ଫେସ୍‌ବୁକ୍‌ ଇଣ୍ଡିଆ ଉପରେ ଏଫ୍‌ଆଇଆର୍‌ ନିର୍ଦ୍ଦେଶ ଦେଲେ ହାଇକୋର୍ଟ, ଜାଣନ୍ତୁ କଣ ରହିଛି ମାମଲା

ଶ୍ରୀନଗର, ୨୧/୦୨: ଜାମ୍ମୁ-କାଶ୍ମୀର ହାଇକୋର୍ଟ ଫେସ୍‌ବୁକ୍‌ ଇଣ୍ଡିଆର ମୁଖ୍ୟ ଏବଂ ଅନ୍ୟ ଅଧିକାରୀଙ୍କ ବିରୋଧରେ ଏଫ୍ଆଇଆର୍  ରୁଜୁ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଅନ୍‌ଲାଇନ୍‌ ମାଧ୍ୟମରେ ଫେସ୍‌ବୁକ୍‌ ଠକେଇ କରିଥିବା ଜାମ୍ମୁର ଜଣେ ବାସିନ୍ଦା ଅଭିଯୋଗ ଆଣିଥିଲେ । ଏହି ଅଭିଯୋଗର ଶୁଣାଣି କରି ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଡିଏସ୍‌ ଠାକୁର୍‌ ପୋଲିସ୍‌ର ସାଇବର୍‌ ସେଲ୍‌କୁ ଏହି ମାମଲାରେ ଏଫ୍‌ଆଇଆର୍‌ ଦାଏର କରି ତଦନ୍ତ କରିବାକୁ ନିର୍ଦ୍ଦେଶ୍‌ ଜାରି କରିଛନ୍ତି ।

ଘଟଣା ଅନୁସାରେ, ଜାମ୍ମୁ ନିବାସୀ ବିବେକ୍‌ ସାଗର ଫେସ୍‌ବୁକ୍‌ରେ କରାଯାଇଥିବା ଏକ ବିଜ୍ଞାପନ ଜରିଆରେ ଠକାମିର ଶିକାର ହୋଇଥିଲେ । ତାଙ୍କର ପାଖାପାଖି ଏଥିରେ ୨୦,୭୦୦ ଟଙ୍କା ଗାଏବ୍ ହୋଇଯାଇଥିଲା । ଏ ନେଇ ସେ ହାଇକୋର୍ଟରେ ଅଭିଯୋଗ କରିଥିଲେ ।

ପିଡ଼ିତ ଏନେଇ କହିଛନ୍ତି ଯେ, ଫେସ୍‌ବୁକ୍‌ରେ ବାଜାଜ୍‌ ଫାଇନାନ୍ସ, କ୍ୱାଡାଣ୍ଟ ଟେଲିଭେଣ୍ଟର୍ ଏବଂ ଇଣ୍ଟରନେଟ୍ ସେବା ସହିତ ଏସ୍‌ଏମ୍‌ଏସ୍‌ ସେବା ବ୍ୟବହାର କରୁଥିବା ବ୍ୟକ୍ତି ଏଥିରେ ତାଙ୍କଠାରୁ ୨୦,୭୦୦ ଟଙ୍କା ଠକିଛନ୍ତି । ବିବେକ୍‌ କହିଛନ୍ତି ଯେ, ତାଙ୍କ ସହ ଘଟିଥିବା ଠକେଇକୁ ଦୃଷ୍ଟିରେ ରଖି ଆଇପିସି ଏବଂ ଆଇଟି ଆକ୍ଟ ୨୦୦୦ରେ ମାମଲା କରାଯାଇଛି ।

ବିବେକ୍‌ ଏନେଇ ପୋଲିସ୍‌ର ସାଇବର୍‌ ସେଲ୍‌ରେ ଅଭିଯୋଗ ପାଇଁ ଯାଇଥିଲେ । କିନ୍ତୁ ପୋଲିସ୍‌ କୌଣସି  ପ୍ରକାର କାର୍ଯ୍ୟାନୁଷ୍ଠାନ କରିନଥିଲେ । ଏହାକୁ ନେଇ ସେ ସ୍ଥାନୀୟ କୋର୍ଟର ଦ୍ୱାରସ୍ଥ ହୋଇଥିଲେ । କେର୍ଟ ଏହାର ବିଚାର କରି ମାମଲା ଦାଏର୍‌ ପାଇଁ ପୋଲିସ୍‌ ଉପରେ ଛାଡ଼ିଦେଇଥିଲେ । ଏହାକୁ ଚ୍ୟାଲେଞ୍ଜ୍‌ କରି ହାଇକୋର୍ଟରେ ଯାଚିକା ଦାଖଲ କରିଥିଲେ । ତେବେ ହାଇକୋର୍ଟ ଏହାର ଶୁଣାଣି କରି ମାମଲା ଦାଏର୍‌ ପାଇଁ ପୋଲିସ୍‌କୁ ନିର୍ଦ୍ଦେଶ ଦେଇଛନ୍ତି ।



from Prameya News7 https://ift.tt/3qJRRks
ଫେସ୍‌ବୁକ୍‌ ଇଣ୍ଡିଆ ଉପରେ ଏଫ୍‌ଆଇଆର୍‌ ନିର୍ଦ୍ଦେଶ ଦେଲେ ହାଇକୋର୍ଟ, ଜାଣନ୍ତୁ କଣ ରହିଛି ମାମଲା ଫେସ୍‌ବୁକ୍‌ ଇଣ୍ଡିଆ ଉପରେ ଏଫ୍‌ଆଇଆର୍‌ ନିର୍ଦ୍ଦେଶ ଦେଲେ ହାଇକୋର୍ଟ, ଜାଣନ୍ତୁ କଣ ରହିଛି ମାମଲା Reviewed by SUBHENDU BARAL on February 20, 2021 Rating: 5

No comments:

Powered by Blogger.