ଇଲିସି ହେଲା ସାତସପନ: ଶ୍ରାବଣମାସରେ ବର୍ଷା ନଥିବାରୁ ଜାଲରେ ଧରାପଡୁନାହାନ୍ତି ଇଲିସି; ପାଗରେ ପରିବର୍ତ୍ତନ କାରଣରୁ କୁଳକୁ ଅଣ୍ଡା ଦେବାକୁ ଆସୁନାହାନ୍ତି ଇଲିସି Kanak News
କନକ ବ୍ୟୁରୋ: ବର୍ଷା ନହେବା କାରଣରୁ ଏବର୍ଷ ଶସ୍ତାରେ ଇଲିସି ମାଛ ଖାଇବା ସ୍ୱପ୍ନ ହୋଇଯାଇଛି ପାରାଦୀପବାସୀଙ୍କ ପାଇଁ । ପ୍ରତିବର୍ଷ ଶ୍ରାବଣ ମାସରେ ଉପକୂଳବର୍ତୀ ଜିଲ୍ଲା ଗୁଡିକରେ ପ୍ରଚୁର ଇଲିସି ମାଛ ଧରାଯାଏ । କାରଣ ଏହି ମାସରେ ଉପରମୁଣ୍ଡରେ ପ୍ରବଳ ବର୍ଷା ହୁଏ । ବର୍ଷା ଯୋଗୁଁ ଗୋଳିଆ ବଢିପାଣି ମୁହାଣ ଦେଇ ସମୁଦ୍ରରେ ପଶେ । ଝିପି ଝିପି ବର୍ଷା ସାଙ୍ଗକୁ ପବନ ବହିଥାଏ । ଏଭଳି ପାଗରେ ମଧୁର ପାଣିରେ ଅଣ୍ଡା ଦେବା ପାଇଁ ଇଲିସି ମାଛ କୂଳକୁ ଆସନ୍ତୁ । ତେଣୁ ଏହି ସମୟରେ ପ୍ରଚୁର ଇଲିସି ମାଛ ଧରାହୁଏ । ମାତ୍ର ଚଳିତବର୍ଷ ବର୍ଷାର ଅଭାବ କାରଣରୁ ଇଲିସି ମାଛ ଉତ୍ପାଦନ ବନ୍ଦ ହୋଇଯାଇଛି । ପାଣିପାଗରେ ପରିବର୍ତନ ଲୋକଙ୍କୁ ଇଲିସି ମାଛ ଖାଇବାରୁ ବଂଚିତ କରିବାର ଆଶଙ୍କା ସୃଷ୍ଟି ହୋଇଛି ।
from Kanak News https://ift.tt/2DanYpY https://ift.tt/3k9MM2b
ଇଲିସି ହେଲା ସାତସପନ: ଶ୍ରାବଣମାସରେ ବର୍ଷା ନଥିବାରୁ ଜାଲରେ ଧରାପଡୁନାହାନ୍ତି ଇଲିସି; ପାଗରେ ପରିବର୍ତ୍ତନ କାରଣରୁ କୁଳକୁ ଅଣ୍ଡା ଦେବାକୁ ଆସୁନାହାନ୍ତି ଇଲିସି Kanak News
Reviewed by SUBHENDU BARAL
on
August 01, 2020
Rating:
No comments: