ବ୍ରହ୍ମପୁର ବାଳ ସୁଧାର ଗୃହରେ କରୋନା : ୪୫ ଅନ୍ତେବାସୀ ଭୂତାଣୁ ସଂକ୍ରମିତ ନେଇ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ସୂଚନା, ଆଉ କିଛି ଅନ୍ତେବାସୀ ଜ୍ୱର ଥଣ୍ଡାରେ ପୀଡିତ; ଜାରି ରହିଛି ଚିକିତ୍ସା  Kanak News

କନକ ବ୍ୟୁରୋ : ବ୍ରହ୍ମପୁର ବାଳସୁଧାର ଗୃହରେ ପସିଲା କରୋନା । ୪୫ ଅନ୍ତେବାସୀ ଭୂତାଣୁ ସଂକ୍ରମିତ ନେଇ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁବୋଧ ଷଡଙ୍ଗୀ ସୂଚନା ଦେଇଛନ୍ତି । ସଂକ୍ରମିତ ଅନ୍ତେବାସୀଙ୍କ ଚିକିତ୍ସା ଜାରି ରହିଥିବା ବେଳେ ଆଉ କିଛି ଅନ୍ତେବାସୀ ଜ୍ୱର ଥଣ୍ଡାରେ ପୀଡିତ ଥିବା ଜଣାପଡିଛି । ବ୍ରହ୍ମପୁର ଜରଡା ବଙ୍ଗଳା ରାସ୍ତାରେ ଥିବା ବାଳ ସୁଧାର ଗୃହ ପରିସରରେ ଥିବା ସଙ୍ଗରୋଧ କକ୍ଷ ବ୍ୟବସ୍ଥା କରି ନାବାଳକଙ୍କ ଚିକିତ୍ସା କରାଯାଉଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟରୁ ଡାକ୍ତରଙ୍କୁ ଡେପୁଟେସନ୍ରେ ବାଳ ସୁଧାର ଗୃହକୁ ପଠାଯାଇଛି ।

କରୋନା ପଜିଟିଭ ୪୫ ଅନ୍ତେବାସୀଙ୍କ ପ୍ରଥମ ପର୍ଯ୍ୟାୟରେ ୫ ଦିନ ପର୍ଯ୍ୟନ୍ତ ଔଷଧ ପ୍ରଦାନ କରାଯାଇଛି । ତେବେ ଏବେ ସବୁ ପିଲାଙ୍କ ଅବସ୍ଥା ସୁସ୍ଥ ରହିଥିବା ବେଳେ ସେମିତି କୌଣସି ଲକ୍ଷଣ ନଥିବା କହିଛନ୍ତି ଡିସିପିଓ ସୁବୋଧ ଷଡଙ୍ଗୀ ।



from Kanak News https://ift.tt/3gojCKe https://ift.tt/2PihUht
ବ୍ରହ୍ମପୁର ବାଳ ସୁଧାର ଗୃହରେ କରୋନା : ୪୫ ଅନ୍ତେବାସୀ ଭୂତାଣୁ ସଂକ୍ରମିତ ନେଇ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ସୂଚନା, ଆଉ କିଛି ଅନ୍ତେବାସୀ ଜ୍ୱର ଥଣ୍ଡାରେ ପୀଡିତ; ଜାରି ରହିଛି ଚିକିତ୍ସା  Kanak News ବ୍ରହ୍ମପୁର ବାଳ ସୁଧାର ଗୃହରେ କରୋନା : ୪୫ ଅନ୍ତେବାସୀ ଭୂତାଣୁ ସଂକ୍ରମିତ ନେଇ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ସୂଚନା, ଆଉ କିଛି ଅନ୍ତେବାସୀ ଜ୍ୱର ଥଣ୍ଡାରେ ପୀଡିତ; ଜାରି ରହିଛି ଚିକିତ୍ସା  Kanak News Reviewed by SUBHENDU BARAL on August 02, 2020 Rating: 5

No comments:

Powered by Blogger.