ଚୀନର ନୂଆ ଚାଲ୍ : ପ୍ୟାଙ୍ଗଙ୍ଗରୁ ହଟୁଥିବା ସୈନ୍ୟଙ୍କୁ ରୁତୋଗରେ ରଖୁଛି ଡ୍ରାଗନ, ଦେଖନ୍ତୁ ସାଟେଲାଇଟ୍ ଫଟୋ

ନୂଆଦିଲ୍ଲୀ,୨୩/୦୨: ଭାରତ ଓ ଚୀନ ମଧ୍ୟରେ ଲଦାଖ ସୀମାରେ ବିବାଦର ସମାଧାନ ଚାଲିଛି । ଉଭୟ ଦେଶର ସେନା ପ୍ୟାଙ୍ଗଙ୍ଗ ହ୍ରଦରୁ ପଛକୁ ହଟିଛନ୍ତି । କିନ୍ତୁ ସାମ୍ନାକୁ ଆସିଥିବା ସାଟେଲାଇଟ୍ ଫଟୋ ଚୀନର ନୂଆ ଚାଲ ବିଷୟରେ ଅନେକ ଗୁମର ଖୋଲିଛି । ଚୀନ୍ ପ୍ୟାଙ୍ଗଙ୍ଗରୁ ଯେଉଁ ସୈନ୍ୟଙ୍କୁ ହଟାଇଛି ସେମାନଙ୍କୁ ରୁତୋଗରେ ରଖିଥିବା ଦେଖିବାକୁ ମିଳିଥି । ଏହି ଅଞ୍ଚଳ ପ୍ୟାଙ୍ଗଙ୍ଗର ପୂର୍ବର ରହିଛି ।

ଯେତେବେଳେ ଭାରତ ଓ ଚୀନ ମଧ୍ୟରେ ବିବାଦ ହେଲା ସେବେଠୁ ଏହି ଅଞ୍ଚଳରେ ବେସ୍ ପାଇଁ କାମ ଚାଲିଥିଲା । ଭବିଷ୍ୟତରେ କେବେ ଭାରତ ଓ ଚୀନ ମଧ୍ୟରେ ଉତ୍ତେଜନା ହେଲେ ଏହି ଅଞ୍ଚଳ ଚୀନ ପାଇଁ ଯୁଦ୍ଧ ବେସ୍ ଭାବେ କାମ କରିବ ।

ଯେଉଁ ରୁତୋଗରେ ଚୀନ ନିଜର ସେନାଙ୍କୁ ମୁତୟନ କରିଛି ତାହା ପ୍ୟାଙ୍ଗଙ୍ଗରୁ ୧୦୦ କିମି ଓ ମୋଲଡୋରୁ ୧୧୦ କିମି ଦୂରରେ ଅବସ୍ଥିତ । ମୋଲ୍ଡୋରେ ଉଭୟ ଦେଶର ସେନା ଆଲୋଚନା କରିଥାନ୍ତି । ରୁତୋଗରେ ୨୦୧୯ରୁ ଚୀନ ନିଜର ସୈନ୍ୟ ଗତିବିଦ୍ଧି ବୃଦ୍ଧି କରିଛି । ଏଠାରେ ସିଷ୍ଟମ ରାଡାର, ମିସାଇଲ, ହେଲିପୋର୍ଟ ଆଦି ରହିଛି ।

ଚୀନ ସେନା ଏହି ଅଞ୍ଚଳରେ କୁଡିଆ ଭଳି ଘର କରିଛି । ଏଠାରେ ସୈନ୍ୟଙ୍କୁ ରଖାଯାଇଛି । ପ୍ୟାଙ୍ଗଙ୍ଗ ନିକଟରେ ପୁଣି ଉତ୍ତେଜନା ହେଲେ ଚୀନ ରୁତୋଗକୁ ବେସ୍ ଭାବେ ବ୍ୟବହାର କରିପାରେ । ସାମ୍ନାକୁ ଆସିଥିବା ସାଟେଲାଇଟ୍ ଫଟୋରେ ଦେଖିବାକୁ ମିଳିଛି ଯେ, ରୁତୋଗରେ ଚୀନ ଅନେକ ପ୍ରସ୍ତତି କରିଛି । ଏଠାରେ ଷ୍ଟୋରେଜ୍ ଏରିଆ, ଟେଣ୍ଟ, କ୍ୟାବିନ ଓ ଅନ୍ୟ ସୁବିଧା ଆଦି ରହିଛି ।

କେବଳ ଏତିକି ନୁହେଁ କିଛି ରାଡାର ଷ୍ଟେସନ ମଧ୍ୟ ରହିଛି ।ଯାହା ସାଟେଲାଇଟ୍ ଫଟୋରୁ ସ୍ପଷ୍ଟ ଭାବେ ଦେଖିବାକୁ ମିଳିଛି । ଚୀନର ଏପରି ପ୍ରସ୍ତୁତିକୁ ଦେଖି ଭାରତୀୟ ସେନାର ମେଜର ଜଲି କହିଛନ୍ତି ଯେ, ଦେଶକୁ ନିଜ ତରଫରୁ ପ୍ରସ୍ତୁତି କରିବାକୁ ହେବ । ଏହାସହ ଇନଫ୍ରାଷ୍ଟ୍ରକଚର୍ ଉପରେ ଜୋର୍ ଦେବାକୁ ହେବ । ଏହାସହ ନୂଆ ଯୋଜନା ପ୍ରସ୍ତୁତି ଉପରେ ଜୋର୍ ଦେବାକୁ ହେବ ବୋଲି ସେ କହିଛନ୍ତି ।



from Prameya News7 https://ift.tt/37EwQ32
ଚୀନର ନୂଆ ଚାଲ୍ : ପ୍ୟାଙ୍ଗଙ୍ଗରୁ ହଟୁଥିବା ସୈନ୍ୟଙ୍କୁ ରୁତୋଗରେ ରଖୁଛି ଡ୍ରାଗନ, ଦେଖନ୍ତୁ ସାଟେଲାଇଟ୍ ଫଟୋ ଚୀନର ନୂଆ ଚାଲ୍ : ପ୍ୟାଙ୍ଗଙ୍ଗରୁ ହଟୁଥିବା ସୈନ୍ୟଙ୍କୁ ରୁତୋଗରେ ରଖୁଛି ଡ୍ରାଗନ, ଦେଖନ୍ତୁ ସାଟେଲାଇଟ୍ ଫଟୋ Reviewed by SUBHENDU BARAL on February 22, 2021 Rating: 5

No comments:

Powered by Blogger.