ଫୁଲବାଣୀ(ତ୍ରିନାଥ ସାହୁ): କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ଥାନା ଅନ୍ତର୍ଗତ ଜଳେଶପଟ୍ଟା କନ୍ୟାଶ୍ରମର ପରିଚାଳକ ସ୍ୱାମୀ ଜୀବନମୁକ୍ତାନନ୍ଦ ପୁରୀଙ୍କୁ କେହି ଦୁର୍ବୃତ୍ତ ଫୋନ୍ କରି ତାଙ୍କୁ ହତ୍ୟା କରିବା ପାଇଁ ଧମକ ଦେଇଛନ୍ତି। ଏହାସହ କନ୍ୟାଶ୍ରମ ଉଡ଼ାଇଦେବା ଲାଗି ମଧ୍ୟ ଦୁର୍ବୃତ୍ତ ଜଣକ ଧମକ ଦେଇଛନ୍ତି।ଏନେଇ ତୁମୁଡ଼ିବନ୍ଧ ଥାନାରେ ଅଭିଯୋଗ ହୋଇଛି।
ଗତକାଲି ସନ୍ଧ୍ୟା ପ୍ରାୟ ୫ଟାରେ କେହି ଜଣେ ଦୁର୍ବୃତ୍ତ ସ୍ୱାମୀଜୀଙ୍କ ଫୋନ୍କୁ କଲ୍ କରି କନ୍ୟାଶ୍ରମକୁ ଉଡ଼ାଇଦେବା ସହିତ ତାଙ୍କୁ ହତ୍ୟା କରିବା ପାଇଁ ଧମକ ଦେଇଥିଲେ। ଏହି ସମୟରେ ସ୍ୱାମୀଜୀଙ୍କୁ ତାଙ୍କୁ ତାଙ୍କର ପରିଚୟ ପଚାରିବାରୁ ସେ ନକ୍ସଲ ସଂଗଠନରୁ କହୁଛି ବୋଲି କହିଥିଲେ। ପରେ ଏନେଇ ସ୍ୱାମୀଜୀ ଥାନାରେ ଏତଲା ଦେଇଥିଲେ। ଅଭିଯୋଗ ପରେ ପୋଲିସ କନ୍ୟାଶ୍ରମରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି। ସ୍ୱାମୀଜୀଙ୍କୁ ଆବଶ୍ୟକ ସୁରକ୍ଷା ଯୋଗାଇଦେବା ସହ କନ୍ୟାଶ୍ରମରେ ସୁରକ୍ଷାକର୍ମୀ ମୁତୟନ କରାଯିବ ବୋଲି ତୁମୁଡିବନ୍ଧ ଥାନାଧିକାରୀ କହିଛନ୍ତି।
୨୦୦୮ ମସିହାରେ ଆଶ୍ରମ ପରିସରରେ ସ୍ୱାମୀ ଲକ୍ଷ୍ଣଣାନନ୍ଦ ସରସ୍ୱତୀ ଏବଂ ତାଙ୍କର ୪ ଜଣ ଅନୁଗତଙ୍କୁ ଆଶ୍ରମ ପରିସରରେ ହତ୍ୟା କରାଯାଇଥିଲା। ଲକ୍ଷ୍ଣଣାନନ୍ଦ ସରସ୍ୱତୀଙ୍କ ପରେ ସ୍ୱାମୀ ଜୀବନମୁକ୍ତାନନ୍ଦ ପୁରୀ ଆଶ୍ରମର ଉତ୍ତରାଧିକାରୀ ଭାବେ ପରିଚାଳନା ଦାୟିତ୍ୱରେ ଅଛନ୍ତି।
The post କନ୍ୟାଶ୍ରମ ଉଡ଼ାଇ ଦେବା ସହ ସ୍ୱାମୀ ଜୀବନମୁକ୍ତାନନ୍ଦଙ୍କୁ ହତ୍ୟା ଧମକ appeared first on OTV Khabar..
from OTV Khabar. https://ift.tt/3k9V7Dh
No comments: