ଆକାଶରୁ ହଟିବ ବାଦଲ, ବଢିବ କୁହୁଡି, ବୃଦ୍ଧି ପାଇବ ତାପମାତ୍ରା

ଭୁବନେଶ୍ୱର,୨୧/୦୨: ଆକାଶରୁ ହଟିଯିବ ମେଘୁଆ ବାଦଲ । ଫିଟିବ ପାଗ । ଆକାଶ ମେଘମୁକ୍ତ ରହିବ । ଏବେ ଆଉ ବର୍ଷା ସମ୍ଭାବନା ନାହିଁ । ଆଞ୍ଚଳିକ ପାଣିପାଗ କେନ୍ଦ୍ର ବୈଜ୍ଞାନିକ ଉମାଶଙ୍କର ଦାସ ଏଭଳି ପୂର୍ବାନୁମାନ କରିଛନ୍ତି ।

ରାଜ୍ୟରେ ୨/୩ ଦିନ ହେବ ପାଗ ମେଘୁଆ ରହୁଥିଲା । କେତେକ ସ୍ଥାନରେ ବର୍ଷା ବି ହୋଇଛି । ଶନିବାର ଉପକୂଳ ଓଡ଼ିଶାରେ ପାଗ ମେଘୁଆ ଓ କୋହଲା ଥିଲା । ହାଲୁକା ବର୍ଷା ଛିଞ୍ଚିଥିଲା । ଅନେକ ଜାଗାରେ ଦିନ ତାପମାତ୍ରା ୩୦ ଡିଗ୍ରୀ ସେଲସିୟସ୍‌ ତଳେ ଥିଲା ।

ଶ୍ରୀ ଦାସଙ୍କ କହିବା କଥା ହେଲା, ରବିବାର ପାଗ ଖରାଟିଆ ରହିବ । ବର୍ଷା ସମ୍ଭାବନା ଏବେ ଆଉ ନାହିଁ । ଯଦିଓ ରାତି ତାପମାତ୍ରା ୨/୩ ଡିଗ୍ରୀ କମିବ, ତଥାପି ଶୀତ ସମ୍ଭାବନା କମ୍‌ ରହିଛି । ଅପରପକ୍ଷରେ ଉପକୂଳ ଓ ଉତ୍ତର ଓଡ଼ିଶାରେ କୁହୁଡ଼ି ବଢ଼ିବ । ରବିବାର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ନୟାଗଡ଼, କନ୍ଧମାଳ, ଅନୁଗୁଳ, ମୟୂରଭଞ୍ଜ ଜିଲ୍ଲାରେ ମଧ୍ୟମ ଧରଣର କୁହୁଡ଼ି ହୋଇପାରେ । ୨-୩ ଦିନ ପରେ ରାଜ୍ୟରେ ଦିନ ତାପମାତ୍ରା ବଢ଼ିବ ବୋଲି ସେ କହିଛନ୍ତି ।



from Prameya News7 https://ift.tt/37wqwuk
ଆକାଶରୁ ହଟିବ ବାଦଲ, ବଢିବ କୁହୁଡି, ବୃଦ୍ଧି ପାଇବ ତାପମାତ୍ରା ଆକାଶରୁ ହଟିବ ବାଦଲ, ବଢିବ କୁହୁଡି, ବୃଦ୍ଧି ପାଇବ ତାପମାତ୍ରା Reviewed by SUBHENDU BARAL on February 20, 2021 Rating: 5

No comments:

Powered by Blogger.