ଯାଜପୁର ୨୨।୦୩ : ସାମାନ୍ୟ କଥାକୁ ନେଇ ଗୋଷ୍ଠୀ କନ୍ଦଳ । ମାର୍ପିଟ୍ରେ ୪ଜଣ ଗୁରୁତର ହୋଇଛନ୍ତି । ସମସ୍ତଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତିରତ କରାଯାଇଛି । ଯାଜପୁର ଟାଉନ୍ ଥାନା ବଲଭିଘାଟ ଛକ ନିକଟରେ ଘଟିଛି ଘଟଣା ।
ଖବର ଅନୁଯାୟୀ, ରବିବାର ବିଳମ୍ବିତ ରାତିରେ ଭୋଜି ଖାଇବାକୁ ନେଇ ୨ ସାହି ମଧ୍ୟରେ କଥାକଟି ହୋଇଥିଲା । ଦେଖୁ ଦେଖୁ ଉଭୟଙ୍କ ମଧ୍ୟରେ ହୋଇଥିବା କଥାକଟି ଗୋଷ୍ଠୀ ସଂଘର୍ଷରେ ପରିଣତ ହୋଇଯାଇଥିଲା । ଏପିରିକି କି ୨ ସାହି ମଧ୍ୟରେ ଗୋଷ୍ଠୀ ସଂଘର୍ଷ ହୋଇ ୪ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି।
ସେପଟେ ମାର୍ପିଟ୍ରେ ସାନବଜାର ଅଞ୍ଚଳ ଅନେକ ଦୋକାନ ଭଙ୍ଗାରୁଜା ହୋଇଛି । ଗାଁରେ ପରିସ୍ଥିତିକୁ ଦୃଷ୍ଟିରେ ରଖି ୧ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଏବେବି ଗାଁରେ ଉତ୍ତେଜନା ଲାଗି ରହିଛି ।
from Prameya News7 https://ift.tt/394Mup7
ସାମାନ୍ୟ କଥାକୁ ନେଇ ଗାଁରେ ମାର୍ପିଟ୍ , ଦୁଇ ଗୋଷ୍ଠୀର ୪ ଗୁରୁତର
Reviewed by SUBHENDU BARAL
on
March 21, 2021
Rating:
No comments: