ଭୁବନେଶ୍ୱରରେ ଖୋଲିବ ସପିଂ ମଲ: ହେଲେ ମଲ ଭିତରେ ବନ୍ଦ ରହିବ ସିନେମା ହଲ, ଫୁଡ କୋର୍ଟ ଓ ଗେମ୍ ଜୋନ୍; ମଲ୍ ପରିସରରେ ପ୍ରଚାର ପ୍ରସାର କାର୍ଯ୍ୟକ୍ରମକୁ ବାରଣ Kanak News

କନକ ବ୍ୟୁରୋ: ସାଢେ ୪ ମାସ ଧରି ବନ୍ଦ ଥିବା ରାଜଧାନୀ ଭୁବନେଶ୍ୱରର ସପିଂ ମଲ୍ ଖୋଲିବ । ଏନେଇ ଭୁବନେଶ୍ୱର ମହାନଗର ନିଗମ ବିଜ୍ଞପ୍ତି ଜାରି କରିଛି । ତେବେ କେତେକ କଟକଣା ଭିତରେ ଏହି ମଲ୍ ଖୋଲିବା ନେଇ କୁହାଯାଇଛି । ମଲ୍ ମଧ୍ୟରେ ଥିବା ସିନେମା ହଲ୍, ଫୁଡ୍ କୋର୍ଟ, ଗେମ୍ ଜୋନ୍ ଓ ପିଲାଙ୍କ ଖେଳିବା ସ୍ଥାନ ବନ୍ଦ ରହିବ । ମଲ୍ ପରିସରରେ ଲୋକ ଭିଡ୍ କମାଇବାକୁ ଗୁରୁତ୍ୱ ଦିଆଯାଇଛି । ତେଣୁ ଏହି ସ୍ଥାନରେ କୌଣସି ପ୍ରକାର ପ୍ରଚାର ପ୍ରସାର କାର୍ଯ୍ୟକ୍ରମ କରାଯିବ ନାହିଁ । ମଲ୍ ଭିତରେ ସାମାଜିକ ଦୂରତାକୁ ଗୁରୁତ୍ୱ ଦିଆଯାଇଛି ।

ଗ୍ରାହକ ଓ କର୍ମଚାରୀଙ୍କ ମଧ୍ୟରେ ଅତିକମରେ ୬ ଫୁଟ୍ ଦୂରତାକୁ ବାଧ୍ୟତା ମୂଳକ କରାଯାଇଛି । ସମସ୍ତେ ମାସ୍କ ପିନ୍ଧିବାକୁ ମଲ୍ କର୍ତୃପକ୍ଷ ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଛି ବିଏମସି । ଏହା ସହ ବାରମ୍ବାର ହାତ ଧୋଇବା ନିୟମ କଡାକଡି ପାଳନ କରିବାକୁ କୁହାଯାଇଛି । ଲୋକଙ୍କୁ ସଚେତନ କରିବା ନେଇ ମଲ୍ରେ ପୋଷ୍ଟର ଲଗାଇବାକୁ ବିଏମସି ନିର୍ଦ୍ଦେଶ ଦେଇଛି । ମଲ୍ର ପ୍ରବେଶ ପଥରେ ଥର୍ମାଲ ସ୍କ୍ରିନିଂ କରାଯିବ । ପ୍ରବେଶ ଓ ପ୍ରସ୍ଥାନ ପଥ ଅଲଗା ଅଲଗା ରଖିବାକୁ କୁହାଯାଇଛି । ମଲ୍ ପରିସର, ଟଏଲେଟ୍ ଓ ୱାଶ୍ରୁମ୍କୁ ବାରମ୍ବାର ବିଶୋଧନ କରିବାକୁ କଡାକଡି ନିର୍ଦ୍ଦେଶ ଦେଇଛି ବିଏମସି । ଏହା ସହ ମଲ୍ ପରିସରରେ ଛେପ ପକାଇବାକୁ ସଂପୂର୍ଣ୍ଣ ବାରଣ କରାଯାଇଛି ।

ରାଜ୍ୟରେ କରୋନା ପରୀକ୍ଷାକୁ ବ୍ୟାପକ କରିବା ପାଇଁ ଆରମ୍ଭ ହୋଇଛି ଉଦ୍ୟମ । ଯେଉଁ ଘରୋଇ ହସପିଟାଲ୍, ନର୍ସିଂହୋମ, ଲାବୋରେଟୋରିଗୁଡିକ କୋଭିଡ୍ ପରୀକ୍ଷା ପାଇଁ ଚାହୁଁଛନ୍ତି, ସେମାନଙ୍କ ପାଇଁ ନିୟମାବଳୀ ଜାରି କରିଛନ୍ତି ସ୍ୱାସ୍ଥ୍ୟ ବିଭାଗ ।

ନଜର ପକାନ୍ତୁ କରୋନା ପରୀକ୍ଷା ପାଇଁ କ’ଣ ରହିଛି ସରକାରଙ୍କ ଗାଇଡଲାଇନ୍ ?

ଓଡ଼ିଶା କ୍ଲିନିକାଲ୍ ଏଷ୍ଟାବ୍ଲିସମେଂଟ ଆକ୍ଟରେ ପଂଜିକୃତ ହୋଇଥିବେ

ପରୀକ୍ଷା କରିବା ପାଇଁ ତାଲିମପ୍ରାପ୍ତ କର୍ମଚାରୀ ରହିଥିବେ

ଅନୁଷ୍ଠାନଗୁଡିକରେ ସ୍ୱାବ ସଂଗ୍ରହ ପାଇଁ ସ୍ୱତନ୍ତ୍ର କେନ୍ଦ୍ର ଥିବ

ଆଇସିଏମ୍ଆର ଗାଇଡଲାଇନ୍ ଅନୁସାରେ ସ୍ୱାବ ସଂଗ୍ରହ କରାଯିବ

ଜିଲ୍ଲା ଚିକିତ୍ସାଧିକାରୀ ଓ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କ ସ୍ୱୀକୃତି ମିଳିଥିବ

ଟେଷ୍ଟିଂ ରିପୋର୍ଟ ଆଇସିଏମଆର ପୋର୍ଟାଲରେ ଅପଲୋଡ୍ କରାଯିବ

ପ୍ରଥମେ ପ୍ରଶାସନକୁ ରିପୋର୍ଟ ବିଷୟରେ ଅବଗତ କରାଯିବ

ରାପିଡ୍ ଆଂଟିଜେନ୍ ଟେଷ୍ଟ କିଟ୍ ବଜାରରୁ କିଣି ପରୀକ୍ଷା କରିବେ

ନିର୍ଦ୍ଧାରିତ ମୂଲ୍ୟ (୪୫୦ଟଙ୍କା) ଧାର୍ଯ୍ୟ କରିବେ

ଆରଟି-ପିସିଆର ଟେଷ୍ଟ ପାଇଁ ଆରଏମଆରସି/ଏମ୍ସ ଦ୍ୱାରା ତାଲିମ ପାଇଥିବା କର୍ମଚାରୀ ରହିଥିବେ

ଆଇସିଏମଆର ପ୍ରୋଟୋକଲ ଅନୁଯାୟୀ ଆରଟି-ପିସିଆର ଟେଷ୍ଟ ମେସିନ୍ ସ୍ଥାପନ କରାଯିବ

ଆରଟି-ପିସିଆର ଟେଷ୍ଟ ପାଇଁ ସରକାର ନିର୍ଦ୍ଧାରିତ କରିଥିବା ମୂଲ୍ୟ ଧାର୍ଯ୍ୟ କରିପାରିବେ



from Kanak News https://ift.tt/3gyjk3H https://ift.tt/2EGgZWe
ଭୁବନେଶ୍ୱରରେ ଖୋଲିବ ସପିଂ ମଲ: ହେଲେ ମଲ ଭିତରେ ବନ୍ଦ ରହିବ ସିନେମା ହଲ, ଫୁଡ କୋର୍ଟ ଓ ଗେମ୍ ଜୋନ୍; ମଲ୍ ପରିସରରେ ପ୍ରଚାର ପ୍ରସାର କାର୍ଯ୍ୟକ୍ରମକୁ ବାରଣ Kanak News ଭୁବନେଶ୍ୱରରେ ଖୋଲିବ ସପିଂ ମଲ: ହେଲେ ମଲ ଭିତରେ ବନ୍ଦ ରହିବ ସିନେମା ହଲ, ଫୁଡ କୋର୍ଟ ଓ ଗେମ୍ ଜୋନ୍; ମଲ୍ ପରିସରରେ ପ୍ରଚାର ପ୍ରସାର କାର୍ଯ୍ୟକ୍ରମକୁ ବାରଣ Kanak News Reviewed by SUBHENDU BARAL on August 01, 2020 Rating: 5

No comments:

Powered by Blogger.