ପୁଅ ବାହାଘରରେ ୧୦୦୦ ଅତିଥିଙ୍କୁ ଡାକିଥିଲେ ବିଜେପିର ପୂର୍ବତନ ସାଂସଦ, ରୁଜୁ ହେଲା ମାମଲା

ମୁମ୍ବାଇ,୨୩/୦୨:  ମହାରାଷ୍ଟ୍ରର ପୂର୍ବତନ ବିଜେପି ସାଂସଦ ଧନଞ୍ଜୟ ମହାଦିକଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ସେ ପୁଣେରେ ନିଜ ପୁଅର ବିବାହ ସମୟରେ କରୋନା ନିୟମ ମାନି ନଥିବା ଓ ସମସ୍ତ କଟକଣାକୁ ଦଳି ମକଚି ଦେଇଥିବା ଅଭିଯୋଗ ହୋଇଛି । ରବିବାର ହଦପସରରେ ଏହି ବିବାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ମାମଲାରେ ଆଉ ୨ ଜଣଙ୍କ ନାଁରେ ମଧ୍ୟ ଏଫଆଇଆର ହୋଇଛି ।

ମହାଦିକଙ୍କ ପୁଅର ବିବାହରେ ୧ ହଜାରରୁ ଅଧିକ ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଥିଲା । କିନ୍ତୁ ସରକାର ପୁଣେରେ କୌଣସି ବିବାହ ଉତ୍ସବରେ ୨୦୦ରୁ ଅଧିକ ଅତିଥିଙ୍କୁ ଅନୁମତି ଦେଇନାହାଁନ୍ତି । ଏପରିକି ଗତ କିଛିଦିନ ତଳେ ବିଜେପି ନିଜେ ଏନସିପି ନେତାଙ୍କ ଘରେ ହୋଇଥିବା ବିବାହକୁ ନେଇ ପ୍ରଶ୍ନ କରିଥିଲା ।

ତେବେ ମହାଦିକଙ୍କ ବିବାହରେ ଏନସିପି ମୁଖ୍ୟ ଶରଦ ପାଓ୍ୱାର, ବିଜେପି ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବୀସ, ହରିୟାଣାର ଉପ ମୁଖ୍ୟମନ୍ତ୍ରୀ ଦୁଷ୍ୟନ୍ତ ଚୌତାଲା ସାମିଲ ହୋଇଥିଲେ । ଫଡନାବୀସ ବିନା ମାସ୍କରେ ପହଁଚିଥିଲେ । ଏପରିକି ବିବାହ ଭୋଜିରେ ସଞ୍ଜୟ ରାଓ୍ୱତ ମଧ୍ୟ କରୋନା ନିୟମ ମାନି ନଥିବା ଦେଖିବାକୁ ମିଳିଥିଲା ।

ସୂଚନାଯୋଗ୍ୟ, ନିକଟରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଚେତାବନୀ ଦେଇଥିଲେ ଯେ, ଯଦି କେହି କରୋନା ନିୟମ ମାନିବେନି ତେବେ ପୁଣିଥରେ ଲକଡାଉନ୍ ଲାଗୁ କରାଯିବ । ଏପରିକି ରାଜ୍ୟରେ ସମସ୍ତ ରାଜନୈତିକ, ଧାର୍ମିକ ଓ ସାମାଜିକ କାର୍ଯ୍ୟକ୍ରମ ଉପରେ ରୋକ୍ ଲାଗିଛି ।



from Prameya News7 https://ift.tt/3uhS3JQ
ପୁଅ ବାହାଘରରେ ୧୦୦୦ ଅତିଥିଙ୍କୁ ଡାକିଥିଲେ ବିଜେପିର ପୂର୍ବତନ ସାଂସଦ, ରୁଜୁ ହେଲା ମାମଲା ପୁଅ ବାହାଘରରେ ୧୦୦୦ ଅତିଥିଙ୍କୁ ଡାକିଥିଲେ ବିଜେପିର ପୂର୍ବତନ ସାଂସଦ, ରୁଜୁ ହେଲା ମାମଲା Reviewed by SUBHENDU BARAL on February 22, 2021 Rating: 5

No comments:

Powered by Blogger.