛନ୍ତି ।
from Prameya News7 https://ift.tt/3lzZkAW
No comments: