ଆଜିଠୁ ଖଣ୍ଡଗିରି କୁମ୍ଭ ମେଳା : କରୋନା କଟକଣା ପାଇଁ ଏବର୍ଷ କେବଳ ହୋମ ଯଜ୍ଞ, ଆସିଛନ୍ତି ଶହେରୁ ଅଧିକ ନାଗାସାଧୁ

ଭୁବନେଶ୍ୱର ୧୯।୦୨: ଆଜିଠୁ ଖଣ୍ଡଗିରି କୁମ୍ଭ ମେଳା । ପରମ୍ପରା ଅନୁଯାୟୀ ଚନ୍ଦ୍ରଭାଗା ବୁଡ ପରେ ଖଣ୍ଡଗିରି କୁମ୍ଭ ମେଳରେ ଧ୍ବନୀ ପ୍ରଜ୍ବଳିତ ହୋଇଥାଏ । ଏହାକୁ ନଜର ରଖି ସାଧୁସନ୍ଥଙ୍କ ଆଗମନ ହୋଇଛି। ଶହେରୁ ଅଧିକ ନାଗା ସାଧୁ ଖଣ୍ଡଗିରି ମେଳା ପାଇଁ ଆସିଛନ୍ତି। ଅଯୋଧ୍ୟା, କାଶି, ବୃନ୍ଦାବନ, ହରିଦ୍ୱାର, ମଥୁରରୁ ସାଧୁ ସନ୍ଥ ଆସିଛନ୍ତି । ହରିକୀର୍ତନ, ଭାଗବତ, ଚଣ୍ଡୀପାଠ ଲାଗି ଖଣ୍ଡଗିରି ପାହାଡରେ ଅଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି।

 ବିଶ୍ୱଶାନ୍ତି ଓ ଜଗତ କଲ୍ୟାଣପାଇଁ ପ୍ରତ୍ୟକ ବର୍ଷ ଏହି ମେଳା ଅନୁଷ୍ଠିତ ହେଉଥିବା ବେଳେ ଶହ ଶହ ସାଧୁ ଏକାଠି ହୁଅନ୍ତି । କିନ୍ତୁ ଏବର୍ଷ କରୋନା ପାଇଁ କେବଳ ହୋମ ଯଜ୍ଞ କରାଯାଉଛି । କିନ୍ତୁ ମେଳା ଏବଂ ଯାତ୍ରା ଉପରେ ଲାଗିଛି ରୋକ୍ । ପ୍ରଥା ଅନୁସାରେ ଆଜି ସନ୍ଧ୍ୟାରେ ଜଗମାର ଗାଁ ରୁ ପ୍ରଭୁ ଅନନ୍ତ କେଶରୀ ଯାତ୍ରାରେ ବାହାରି ରାଣୀ ହଂସପୁରକୁ ଆଗମନ କରିବେ । ସେଠାରେ ପୂଜା ସରିବା ପରେ ପୁଣି ଗାଁକୁ ପେରି ଆସିବେ । ବିଶ୍ବାସ ରହିଛି ଏହି ମେଳାର ଅନନ୍ତ କେଶରୀଙ୍କୁ ଦର୍ଶନ କଲେ କୋଟି ପୁଣ୍ୟ ମିଳିଥାଏ । ମାଘସପ୍ତମୀରୁ ଆରମ୍ଭ ହେଉଥିବା କୁମ୍ଭମେଳା ପୂର୍ଣ୍ଣିମା ପର୍ଯ୍ୟନ୍ତ ୯ ଦିନ ଧରି ଚାଲିବ ।



from Prameya News7 https://ift.tt/3azan9w
ଆଜିଠୁ ଖଣ୍ଡଗିରି କୁମ୍ଭ ମେଳା : କରୋନା କଟକଣା ପାଇଁ ଏବର୍ଷ କେବଳ ହୋମ ଯଜ୍ଞ, ଆସିଛନ୍ତି ଶହେରୁ ଅଧିକ ନାଗାସାଧୁ ଆଜିଠୁ ଖଣ୍ଡଗିରି କୁମ୍ଭ ମେଳା : କରୋନା କଟକଣା ପାଇଁ ଏବର୍ଷ କେବଳ ହୋମ ଯଜ୍ଞ, ଆସିଛନ୍ତି ଶହେରୁ ଅଧିକ ନାଗାସାଧୁ Reviewed by SUBHENDU BARAL on February 18, 2021 Rating: 5

No comments:

Powered by Blogger.