ପରଦା ପଛରେ ମା’ଙ୍କ ପୂଜା: ଆଜି ମଣ୍ଡପରେ ଜଗତଜନନୀଙ୍କ ସପ୍ତମୀ ପୂଜା; ପୀଠେ ଚାଲିଛି ମହାଷ୍ଟମୀ ନୀତି, କୋଭିଡ୍ କଟକଣାରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ମନା Kanak News

କନକ ବ୍ୟୁରୋ: ପୂଜା ମଣ୍ଡପରେ ଆରମ୍ଭ ହୋଇଛି ମାଙ୍କ ପୂଜା । ଆଜି ମଣ୍ଡପ ଗୁଡିକରେ ମାଆଙ୍କର ମହାସପ୍ତମୀ ନୀତି ହୋଇଛି । ଗତକାଲି ଷଷ୍ଠୀରେ ବିଲ୍ୱବରଣ ପରେ ଆଜି ହେଉଛି ମହାସପ୍ତମୀ ନୀତି । ପୀଠ ଗୁଡିକରେ ଆଜି ମହା ଅଷ୍ଟମୀ ନୀତି ହୋଇଛି । କରୋନା କଟକଣା କାରଣରୁ ଏଥର ପୂଜାରେ ସାଧାରଣ ଲୋକଙ୍କୁ ଦର୍ଶନ ସୁବିଧା ନାହିଁ । ଚଳିତ ବର୍ଷ କରୋନା କଟକଣା ଯୋଗୁଁ ପରଦା ପଛରେ ପୂଜା ପାଉଛନ୍ତି ମା ଦୁର୍ଗା । କରୋନା ସଂକ୍ରମଣ ଭୟରେ ପ୍ରଶାସନ ଯେତେବେଳେ କଟକଣା ଜାରି ହୋଇଥିଲା ବୋଧ ହୁଏ ଏହି ଚିତ୍ର ସେତେବେଳେ ଆକଳନ କରାଯାଇ ପାରିନଥିଲା ।

ଏବେ ପୂଜା ଆରମ୍ଭ ହୋଇଯିବାରୁ ଏହା ସ୍ପଷ୍ଟ ହୋଇଯାଇଛି ଯେ ଏଥର ପୂଜା ମଣ୍ଡପର ବାହାରୁ ପରଦା ଦେଖିବାକୁ ମିଳିଛି । ଅର୍ଥାତ କେହି ଦେବୀଙ୍କ ଦର୍ଶନ କରିବେ ନାହିଁ । କରୋନା ଏଭଳି ଏକ ମୁହୂର୍ତ ଆଣିବ ବୋଧ ହୁଏ ଏହା କେହି ଭାବି ନଥିବେ, ଯେତେବେଳେ ଦେବୀଙ୍କ ଦର୍ଶନ ବି ହୋଇ ପାରିବ ନାହିଁ । କିଛି ପୂଜା ମଣ୍ଡପ ଗୁଡିକରେ ମାଆଙ୍କର ଡିଜିଟାଲ ଦର୍ଶନ ବ୍ୟବସ୍ଥା କରାଯାଇଛି । ସେପଟେ ଅଳ୍ପ ସଂଖ୍ୟକ ପୂଜାରୀରେ ଏଥର ଆୟୋଜନ ହେଉଛି ପୂଜା ଓ ନୀତି ।



from Kanak News https://ift.tt/3joRUNY https://ift.tt/3knYSUY
ପରଦା ପଛରେ ମା’ଙ୍କ ପୂଜା: ଆଜି ମଣ୍ଡପରେ ଜଗତଜନନୀଙ୍କ ସପ୍ତମୀ ପୂଜା; ପୀଠେ ଚାଲିଛି ମହାଷ୍ଟମୀ ନୀତି, କୋଭିଡ୍ କଟକଣାରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ମନା Kanak News ପରଦା ପଛରେ ମା’ଙ୍କ ପୂଜା: ଆଜି ମଣ୍ଡପରେ ଜଗତଜନନୀଙ୍କ ସପ୍ତମୀ ପୂଜା; ପୀଠେ ଚାଲିଛି ମହାଷ୍ଟମୀ ନୀତି, କୋଭିଡ୍ କଟକଣାରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ମନା Kanak News Reviewed by SUBHENDU BARAL on October 22, 2020 Rating: 5

No comments:

Powered by Blogger.