ମାଆ କୋଳ ପାଇଲେ ୩ ଅନାଥ ଭାଇ-ଉଭଣୀ, ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କଲେ ତାମିଲନାଡୁର ଇଞ୍ଜିନିୟର ଦମ୍ପତି

ସମ୍ବଲପୁର, ୨୦|୦୨:  ସମ୍ବଲପୁରର ଶିଶୁ ଯତ୍ନ ଅନୁଷ୍ଠାନରୁ ୩ ଅନାଥ ଭାଇ ଭଉଣୀ ଗଲେ ତାମିଲନାଡୁ । ରୀନା, ଶଙ୍କର ଓ ତୁଳସୀଙ୍କୁ ପୋଷ୍ୟ ସନ୍ତାନ ଭାବରେ ଗ୍ରହଣ କରିଛନ୍ତି ତାମିଲନାଡୁର ଇଞ୍ଜିନିୟର ଦମ୍ପତ୍ତି କାର୍ତ୍ତିକ ନାଗାରାଜନ ଓ ଶୁଭଶ୍ରୀ । ବିଧିବଦ୍ଧ ଭାବରେ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କଠାରେ ଆବେଦନ ଓ ଅନୁମତି ପରେ ୩ଶିଶୁଙ୍କୁ ନେଇ ତାମିଲନାଡୁ ଫେରିଯାଇଛନ୍ତି ଦମ୍ପତ୍ତି ।

ମାଆ କୋଳ ପାଇଲେ ୩ ଅନାଥ ଭାଇ ଭଉଣୀ । ସମ୍ବଲପୁର ଯୁଯୁମରା ବ୍ଲକ ସ୍ଥିତ ଡକ୍ଟର ଆଇଜାକ ସାନ୍ତା ବାଳନିକେତନରେ ରହୁଥିବା ୧୪ ବର୍ଷର ରୀନା, ୧୦ ବର୍ଷର ଶଙ୍କର ଓ ୭ ବର୍ଷର ତୁଳସୀଙ୍କ ନୂଆ ଜୀବନ ଏବେ ତାମିଲନାଡୁରେ କଟିବ । ଭାଇ ଭଉଣୀଙ୍କୁ ପୋଷ୍ୟ ସନ୍ତାନ ଭାବରେ ଗ୍ରହଣ କରିଛନ୍ତି ତାମିଲନାଡୁର ସଂପ୍ଟୱେର ଇଞ୍ଜିନିୟର ଦମ୍ପତ୍ତି କାର୍ତ୍ତିକ ନାଗାରାଜନ ଓ ଶୁଭଶ୍ରୀ କାର୍ତ୍ତିକ । ବିବାହର ଦୀର୍ଘ ବର୍ଷ ପରେ ବି ଏମାନଙ୍କର କୌଣସି ସନ୍ତାନ ନଥିଲା । ପୋଷ୍ୟ ସନ୍ତାନ ପାଇଁ ଅନେକ ଅନୁଷ୍ଠାନ ବୁଲି ନିରାଶ ହେବା ପରେ ଶେଷରେ ଅନଲାଇନ ମାଧ୍ୟମରେ ଏହି ଶିଶୁ ଯତ୍ନ ଅନୁଷ୍ଠାନର ସନ୍ଧାନ ପାଇଥିଲେ । ପରେ ସମ୍ବଲପୁର ଆସି ବିଧିବଦ୍ଧ ଭାବରେ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ଠାରେ ଆବେଦନ ଓ ଅନୁମତି ପରେ ରୀନା,ଶଙ୍କର ଓ ରବିଙ୍କୁ ନେଇ ତାମିଲନାଡୁ ଫେରିଯାଇଛନ୍ତି ଦମ୍ପତ୍ତି ।

ତେବେ ପ୍ରାଥମିକ ପର୍ଯ୍ୟାୟରେ ୬ମାସ ପାଇଁ ସେମାନଙ୍କୁ ଅନୁମତି ଦିଆଯାଇଛି । ୬ମାସ ପରେ ପୁଣି ଫ୍ୟାମିଲି ଜଜଙ୍କ ଠାରେ ଆବେଦନ କରି ଅନୁମତି ନେବାକୁ ନିୟମ ରହିଛି । ଅନାଥ ପିଲାଙ୍କୁ ପରିବାର ମିଳିବା ସହ କୋଳ ଶୂନ୍ୟ ଦମ୍ପତ୍ତିଙ୍କର ବି କୋଳ ଭରିଯାଇଛି ।



from Prameya News7 https://ift.tt/3ayQwr5
ମାଆ କୋଳ ପାଇଲେ ୩ ଅନାଥ ଭାଇ-ଉଭଣୀ, ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କଲେ ତାମିଲନାଡୁର ଇଞ୍ଜିନିୟର ଦମ୍ପତି ମାଆ କୋଳ ପାଇଲେ ୩ ଅନାଥ ଭାଇ-ଉଭଣୀ, ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କଲେ ତାମିଲନାଡୁର ଇଞ୍ଜିନିୟର ଦମ୍ପତି Reviewed by SUBHENDU BARAL on February 19, 2021 Rating: 5

No comments:

Powered by Blogger.