କରୋନା କଟକଣା ଭିତରେ ପାଳିତ ହେବ ରାଜ୍ୟ ସ୍ତରୀୟ ସ୍ୱାଧିନତା ଦିବସ । ସୀମିତ ପୋଲିସ ଟ୍ରୁପ ଓ ବ୍ୟାଣ୍ଡ ସହ ହେବ ପତାକା ଉତୋଳନ   Kanak News

କନକ ବ୍ୟୁରୋ: କରୋନା କଟକଣା ଭିତରେ ପାଳିତ ହେବ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜାତୀୟ ଦିବସ ପାଳନ କମିଟି ବୈଠକରେ ଏହି ନିଷ୍ପତି ନିଆଯାଇଛି । ୟୁନିଟ୍ – ୩ ପ୍ରଦର୍ଶନୀ ପଡିଆରେ ଏହି ଜାତୀୟ ଉତ୍ସବ ପାଳନ କରାଯିବ । ପୋଲିସ ବ୍ୟାଣ୍ଡ ପାର୍ଟି ଜାତୀୟ ସଂଗୀତ ପରିବେଷଣ କରିବେ ଏବଂ ୩ଟି ପୋଲିସ ବାହିନୀର ଟ୍ରୁପ୍ ଜାତୀୟ ପତାକା ଓ ମୁଖ୍ୟ ଅତିଥିଙ୍କୁ ଅଭିବାଦନ ଜଣାଇବେ ବୋଲି ଏହି ବୈଠକରେ ନିଷ୍ପତି ହୋଇଛି ।

ଏହା ସହ କୋଭିଡ୍ ଯୋଦ୍ଧାଙ୍କ ସହ ସୀମିତ ସଂଖ୍ୟକ ଲୋକଙ୍କୁ ସାମିଲ କରି ସ୍ୱାଧୀନତା ଦିବସ ପାଳନ କରାଯିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଏହି ବୈଠକରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ସମେତ ଗୃହ ସଚିବ ସଂଜୀବ ଚୋପ୍ରା, ସୂଚନା ଓ ଲୋକ ସଂପର୍କ ସଚିବ ସଂଜୟ କୁମାର, ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।



from Kanak News https://ift.tt/2Er70Us https://ift.tt/3jRWRjP
କରୋନା କଟକଣା ଭିତରେ ପାଳିତ ହେବ ରାଜ୍ୟ ସ୍ତରୀୟ ସ୍ୱାଧିନତା ଦିବସ । ସୀମିତ ପୋଲିସ ଟ୍ରୁପ ଓ ବ୍ୟାଣ୍ଡ ସହ ହେବ ପତାକା ଉତୋଳନ   Kanak News କରୋନା କଟକଣା ଭିତରେ ପାଳିତ ହେବ ରାଜ୍ୟ ସ୍ତରୀୟ ସ୍ୱାଧିନତା ଦିବସ । ସୀମିତ ପୋଲିସ ଟ୍ରୁପ ଓ ବ୍ୟାଣ୍ଡ ସହ ହେବ ପତାକା ଉତୋଳନ   Kanak News Reviewed by SUBHENDU BARAL on July 29, 2020 Rating: 5

No comments:

Powered by Blogger.