ଅଙ୍କିତା ଲୋଖଣ୍ଡେ ଖୋଲିଲେ ସୁଶାନ୍ତଙ୍କ ସହ ବ୍ରେକଅପ୍ ର ରହସ୍ୟ: ଭାବବିହ୍ୱଳ ହୋଇ କହିଲେ ଏମିତି…

ମୁମ୍ବାଇ ୨୩/୦୩: ଆଜିବି ଯେତେବେଳେ ସୁଶାନ୍ତ ସିଂ ରାଜପୁତଙ୍କ ନାମ ନିଆଯାଏ, ଫ୍ୟାନ୍ସମାନଙ୍କ ଆଖି ଲୁହରେ ଭିଜିଯାଏ । ଗତ ବର୍ଷ ଜୁନ୍ ୧୪ ରେ ସେ ଦୁନିଆକୁ ବିଦାୟ ଦେଇଥିଲେ । ସେ ଚାଲିଯିବାର ୯ ମାସ ବିତିଗଲାଣି, କିନ୍ତୁ ଫ୍ୟାନ୍ସମାନଙ୍କ ପାଇଁ ତାଙ୍କ ସ୍ମୃତିରୁ ବାହାରିବା ଏତେ ସହଜ ନୁହେଁ । ଏଥିସହ ସୁଶାନ୍ତଙ୍କ ପୂର୍ବତନ ଗର୍ଲଫ୍ରେଣ୍ଡ ଅଙ୍କିତା ଲୋଖଣ୍ଡେଙ୍କ ସହ ତାଙ୍କର ସମ୍ପର୍କ ମଧ୍ୟ କାହାଠାରୁ ଲୁଚି ରହିନାହିଁ । ସୁଶାନ୍ତଙ୍କ ମୃତ୍ୟୁ ପରଠାରୁ ଳୋକମାନେ ଅଙ୍କିତାଙ୍କ ଉପରେ ଅସନ୍ତୋଷ ପ୍ରକାଶ କରୁଛନ୍ତି କାରଣ, ତାଙ୍କ ମତରେ ଅଙ୍କିତା କିପରି ତାଙ୍କ ଜୀବନରେ ଆଗକୁ ବଢି ପାରୁଛନ୍ତି । ଯାହାଫଳରେ ଅଙ୍କିତା ପ୍ରଥମ ଥର ପାଇଁ ସୁଶାନ୍ତଙ୍କ ସହ ତାଙ୍କ ବ୍ରେକଅପ୍ ର କାରଣ ଖୋଲାଖୋଲି ଭାବେ ପ୍ରକାଶ କରିଛନ୍ତି ।

News 24X7 Plus | Ankita Lokhande, ex-girlfriend on Sushant Singh Rajput's suicide, did such a reaction, ever proposed on the set of 'Jhalak Dikhhla Jaa'

ନିକଟରେ ଅଙ୍କିତା ଏକ ଇଣ୍ଟରଭ୍ୟୁରେ କହିଛନ୍ତି, ‘ଆଜି ଲୋକମାନେ ମୋତେ କହୁଛନ୍ତି ମୁଁ ସୁଶାନ୍ତଙ୍କୁ ଛାଡିଦେଇଥିଲି । ଆପଣ ଏହା କିପରି କହିପାରୁଛନ୍ତି । ମୋର କାହାଣୀ କେହି ଜାଣନ୍ତି ନାହିଁ । ମୁଁ ଏଠାରେ କାହାକୁ ଦୋଷ ଦେଉ ନାହିଁ । ମୁଁ ଭାବୁଛି ସୁଶାନ୍ତ ନିଷ୍ପତ୍ତି ନେଇ ସାରିଥିଲେ ତାଙ୍କୁ କଣଆବଶ୍ୟକ । ସେ ସ୍ପଷ୍ଟ କରିଦେଇଥିଲେ ତାଙ୍କୁ ତାଙ୍କ କ୍ୟାରିୟରରେ ଆଗକୁ ବଢିବାରେ ଅଛି । ସେ ମୋ ବଦଳରେ କ୍ୟାରିୟର ବାଛିଥିଲେ ଏବଂ ଆଗକୁ ବଢିଥିଲେ ।‘

People sent me pics of Sushant's body, it's the saddest thing: Ankita

ଅଙ୍କିତା ତାଙ୍କ ଇଣ୍ଟରଭ୍ୟୁରେ ଆଗକୁ କହିଛନ୍ତି, ମୋତେ ଅଢେଇ ବର୍ଷ ପର୍ଯ୍ୟନ୍ତ ଅନେକ ଜିନିଷର ସାମ୍ନା କରିବାକୁ ପଡିଥିଲା । ସେ ସମୟରେ କାମକୁ ଫେରିବାକୁ ମୁଁ ସେହି ସ୍ଥିତିରେ ନଥିଲି କିନ୍ତୁ ମୋ ପରିବାର ମୋତେ ସପୋର୍ଟ କରିଥିଲେ ।‘

PunjabKesari

ସେ ଆହୁରି ମଧ୍ୟ କହିଛନ୍ତି, ‘ସେହି ସମୟରେ ଲୋକମାନେ ଆସୁଥିଲେ ଏବଂ କହୁଥିଲେ, ହେ ୟାର ଫଟୋ ହଟାନ୍ତୁ । କାହିଁକି ଲଗାଇ ରଖିଛ? ପାଗଳ ନା କଣ ସୁଶାନ୍ତଙ୍କ ଫଟୋ ଲଗାଇ ରଖିଛ? କିନ୍ତୁ ମୁଁ କହିଥିଲି ମୋତେ କିଛି ସମୟ ଦିଅ ଯାହାଦ୍ୱାରା ମୁଁ ଏଥିରୁ ବାହାରି ପାରିବି? ମୋତେ ସମୟ ଦରକାର । ମୁଁ କାହାକୁ ଦୋଷ ଦେଉ ନାହିଁ, କିନ୍ତୁ ଏହା ତାଙ୍କର ନିଜସ୍ୱ ଥିଲା । ସେ ତାଙ୍କର ରାସ୍ତା ବାଛିଥିଲେ । ମୁଁ କ’ଣ କରିବି? ମୁଁ କ’ଣ ଅପେକ୍ଷା କରି ରହିଥାନ୍ତି? ମୁଁ ଅପେକ୍ଷା କରିଥିଲି । ବହୁତ ଅପେକ୍ଷା କଲି, କିନ୍ତୁ...।‘

PunjabKesari

ଅଙ୍କିତା ଏବଂ ସୁଶାନ୍ତଙ୍କୁ ଫେମସ୍ ଟିଭି ଶୋ ପବିତ୍ର ରିସ୍ତାରେ ଏକାଠି ଦେଖିବାକୁ ମିଳିଥିଲା ​​। ଦୁହେଁ ପ୍ରାୟ ୬ବର୍ଷ ଧରି ପରସ୍ପରକୁ ଡେଟ୍ କରିଥିଲେ, କିନ୍ତୁ ପରେ ଦୁହିଁଙ୍କ ରାସ୍ତା ଅଲଗା ହୋଇଯାଇଥିଲା । କିନ୍ତୁ ସୁଶାନ୍ତଙ୍କ ମୃତ୍ୟୁ ପରେ ଅଙ୍କିତାଙ୍କୁ ଲୋକଙ୍କ ଅନେକ କଥା ସହିବାକୁ ପଡୁଛି ।



from Prameya News7 https://ift.tt/3167ZBJ
ଅଙ୍କିତା ଲୋଖଣ୍ଡେ ଖୋଲିଲେ ସୁଶାନ୍ତଙ୍କ ସହ ବ୍ରେକଅପ୍ ର ରହସ୍ୟ: ଭାବବିହ୍ୱଳ ହୋଇ କହିଲେ ଏମିତି… ଅଙ୍କିତା ଲୋଖଣ୍ଡେ ଖୋଲିଲେ ସୁଶାନ୍ତଙ୍କ ସହ ବ୍ରେକଅପ୍ ର ରହସ୍ୟ: ଭାବବିହ୍ୱଳ ହୋଇ କହିଲେ ଏମିତି… Reviewed by SUBHENDU BARAL on March 22, 2021 Rating: 5

No comments:

Powered by Blogger.