ଭୁବନେଶ୍ୱର,୨୮/୦୩ : ରାଜ୍ୟରେ ଆହୁରି ୩ ଦିନ ନିଆଁ ବର୍ଷିବ । ଅସମ୍ଭାଳ ତାତି ହେବ । ପ୍ରାୟ ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବଢ଼ିବ । ପରେ ଦିନବେଳାର ସର୍ବାଧିକ ତାପମାତ୍ରା ୫ ଡିଗ୍ରୀ ବଢିବ । ପ୍ରଚଣ୍ଡ ତାତି ରାଜ୍ୟବାସୀଙ୍କୁ କଲବଲ କରିବ । ୧ ତାରିଖରେ ଗ୍ରୀଷ୍ମ ଲହରୀ ସ୍ଥିତି ରହିବ ବୋଲି ପାଣିପାଗ ବିଭାଗ ସତର୍କ କରାଇ ଦେଇଛି । ଆଗାମୀ ୪ ଦିନ ରାଜ୍ୟର ଏକାଧିକ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ବର୍ଷା ହେବ ବୋଲି ମଧ୍ୟ ଆକଳନ କରିଛି ପାଣିପାଗ ବିଭାଗ ।
ଶନିବାର ରାଜ୍ୟର ବିଭିନ୍ନ ସ୍ଥାନରେ ପାରଦ ଅଧିକ ରହିଥିଲା । ବୌଦ୍ଧ ସବୁଠୁ ଅଧିକ ଉତ୍ତପ୍ତ ସହର ପାଲଟିଥିଲା । ଏଠାରେ ସର୍ବାଧିକ ତାପମାତ୍ରା ୪୦.୫ଡିଗ୍ରୀ ରେକର୍ଡ ହୋଇଥିଲା । ବଲାଙ୍ଗୀରରେ ତାପମାତ୍ରା ୪୦ଡିଗ୍ରୀ ଥିଲା । ମାଲକାନଗିରିରେ ୩୯.୫, ନୟାଗଡରେ ୩୯.୩, ଭୁବନେଶ୍ୱରରେ ୩୯.୨, ଟିଟିଲାଗଡରେ ୩୯.୨ ଓ ସମ୍ବଲପୁରରେ ୩୯ଡିଗ୍ରୀ ତାତି ରେକର୍ଡ ହୋଇଛି । ବାୟୁମଣ୍ଡଳରେ ଆର୍ଦ୍ରତା ଅଧିକ ଥିବାରୁ ପ୍ରବଳ ଗୁଳୁଗୁଳି ଅନୁଭୂତ ହୋଇଥିଲା । ନୟାଗଡରେ ଆର୍ଦ୍ରତା ୯୧, ରାୟଗଡାରେ ୯୦, ପାରାଦୀପ ଓ ଗୋପାଳପୁରରେ ୮୫, ପୁରୀରେ ୮୧, ମାଲକାନଗିରିରେ ଆର୍ଦ୍ରତା ୭୯ ରହିଛି ।
ରବିବାର ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର ଓ କଟକ ଜିଲ୍ଲାରେ ଘଡଘଡି ସହ ବର୍ଷା ହୋଇପାରେ । ହୋଲିରେ ମଧ୍ୟ ରାଜ୍ୟର ଏହି ସମସ୍ତ ଜିଲ୍ଲାର ବିଭିନ୍ନ ସ୍ଥାନରେ ବର୍ଷିବ । ୩୦ ତାରିଖ କିଛି ସ୍ଥାନରେ ବର୍ଷା ହୋଇପାରେ ।
from Prameya News7 https://ift.tt/31sjUtz
No comments: