ବ୍ରହ୍ମପୁର ୧୯।୦୨: ପୋଲିସ କବ୍ଜାରେ ବାଇକ୍ ଲୁଟେରା । ପୋଲିସ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଥିବା ବାଇକ୍ ଲୁଟେରା ଏଲ. ଶିବା ରେଡ୍ଡି ଗିରଫ । ଶିବା ରେଡ୍ଡୀ ନିକଟରୁ ଅନେକ ବାଇକ୍ ମଧ୍ୟ ଜବତ କରିଛି ପୋଲିସ । ଶିବାର ଘର ଦିଗପହଣ୍ଡି ଥାନା ଅନ୍ତର୍ଗତ ଗୋକର୍ଣ୍ଣପୁରରେ ବୋଲି ଜଣାପଡିଛି।
ଖବର ଅନୁଯାୟୀ, ଗତ କିଛି ଦିନ ହେଲା ଅଞ୍ଚଳରେ ବାଇକ୍ ଲୁଟ୍ କେସ୍ ବଢିଥିଲା । ଯାହାର ଅଭିଯୋଗ ପୋଲିସ ନିକଟକୁ ଆସିଥିଲା । ପୋଲିସ ଘଟଣାରେ ତ୍ୱରିତ ପଦକ୍ଷେପ ନେଇ ବିଭିନ୍ନ ସ୍ଥାନରେ ଚଢାଉ ଆରମ୍ଭ କରିଥିଲା । ଗୋଶାଣିନୁଆଗାଁ, ଟାଉନ ଓ ଵୈଦ୍ୟନାଥପୁର ଥାନା ପୋଲିସ ପକ୍ଷରୁ ମିଳିତ ଭାବେ ଚଢ଼ାଉ କରାଯାଇଥିଲା । ଏହି ଚଢାଉରେ କୁଖ୍ୟାତ ବାଇକ୍ ଲୁଟେରା ଏଲ. ଶିବା ରେଡ୍ଡିକୁ ଗିରଫ କରିବାରେ ସଫଳ ହୋଇଛି ।
ସେହିପରି ବ୍ରହ୍ମପୁର ଏମକେସିଜି ମେଡିକଲ କ୍ୟାମ୍ପସ ପରିସରରୁ ଚୋରି ହୋଇଥିବା ଗୋଟିଏ ଚୋରି ହୋଣ୍ଡା ଶାଇନ ମୋଟର ସାଇକେଲ ଜବତ ହୋଇଛି । ଏହାପରେ ପୋଲିସର ଜେରା ସମୟରେ ଶିବା ଓ ତାର ଗ୍ୟାଙ୍ଗ ବିଭିନ୍ନ ସ୍ଥାନରୁ ୯ ଟି ଅନ୍ୟ ବାଇକ୍ ଚୋରି ସମ୍ପର୍କରେ ସ୍ୱୀକାର କରିଥିଲା। ଶିବା ନିକଟରୁ ୯ଟି ଚୋରି ବାଇକ୍ ଜବତ କରିଛି ପୋଲିସ । ତେବେ ଜବତ ହୋଇଥିବା ସମସ୍ତ ବାଇକର ମାଲିକଙ୍କ ତଥ୍ୟ ଯୋଗାଡ଼ କରାଯାଇଛି ବୋଲି ବ୍ରହ୍ମପୁର ଅତିରିକ୍ତ ଏସପି ପ୍ରଭାତ କୁମାର ରାଉତରାୟ ସୂଚନା ଦେଇଛନ୍ତି।
from Prameya News7 https://ift.tt/3ub017y
No comments: