ରାସନ କାର୍ଡ ଆବେଦନଠୁ ଧାନ ସଂଗ୍ରହ ପଞ୍ଜୀକରଣ : ଆରମ୍ଭ ହେଲା ଅନଲାଇନ ବ୍ୟବସ୍ଥା; କେତେ ଲୋକ ସାମିଲ୍ ହେଲେ ମାସେ ଭିତରେ ଜଣେଇବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ Kanak News
କନକ ବ୍ୟୁରୋ : ଖାଦ୍ୟ ଯୋଗାଣ ଓ ଖାଉଟୀ କଲ୍ୟାଣ ବିଭାଗ ପକ୍ଷରୁ ୪ଟି ସେବା ପାଇଁ ଆରମ୍ଭ ହେଲା ଅନଲାଇନ ବ୍ୟବସ୍ଥା । ଏଣିକି ଧାନ ବିକ୍ରୟ ପାଇଁ ଚାଷୀଙ୍କ ପଞ୍ଜୀକରଣ, ରେସନ କାର୍ଡ ପାଇଁ ଆବେଦନ ଓ ସଂଶୋଧନ, ସୁଲଭ ମୂଲ୍ୟ ଦୋକାନ ପାଇଁ ଲାଇସେନସ ଫି ପ୍ରଦାନ ଏବଂ ସୁଲଭ ମୂଲ୍ୟ ଦୋକାନମାନଙ୍କ ଦ୍ୱାରା ଖାଦ୍ୟଶସ୍ୟର ମୂଲ୍ୟ ପ୍ରଦାନ ଅନଲାଇନରେ ହେବ । ଭିଡିଓ କନଫରେନ୍ସିଂ ଜରିଆରେ ଏହି କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ସାରା ଓଡିଶାର ସାଢ଼େ ତିନି କୋଟି ଲୋକ ସିଧାସଳଖ ଏହି ବିଭାଗ ସହିତ ଯୋଡି ହୋଇ ରହିଛନ୍ତି । ତେଣୁ ସାଧାରଣ ଲୋକ ପରିବର୍ତ୍ତନର ସୁଫଳ ଯେପରି ଠିକ୍ ଭାବରେ ପାଇପାରିବେ, ସେଥିପାଇଁ ଅନଲାଇନ ବ୍ୟବସ୍ଥା କରାଯାଇଛି । ଏଣିକି ଲୋକମାନେ ଘରେ ବସି ଏହି ସବୁ ସୁବିଧା ପାଇପାରିବେ । ଖାଦ୍ୟ ଯୋଗାଣ ଓ ଖାଉଟୀ କଲ୍ୟାଣ ମନ୍ତ୍ରୀ କହିଛନ୍ତି, ୫ଟି ଅଧିନରେ ବ୍ୟାପକ ପରିବର୍ତନ ଆଣିବା ପାଇଁ ବିଭାଗ ପ୍ରତିଶ୍ରୁତିବଦ୍ଧ ହୋଇ କାର୍ଯ୍ୟ କରୁଛି ।
from Kanak News https://ift.tt/2J19hbv https://ift.tt/3mhSfnN
No comments: