ମହାପ୍ରଭୁଙ୍କୁ ଦର୍ଶନ କରି ନିଜକୁ ସୌଭାଗ୍ୟଶାଳୀ ମନେ କରୁଛି: କଙ୍ଗନା Rajalaxmi Sahoo

ପୁରୀ: ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାୱତ୍‌ ଶ୍ରୀମନ୍ଦିରରେ ପହଞ୍ଚି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିଛନ୍ତି। ଆଜି ସକାଳୁ କଙ୍ଗନା ଭୁବନେଶ୍ୱରରୁ ବାହାରି ପୁରୀରେ ପହଞ୍ଚି ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ କରିବା ସହ ମହାପ୍ରଭୁଙ୍କ ଆଶୀର୍ବାଦ ନେଇଛନ୍ତି।

କଙ୍ଗନା ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ପହଞ୍ଚିବା ପରେ ସିଂହାରୀ ସେବାୟତ ମଧୁସୂଦନ ସିଂହାରୀ ତାଙ୍କୁ ପାଛୋଟି ନେଇ ଶ୍ରୀମନ୍ଦିର ଭିତରକୁ ନେଇଥିଲେ। ପତିତପାବନଙ୍କୁ ଦର୍ଶନ କରିବା ପରେ ବାଇଶି ପାହାଚ ଓ ସାତ ପାହାଚ ହୋଇ ଅଭିନେତ୍ରୀ କଙ୍ଗନା ରାଣାୱତ୍‌ ମହାପ୍ରଭୁଙ୍କ ମଙ୍ଗଳ ଆଳତି ଦର୍ଶନ କରିଥିଲେ। ପୁରୀ ଆସି ମହାପ୍ରଭୁଙ୍କ ଦର୍ଶନ କରିବେ ବୋଲି କଙ୍ଗନା ପୂର୍ବରୁ କହିଥିଲେ।

ମହାପ୍ରଭୁଙ୍କ ଦର୍ଶନ ପରେ କଙ୍ଗନା ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି,‘ବର୍ଷ ଆରମ୍ଭରୁ ଇଛା ଥିଲା ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବା ପାଇଁ। ତାଙ୍କ କୃପାରୁ ଆଜି ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିପାରିଲି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରି ନିଜକୁ ସୌଭାଗ୍ୟଶାଳୀ ମନେ କରୁଛି। ବର୍ଷ ଆରମ୍ଭରୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରି ଧନ୍ୟ ମନେ କରୁଛି। ବିଶ୍ୱବାସୀଙ୍କ ଲାଗି ଚଳିତ ବର୍ଷ ଶୁଭମୟ ହେଉ।’

ଅଭିନେତା ସୁଶାନ୍ତ ସିଂ ରାଜପୁତ୍‌ଙ୍କ ମୃତ୍ୟୁ ଘଟଣା ପରେ ଅଧିକ ଚର୍ଚ୍ଚାରେ ଥିଲେ କଙ୍ଗନା।

The post ମହାପ୍ରଭୁଙ୍କୁ ଦର୍ଶନ କରି ନିଜକୁ ସୌଭାଗ୍ୟଶାଳୀ ମନେ କରୁଛି: କଙ୍ଗନା appeared first on OTV Khabar..



from OTV Khabar. https://ift.tt/3uclcWU
ମହାପ୍ରଭୁଙ୍କୁ ଦର୍ଶନ କରି ନିଜକୁ ସୌଭାଗ୍ୟଶାଳୀ ମନେ କରୁଛି: କଙ୍ଗନା Rajalaxmi Sahoo ମହାପ୍ରଭୁଙ୍କୁ ଦର୍ଶନ କରି ନିଜକୁ ସୌଭାଗ୍ୟଶାଳୀ ମନେ କରୁଛି: କଙ୍ଗନା Rajalaxmi Sahoo Reviewed by SUBHENDU BARAL on February 18, 2021 Rating: 5

No comments:

Powered by Blogger.