ନୂଆଦିଲ୍ଲୀ ୨୫/୦୩ : ଦେଶରେ ବେକାବୁ ହେବାରେ ଲାଗିଛି ଭାଇରସ । ଭୂତାଣୁ କବଳରୁ ନିଜ କର୍ମଚାରୀଙ୍କୁ ରକ୍ଷା କରିବାକୁ ବଡ ଘୋଷଣା କରିଛି ବଡ ଖାଦ୍ୟ ବିତରଣ କମ୍ପାନୀ ସ୍ୱିଗୀ । ନିଜର ୨ ଲକ୍ଷରୁ ଅଧିକ ଡେଲିଭରୀ ପାଟନର୍ସଙ୍କୁ ଟିକା ଦେବା ନେଇ ନିଷ୍ପତ୍ତି ନେଇଛି କମ୍ପାନୀ ।
ଗତ ମଙ୍ଗଳବାର ୪୫ ବର୍ଷରୁ ଅଧିକ ଲୋକଙ୍କୁ ଟିକାଦେବା ନେଇ କେନ୍ଦ୍ରର ଘୋଷଣା ପରେ ସ୍ୱିଗୀ ପକ୍ଷରୁ ତପ୍ତରତା ପ୍ରକାଶ ପାଇଛି । କମ୍ପାନୀ ପକ୍ଷରୁ କୁହାଯାଇଛି ପ୍ରଥମ ପର୍ଯ୍ୟାୟରେ ୪୫ ବର୍ଷରୁ ଅଧିକ ୫୦୦୦ ଡେଲିଭରୀ ପାଟନର୍ସଙ୍କୁ ଏହି ଟିକାରକରଣ ସାମିଲ କରାଯିବ । ଏହାପରେ ଧୀରେ ଧୀରେ ଅନ୍ୟସମସ୍ତଙ୍କୁ ଏହି ଟିକା ଦିଆଯିବ । ଗ୍ରାହକଙ୍କୁ ନିରନ୍ତର ସେବା ଯୋଗାଇବା ସହ ଡେଲିଭରୀ ବୟଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନିଆଯାଉଛି ।
କମ୍ପାନୀ ସିଇଓ କହିଛନ୍ତି ଯେ, କରୋନା କାଳରେ ପାଖାପାଖି ବର୍ଷେ ଧରି ଆମ ଡେଲିଭରୀ ପାଟନର୍ସମାନେ ଲକ୍ଷ ଲକ୍ଷ ଲୋକଙ୍କୁ ଲକଡାଉନ ସଟଡାଉନ ସମୟରେ ନିରନ୍ତର ସେବା ଯୋଗାଇଆସୁଛନ୍ତି । ଆମେ ମହାମାରୀ ବିରୋଧରେ ଆମର ଲଢେଇ ଜାରି ରଖିଛୁ । ତେବେ ଆମର ସମସ୍ତ କର୍ମଚାରୀଙ୍କ ସୁରକ୍ଷା ଓ ତାଙ୍କ ପ୍ରତି ଆମର ଦାୟିତ୍ୱ ରହିଛି । ସାରା ଦେଶରେ ଯେତେବେଳେ ଭାଇରସର ପାରା ଉପର ମୁହାଁ ଥିଲା ଏହି ସମୟରେ ଆମ କର୍ମଚାରୀ ମାନେ ମଧ୍ୟ ଏହାର ଶିକାର ହୋଇଥିଲେ । ହେଲେ ଆଗକୁ ଯେପରି ସଂକ୍ରମଣର ମାତ୍ରା ନବ୍ୟାପେ ସେ ସବୁକୁ ଆମେ ଫୋକସ କରୁଛୁ
from Prameya News7 https://ift.tt/3faR6ht
No comments: