ଗଛ କଟାକୁ ବିରୋଧ, ସମସ୍ୟାର ସମାଧାନ ନହେଲେ ଆନ୍ଦୋଳନର ଚେତାବନୀ ଦେଲା ସମାଜସେବୀ ମହାସଂଘ

ଭଦ୍ରକ ୨୩।୦୩: ଗଛକଟାକୁ ବିରୋଧ । ରାସ୍ତା ପ୍ରଶସ୍ତିକରଣ ନାଁରେ ଚାଲିଥିବା ଗଛକଟାରୁ ବିରୋଧ କରିଛନ୍ତି ସମାଜସେବୀ ମହାସଂଘ । ଯାହାକୁ ଜିଲ୍ଲା ପ୍ରଶାସନକୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ବିନା କାରଣରେ ଯଦି ଆଗାମୀ ଦିନରେ ଗଛକଟା ହୁଏ, ତେବେ ଆନ୍ଦୋଳନର ଚେତାବନୀ ଦେଇଛି ମହାସଂଘ ।

ଖବର ଅନୁଯାୟୀ, ଭଦ୍ରକ ସହରର କଚେରୀ ବଜାର ଠାରୁ ରାଜଘାଟ ଛକ ପର୍ଯ୍ୟନ୍ତ ରାସ୍ତା ମଝିରେ ଥିବା ଗଛଗୁଡିକ କଟାଯାଉଛି । ଛୋଟ ଓ ବଡ଼ ଗଛ  ମିଶାଇ ମୋଟ ୮୧ଟି ଗଛ ଚିହ୍ନଟ ହୋଇଛି । ଏଥିମଧ୍ୟରୁ ପ୍ରାୟ ୩୦ଟି ଗଛ କଟାସରିଥିବା ବେଳେ ଅନ୍ୟ ଗଛ ଗୁଡିକର କଟା କାମକୁ ବିରୋଧ କରିଛି ସମାଜସେବୀ ମହାସଂଘ ।  

ରାସ୍ତା ପ୍ରଶସ୍ତିକରଣ ପୂର୍ବରୁ ରାସ୍ତା ପାର୍ଶ୍ଵର ଦୋକାନ ଓ ଉଠା ଦୋକାନୀଙ୍କୁ ଉଚ୍ଛେଦ ନକରି ପ୍ରଥମେ ଗଛ କଟାକୁ ବିରୋଧ ହୋଇଛି । ଏନେଇ ଜିଲ୍ଲା ପ୍ରଶାସନକୁ ଏକ ଦାବିପତ୍ର ପ୍ରଦାନ କରିଛି ସଂଘ । ଯଦି ଆଗାମୀ ଦିନରେ ବିନା କାରଣରେ ଗଛ କଟା ବନ୍ଦ ନକଲେ, ତେବେ ଜୋରଦାର ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛି ସଂଘ ।



from Prameya News7 https://ift.tt/3vTNohU
ଗଛ କଟାକୁ ବିରୋଧ, ସମସ୍ୟାର ସମାଧାନ ନହେଲେ ଆନ୍ଦୋଳନର ଚେତାବନୀ ଦେଲା ସମାଜସେବୀ ମହାସଂଘ ଗଛ କଟାକୁ ବିରୋଧ, ସମସ୍ୟାର ସମାଧାନ ନହେଲେ ଆନ୍ଦୋଳନର ଚେତାବନୀ ଦେଲା ସମାଜସେବୀ ମହାସଂଘ Reviewed by SUBHENDU BARAL on March 22, 2021 Rating: 5

No comments:

Powered by Blogger.