ହୃଦୟ ବିଦାରକ ଦୃଶ୍ୟ, ଘଣ୍ଟାଏ କାଳ ଟ୍ରକରେ ଚାପି ହୋଇଥିଲେ ଡ୍ରାଇଭର…

ଭୁବନେଶ୍ୱର ୨୫।୦୨:  ଭୁବନେଶ୍ୱର ୧୬ ନମ୍ବର ଜାତୀୟ ରାଜପଥରେ ହୃଦୟ ବିଦାରକ ଦୃଶ୍ୟ । ଦୁର୍ଘଟଣା ପରେ ଟ୍ରକରେ ଚାପି ହୋଇ ପ୍ରାୟ ଘଣ୍ଟାଏ ସମୟ ରହିଲେ ଡ୍ରାଇଭର । ତାଙ୍କ ଅଣ୍ଟାରୁ ଗୋଡ଼ ପର୍ଯ୍ୟନ୍ତ ଚାପି ହୋଇ ରହିଥିଲା । ଜୀବନ ବଞ୍ଚାଇବାକୁ ଛଟପଟ ହେବା ସହ ରକ୍ତାକ୍ତ ଅବସ୍ଥାରେ ଚିତ୍କାର କରୁଥିଲେ ।

ଅଗ୍ନିଶମ ବାହିନୀ ପହଂଚି ବହୁ କଷ୍ଟରେ ତାଙ୍କୁ ଉଦ୍ଧାର କରିଛି। ଅଗ୍ନିଶମ କର୍ମଚାରୀଙ୍କ ପାଇଁ ନିଜ ଜୀବନ ପାଇଛନ୍ତି ଟ୍ରକ ଡ୍ରାଇଭର । ସିଆରପି ଛକ ଓଭର ବ୍ରିଜ ପଟୁ ମାଲ ବୋଝେଇ ଟ୍ରକ ଜୟଦେବ ବିହାର ଆଡକୁ ଯାଉଥିଲେ । ପୂର୍ବରୁ ବ୍ରେକ ଡାଉନ ହୋଇ ରାସ୍ତାରେ ଛିଡା ହୋଇଥିବା ଏକ ଟ୍ରକକୁ ଧକ୍କା ଦେଇଥିଲା । ଡ୍ରାଇଭର ଗୁରୁତର ଅବସ୍ଥାରେ ଚାପି ହୋଇରହିଯାଇଥିଲେ । ପ୍ରାୟ ଘଣ୍ଟାଏ ପରେ ଅଗ୍ନିଶମ ବାହିନୀ ତାଙ୍କୁ ଉଦ୍ଧାର କରିବା ପରେ ଆମ୍ବୁଲାନ୍ସ ଯୋଗେ ଗୁରୁତର ଡ୍ରାଇଭରଙ୍କୁ ଡାକ୍ତରଖାନା ନିଆଯାଇଥିଲା।



from Prameya News7 https://ift.tt/2NZ4NVe
ହୃଦୟ ବିଦାରକ ଦୃଶ୍ୟ, ଘଣ୍ଟାଏ କାଳ ଟ୍ରକରେ ଚାପି ହୋଇଥିଲେ ଡ୍ରାଇଭର… ହୃଦୟ ବିଦାରକ ଦୃଶ୍ୟ, ଘଣ୍ଟାଏ କାଳ ଟ୍ରକରେ ଚାପି ହୋଇଥିଲେ ଡ୍ରାଇଭର… Reviewed by SUBHENDU BARAL on February 24, 2021 Rating: 5

No comments:

Powered by Blogger.