କନକ ବ୍ୟୁରୋ : ଆଜିିଠାରୁ କଟକ ମୁନସିପାଲିଟି ଅଂଚଳରେ କୋଭିଡ୍ କଟକଣାର କଡାକଡି ଯାଂଚ ହେବ । ମାସ୍କ ପିନ୍ଧିବା ଓ ସାମାଜିକ ଦୂରତାର କଡାକଡି ଯାଂଚ ହେବ । ବିଶେଷ କରି ବିଭିନ୍ନ ମାର୍କେଟ ଅଂଚଳ, ଧାର୍ମିକ ଅନୁଷ୍ଠାନ, ବିବାହ କାର୍ଯ୍ୟକ୍ରମ, ଦୋକାନ, ବାଣିଜ୍ୟକ ଅନୁଷ୍ଠାନରେ ଯାଂଚ କରିବେ ସିଏମସି ପକ୍ଷରୁ ଗଠିତ ସ୍ୱତନ୍ତ୍ର ଟିମ୍ । ଯାଂଚ ପାଇଁ ସିଏମସି ପକ୍ଷରୁ ଦୁଇଟି ଟିମ୍ ଗଠନ କରାଯାଇଛି । ଦେଶର ବିଭିନ୍ନ ରାଜ୍ୟରେ କରୋନା ସଂକ୍ରମଣ ବଢ଼ିବା କାରଣରୁ ରାଜ୍ୟରେ କୋଭିଡ୍ କଟକଣାକୁ କଡାକଡି କରିବାକୁ ସ୍ୱତନ୍ତ୍ର ରିଲିଫ୍ କମିଶନର ନିର୍ଦ୍ଦେଶ ଦେଇଛନ୍ତି । ସେହି ନିର୍ଦ୍ଦେଶ ଅନୁସାରେ ଏହି ନିଷ୍ପତି ନେଇଛି ସିଏମସି ।
from Kanak News https://ift.tt/37yqjHm https://ift.tt/2NPYZgo
ଆଜି ଠାରୁ କଟକରେ ଜୋରଦାର ମାସ୍କ ଚେକିଂ : ନିର୍ଦ୍ଦେଶନାମା ଜାରି କଲା କଟକ ମହାନଗର ନିଗମ Kanak News
Reviewed by SUBHENDU BARAL
on
February 21, 2021
Rating:
No comments: