କରୋନା ସଂକ୍ରମଣରେ ଗଞ୍ଜାମକୁ ଟପି ଖୋର୍ଦ୍ଧା ଏକ ନମ୍ବର : ଆକ୍ରାନ୍ତଙ୍କ ସଂଖ୍ୟା ୨୦ହଜାର ପାର , ଚିନ୍ତା ବଢାଇଛି ସ୍ଥାନୀୟ ସଂକ୍ରମଣ
ଭୁବନେଶ୍ୱର ୦୫।୦୯: କରୋନା ସ୍ଥିତି ସଙ୍ଗୀନ ରହିଛି । ପ୍ରତିଦିନ ସଂକ୍ରମଣ ଗ୍ରାଫ ବଢିବାରେ ଲାଗିଛି । ଖୋର୍ଦ୍ଧା ଜିଲ୍ଲାରେ ୨୦ ହଜାର ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ଘଣ୍ଟାରେ ଖୋର୍ଦ୍ଧା ଜିଲ୍ଲାରୁ ୮୭୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୦ ହଜାର ୬୧୮କୁ ବୃଦ୍ଧି ପାଇଛି ।
ଗଞ୍ଜାମକୁ ଟପି ଖୋର୍ଦ୍ଧା ଜିଲ୍ଲା ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ନମ୍ବର ୱାନ୍ ହୋଇଛି । ଗତ ୫ ଦିନର ହିସାବ ଦେଖିଲେ ପ୍ରତିଦିନ ଖୋର୍ଦ୍ଧା ଜିଲ୍ଲାରୁ ସାଢେ ୬ ଶହରୁ ଅଧିକ ପଜିଟିଭ କେସ ସାମ୍ନାକୁ ଆସୁଛି । ତେବେ ଏହି ହାରରେ ଯଦି ଆକ୍ରାନ୍ତ ଚିହ୍ନଟ ହୁଅନ୍ତି ସେପ୍ଟେମ୍ବର ଶେଷ ସପ୍ତାହ ବେଳକୁ କେବଳ ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୪୦ ହଜାର ଛୁଇଁବା ଅନୁମାନ କରାଯାଉଛି । ସବୁଠାରୁ ବେସି ଚିନ୍ତା ବଢାଇଛି ସ୍ଥାନୀୟ ସଂକ୍ରମଣ ।
ତେବେ ଗଞ୍ଜାମ ଜିଲ୍ଲାରେ ଗତ ସପ୍ତାହେ ହେଲା ଖେ।ର୍ଦ୍ଧା ତୁଳନାରେ ସଂକ୍ରମଣ କମିକମି ଯାଉଛି । ତେବେ ଗଞ୍ଜାମରେ ସରକାର ନେଇଥିବା ସଫଳ କେ।ଭିଡ଼୍ ମ୍ୟାନେଜମେଣ୍ଟ ଫର୍ମୁଲା ଭୁବନେଶ୍ବର ଓ ଖେ।ର୍ଦ୍ଧାରେ ଲାଗୁ କରାଯାଇଥିଲେ ସଂକ୍ରମଣ ସଂଖ୍ୟାରେ ବ୍ରେକ ଲାଗୁନାହିଁ । ସେହିପରି ଗତକାଲି ଭୁବନେଶ୍ବରରୁ ୪୦୯ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୧୬୭ ଲୋକାଲ କେସ୍ ରହିଛି ।
from Prameya News7 https://ift.tt/3jWgeYx
No comments: