ଆଜି ୯ ଜିଲ୍ଲାରେ ବର୍ଷା ସମ୍ଭାବନା, ସାମାନ୍ୟ କମିବ ତାପମାତ୍ରା

ଭୁବନେଶ୍ୱର ୨୦/୦୨: ଶନିବାର ରାଜ୍ୟର ୯ଟି ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ପାଣିପାଗବିତମାନେ ପୂର୍ବାନୁମାନ କରିଛନ୍ତି ।

ଏହି ଜିଲ୍ଲାଗୁଡିକର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ କାଁ ଭାଁ ବର୍ଷା ହେବ । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍‌ ଆର ବିଶ୍ୱାସ ପୂର୍ବାନୁମାନ କରିଛନ୍ତି । ବର୍ଷା ପ୍ରଭାବରେ ଦୁଇଦିନ ପରେ ରାଜ୍ୟରେ ତାପମାତ୍ରା ସାମାନ୍ୟ କମିବ । ପୂର୍ବ ଭଳି ଗରମ ହେବନି । ସାମାନ୍ୟ ଶୀତ ହେବ ।

ସେହିପରି ସୋଆ ଜଳବାୟୁ ଓ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ଚନ୍ଦ୍ର ସାହୁ କହିଛନ୍ତି ଯେ, ଶନିବାର ରାଜ୍ୟରେ ଖରାଟିଆ ପାଗ ରହିବ । ଉତ୍ତର ଓ ଦକ୍ଷିଣ ଉପକୂଳର କିଛି ସ୍ଥାନରେ ସ୍ୱଳ୍ପ ବର୍ଷା ହୋଇପାରେ। ତେବେ ୨୧ରୁ ଧୀରେ ଧୀରେ ତାପମାତ୍ରା ବଢ଼ିବ ।

ଗୁରୁବାର ସକାଳ ୮ଟା୩୦ରୁ ଶୁକ୍ରବାର ସକାଳ ୮ଟା ୩୦ ମଧ୍ୟରେ ଦାରିଙ୍ଗବାଡ଼ିରେ ୩୩ ମିଲିମିଟର ବର୍ଷା ହୋଇଥିବା ବେଳେ କୋରାପୁଟରେ ୧୫ ମିଲିମିଟର ବର୍ଷା ହୋଇଥିଲା । ସେହିପରି ମାଲକାନଗିରିରେ ୧୩ ମିଲିମିଟର୍‌, ରାୟଗଡ଼ାରେ ୧୦ମିଲିମିଟର, ଭବାନୀପାଟଣାରେ ୭ ମିଲିମିଟର୍‌, ସମ୍ବଲପୁରରେ ୩ ମିଲିମିଟର୍‌, ବଲାଙ୍ଗୀର ଓ ସୋନପୁରରେ ୨ ମିଲିମିଟର୍‌ ବର୍ଷା ହୋଇଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ରେକର୍ଡ଼ କରିଛି ।



from Prameya News7 https://ift.tt/37vROB0
ଆଜି ୯ ଜିଲ୍ଲାରେ ବର୍ଷା ସମ୍ଭାବନା, ସାମାନ୍ୟ କମିବ ତାପମାତ୍ରା ଆଜି ୯ ଜିଲ୍ଲାରେ ବର୍ଷା ସମ୍ଭାବନା, ସାମାନ୍ୟ କମିବ ତାପମାତ୍ରା Reviewed by SUBHENDU BARAL on February 19, 2021 Rating: 5

No comments:

Powered by Blogger.