ଅହମ୍ମଦାବାଦ,୨୫/୦୨: ଅହମ୍ମଦାବାଦସ୍ଥିତ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଉଥିବା ଟେଷ୍ଟ ସିରିଜର ତୃତୀୟ ମ୍ୟାଚରେ ଭାରତର ସ୍ଥିତି ମଜବୁତ ରହିଛି । ଇଂଲଣ୍ଡ ପ୍ରଥମ ଇନିଂସରେ ୧୧୨ ରନ୍ କରି ଅଲଆଉଟ୍ ହୋଇଯାଇଛି । ଇଂଲଣ୍ଡ ଅଧିନାୟକ ଜୋ ରୁଟ୍ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ । ସିରିଜର ପ୍ରଥମ ଟେଷ୍ଟ ଭଳି ଅଙମ୍ମଦାବାଦରେ ମଧ୍ୟ ବଡ ପାଳି ଖେଳିବେ ବୋଲି ସେ ଚିନ୍ତା କରିଥିଲେ । କିନ୍ତୁ ଏପରି ହୋଇନଥିଲା ।
ଇଂଲଣ୍ଡର ପ୍ରଥମ ଇନିଂସରେ ଫିଲ୍ଡରେ ଏକ ଘଟଣା ଘଟିଥିଲା । କ୍ରିଜରେ ବ୍ୟାଟିଂ କରୁଥିଲେ ବେନ୍ ଷ୍ଟୋକସ୍ । ବୋଲିଂ କରୁଥିଲେ ଭାରତୀୟ ସ୍ପିନର୍ ଆର ଅଶ୍ୱିନ । ଅଶ୍ୱିନ ବୋଲିଂ କରିବାକୁ ଯିବା ବେଳେ ଷ୍ଟୋକସ୍ ହାତ ଦେଖାଇ ରୋକିଥିଲେ । ଷ୍ଟୋକସ୍ ଏପରି କରି ଅଶ୍ୱିନଙ୍କ ଧ୍ୟାନ ଭଙ୍ଗ କରିବାକୁ ଚେଷ୍ଟା କରିଥିଲେ ।
These two though 🇮🇳🏴 #INDvENG pic.twitter.com/xqk6CI5JOK
— Chloe-Amanda Bailey (@ChloeAmandaB) February 24, 2021
ଏପରି କରିବା ପରେ ସ୍ଲିପରେ ଥିଆ ହୋଇଥିବା ବିରାଟ କୋହଲି ଷ୍ଟୋକସଙ୍କ ପାଖକୁ ଆସି ସମୟ ବରବାଦ ନକରିବାକୁ କହିଥିଲେ । ଏହି କଥା ଷ୍ଟମ୍ପରେ ଲାଗିଥିବା ମାଇକରେ ରେକର୍ଡ ହୋଇଥିଲା । ତେବେ ଷ୍ଟୋକସ୍ ଅଧିକ ସମୟ କ୍ରିଜରେ ରହିପାରିନଥିଲେ । ସେ ୨୪ ବଲରୁ ୬ ରନ୍ କରି ଆଉଟ ହୋଇଥିଲେ । ସେ ଅକ୍ଷର ପଟେଲଙ୍କ ଶିକାର ହୋଇଥିଲେ ।
ସୂଚନାଯୋଗ୍ୟ, ଏହି ପିଙ୍କ ବଲ୍ ଟେଷ୍ଟରେ ଭାରତ ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ୯୯ ରନ୍ କରି ୩ ଓ୍ୱିକେଟ୍ ହରାଇଛି । ରୋହିତ ଶର୍ମା ୫୭ ଓ ଆଜିଙ୍କ୍ୟ ରାହାଣେ ୧ ରନ୍ କରି ବ୍ୟାଟିଂ କରୁଛନ୍ତି । ପ୍ରଥମ ଦିନର ଖେଳ ଶେଷ ହେବାର କିଛି ସମୟ ପୂର୍ବରୁ ବିରାଟ କୋହଲି ୨୭ ରନ୍ କରି ପ୍ୟାଭିଲିୟନ ଫେରିଥିଲେ ।
from Prameya News7 https://ift.tt/3dGidAh
No comments: