ଚିନ୍ତା ବଢାଉଛି ମହାମାରୀ : ମହାରାଷ୍ଟ୍ରରେ ସ୍ଥିତି ସଂଗୀନ. ଚିହ୍ନଟ ହେଲେ ୨୪ହଜାରୁ ଅଧିକ ଆକ୍ରାନ୍ତ

ମୁମ୍ବାଇ ୨୩।୦୩: ମହାରାଷ୍ଟ୍ରରେ ଭୟଙ୍କର ହେବାରେ ଲାଗିଛି କୋଭିଡ୍ ସ୍ଥିତି ।  ଗତ ୨୪ ଘଣ୍ଟାରେ ୨୪ ହଜାର ନୂଆ କେସ୍ ସାମ୍ନାକୁ ଆସିଛି । ରବିବାର ୩୦ହଜାରରୁ ଅଧିକ ଲୋକ ସଂକ୍ରମିତ ହୋଇଥିଲେ. ଯାହାକି ସର୍ବାଧିକ ରେକର୍ଡ ଥିଲା । ଏହାପୂର୍ବରୁ ଶନିବାର ୨୭, ୧୨୬ ପଜିଟିଭ ଚିହ୍ନଟ ହୋଇଥିଲେ ।

ସ୍ବାସ୍ଥ୍ୟ ବିଭାଗ ରିପୋର୍ଟ ମୁତାବକ ୫୮ ସଂକ୍ରମିତଙ୍କ ଜୀବନ ନେଇଛି କିଲର ଭାଇରସ. ଏହାକିୁ ମିଶାଇ ମୋଟ ସଂକ୍ରମଣ ସଂଖ୍ୟା ୨୫ ଲକ୍ଷ ୪ ହଜାର ୩୨୭ ଥିବାବେଳେ ୫୩, ୪୫୭ ଜଣଙ୍କ ମୃତ୍ୟୁ ହେଲାଣି. ତେବେ କେବଳ ମାୟାନଗରୀ ମୁମ୍ୱାଇରେ ୩ ହଜାରରୁ ଅଧିକ ରୋଗୀ ଚିହ୍ନଟ ହୋଇଛନ୍ତି. ଏଯାବତ୍ ଏଠାରେ ୩ ଲକ୍ଷ ୬୫ ହଜାର ୯୩୭ ସଂକ୍ରମିତଙ୍କ ସହ ୧୧ ହଜାର ୫୯୬ ଜଣଙ୍କ ମୃତ୍ୟୁ ହୋଇଛି. ସେପଟେ ମହାରାଷ୍ଟ୍ରରେ କୋଭିଡ ସ୍ଥିତିକୁ ନଜରରେ ରଖି ସ୍ବାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ ଲୋକଙ୍କୁ କରୋନା ଗାଇଡଲାଇନ୍ କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଲୋକେ ସଚେତନ ନହେଲେ ବାଧ୍ୟ ହୋଇ ଆମକୁ ପୁଣିଥରେ ଲକଡାଉନ୍ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡିପାରେ. ଏପରିକି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ମଧ୍ୟ ପରୋକ୍ଷରେ ଲକଡାଉନ କରିବାକୁ ଇସାରା ଦେଇସାରିଲେଣି. ପରିସ୍ଥିତିରେ ସୁଧାର ନଆସିଲେ କିମ୍ୱା ଦୈନିକ ସଂକ୍ରମଣ ବୃଦ୍ଧି ପାଇଲେ ଲୋକେ ତାଲାବନ୍ଦର ସମ୍ମୁଖୀନ ହୋଇପାରନ୍ତି ।



from Prameya News7 https://ift.tt/2OYzavJ
ଚିନ୍ତା ବଢାଉଛି ମହାମାରୀ : ମହାରାଷ୍ଟ୍ରରେ ସ୍ଥିତି ସଂଗୀନ. ଚିହ୍ନଟ ହେଲେ ୨୪ହଜାରୁ ଅଧିକ ଆକ୍ରାନ୍ତ ଚିନ୍ତା ବଢାଉଛି ମହାମାରୀ : ମହାରାଷ୍ଟ୍ରରେ ସ୍ଥିତି ସଂଗୀନ. ଚିହ୍ନଟ ହେଲେ ୨୪ହଜାରୁ ଅଧିକ ଆକ୍ରାନ୍ତ Reviewed by SUBHENDU BARAL on March 22, 2021 Rating: 5

No comments:

Powered by Blogger.